Advertisment

ଜୁଲାଇ ୧୯ ଯାଏ ତିସ୍ତା ସିତଲବାଦଙ୍କୁ ମିଳିଲା ସୁପ୍ରିମ ଆଶ୍ୱସ୍ତି

ଜଷ୍ଟିସ ବିଆର ଗବାଇ, ଜଷ୍ଟିସ ଏଏସ୍‌ ବୋପାନ୍ନା ଓ ଜଷ୍ଟିସ ଦୀପଙ୍କର ଦତ୍ତା ମିଳିତ ଭାବେ ଗୁଜରାଟ ହାଇକୋର୍ଟ ରାୟ ବିରୋଧରେ ହୋଇଥିବା ଆବେଦନର ଶୁଣାଣି କରିଥିଲେ।

Teesta Setalvad

Teesta Setalvad

Advertisment

ବହୁ ଚର୍ଚ୍ଚିତ ୨୦୦୨ ଗୁଜରାଟ ଦଙ୍ଗା ଘଟଣାରେ କିଛି ଲୋକଙ୍କୁ ଫସାଇବା ପାଇଁ ଚେଷ୍ଟା କରିଥିବା ଅଭିଯୋଗରେ ଫସିଥିବା ସାମାଜିକ କର୍ମୀ ତିସ୍ତା ସିତଲବାଦଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି। ତାଙ୍କୁ ଗୁଜରାଟ ହାଇକୋର୍ଟ ତୁରନ୍ତ ଆତ୍ମସମର୍ପଣ କରିବାକୁ କହିଥିବା ବେଳେ ପୁଲିସ୍‌ ତାଙ୍କୁ ଗିରଫ କରିବାର ଆଶଙ୍କା ପ୍ରକାଶ ପାଇଥିଲା। ତେବେ ସୁପ୍ରିମକୋର୍ଟ ତାଙ୍କୁ ଜୁଲାଇ ୧୯ ଯାଏ ଗିରଫଦାରୀ ଓ ଆତ୍ମସମର୍ପଣରୁ ସୁରକ୍ଷାର ଯୋଗାଇ ଦେଇଛନ୍ତି।

Advertisment

ଜଷ୍ଟିସ ବିଆର ଗବାଇ, ଜଷ୍ଟିସ ଏଏସ୍‌ ବୋପାନ୍ନା ଓ ଜଷ୍ଟିସ ଦୀପଙ୍କର ଦତ୍ତା ମିଳିତ ଭାବେ ଗୁଜରାଟ ହାଇକୋର୍ଟ ରାୟ ବିରୋଧରେ ହୋଇଥିବା ଆବେଦନର ଶୁଣାଣି କରିଥିଲେ। ଖଣ୍ଡପୀଠ ୧୯ ଯାଏ ତିସ୍ତାଙ୍କୁ ଗିରଫଦାରୀରୁ ସୁରକ୍ଷା ଦେବା ସହ ଗୁଜରାଟ ସରକାରଙ୍କୁ ଜବାବ ଦାଖଲ କରିବାକୁ କହିଛନ୍ତି।

ସିତଲବାଦ, ପୂର୍ବତନ ଡିଜିପି ଆର ବି ଶ୍ରୀକୁମାର ଓ ପୂର୍ବତନ ଆଇପିଏସ୍‌ ସଞ୍ଜୀବ ଭଟ୍ଟ ଷଡ଼ଯନ୍ତ୍ର କରି ନୀରିହ ଲୋକଙ୍କୁ ୨୦୦୨ ଦଙ୍ଗା ମାମଲାରେ ଫସାଇବାକୁ ଚେଷ୍ଟା କରିଥିବା ଅଭିଯୋଗ ହୋଇଥିଲା। ଏଥିପାଇଁ ସିତଲବାଦ, ଶ୍ରୀକୁମାର ଓ ଭଟ୍ଟ ନାଁରେ ମାମଲା କରାଯାଇଥିଲା। ସିତଲବାଦ ନକଲି ଡକ୍ୟୁମେଣ୍ଟ, ସାକ୍ଷୀଙ୍କୁ ପ୍ରଲୋଭିତ ଓ ବ୍ୟବସ୍ଥାକୁ ପ୍ରଭାବିତ କରି ରାଜ୍ୟ ଓ ଏହାର ଅଧିକାରୀମାନଙ୍କୁ ଦେଶ ତଥା ବିଦେଶରେ ବଦନାମ କରିଥିବା ଅଭିଯୋଗ ହୋଇଥିଲା।

Advertisment

ଏଥିପାଇଁ ଜୁଲାଇ ୧ରେ ସିତଲବାଦଙ୍କୁ ତୁରନ୍ତ ଆତ୍ମସମର୍ପଣ କରିବାକୁ ଗୁଜରାଟ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ତେବେ ଏହାକୁ ସେ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ବିଳମ୍ବିତ ରାତିରେ ଏହାର ଶୁଣାଣି ହୋଇଥିଲା। ସୁପ୍ରିମକୋର୍ଟ ପ୍ରଥମେ ଗୋଟିଏ ସପ୍ତାହ ପାଇଁ ସିତଲବାଦଙ୍କୁ ଅନ୍ତରୀଣ ଜାମିନ ଦେଇଥିଲେ। ଏବେ ଏହାକୁ ଜୁଲାଇ ୧୯ ଯାଏ ବୃଦ୍ଧି କରି ଦିଆଯାଇଛି।

୨୦୦୨ ଗୁଜରାଟ ଦଙ୍ଗା ଘଟଣାରେ ଏସଆଇଟି ରାଜ୍ୟର ତତ୍କାଳୀନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଆଉ କିଛି ଅଭିଯୁକ୍ତଙ୍କୁ କ୍ଲିନଚିଟ୍ ଦେଇଥିଲେ। ଏହାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା।

ତେବେ ଏହି ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିବାର ଦିନକ ପରେ ଅହମଦାବାଦ କ୍ରାଇମବ୍ରାଞ୍ଚ ସିତଲବାଦ, ଶ୍ରୀକୁମାର ଓ ପୂର୍ବତନ ଆଇପିଏସ୍‌ ସଞ୍ଜୀବ ଭଟ୍ଟଙ୍କ ନାଁରେ ଏଫଆଇଆର କରିଥିଲା। ଗତବର୍ଷ ଜୁନ ୨୫ରେ ଏମାନଙ୍କୁ ଗିରଫ ମଧ୍ୟ କରାଯାଇଥିଲା। ତେବେ ଗତବର୍ଷ ସେପ୍ଟେମ୍ବରର ମାସରେ ସର୍ବୋଚ୍ଚ ଅଦାଲତ ସିତଲବାଦଙ୍କୁ ଜାମିନ ଦେବାକୁ ସେ ଜେଲରୁ ମୁକୁଳି ଥିଲେ।

Supreme Court High Court Of Gujarat
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe