Advertisment

ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ମାମଲା: ହାଇକୋର୍ଟଙ୍କ ନିର୍ଦ୍ଦେଶ ଉପରେ ଲାଗିଲା ରୋକ୍‌

ନିକଟରେ କଲିକତା ହାଇକୋର୍ଟ ପଶ୍ଚିମବଙ୍ଗ ଶିକ୍ଷକ ଦୁର୍ନୀତି ମାମଲାରେ ୨୫ ହଜାରରୁ ଅଧିକ ଶିକ୍ଷକ-ଅଣଶିକ୍ଷକଙ୍କ ନିଯୁକ୍ତିକୁ ରଦ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।

author-image
Madhupriya Mistry
ଅଦ୍ୟତନ ହୋଇଛି
undefined

Supreme Court

ବେଆଇନ୍‌ ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ପଶ୍ଚିମବଙ୍ଗ ସରକାରଙ୍କୁ ମିଳିଲା ବଡ ଆଶ୍ୱସ୍ତି। କଲିକତା ହାଇକୋର୍ଟ ଦେଇଥିବା ନିର୍ଦ୍ଦେଶ ଉପରେ ଲାଗିଲା ରୋକ୍‌। ୨୫ ହଜାରରୁ ଅଧିକ ଶିକ୍ଷକ-ଅଣଶିକ୍ଷକଙ୍କ ନିଯୁକ୍ତି ରଦ୍ଦ ନେଇ କଲିକତା ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ତେବେ ଏହା ଉପରେ ଆଜି ସୁପ୍ରିମକୋର୍ଟ ରୋକ୍‌ ଲଗାଇ ଦେଇଛନ୍ତି।

Advertisment

ନିକଟରେ କଲିକତା ହାଇକୋର୍ଟ ପଶ୍ଚିମବଙ୍ଗ ଶିକ୍ଷକ ଦୁର୍ନୀତି ମାମଲାରେ ୨୫ ହଜାରରୁ ଅଧିକ ଶିକ୍ଷକ-ଅଣଶିକ୍ଷକଙ୍କ ନିଯୁକ୍ତିକୁ ରଦ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏଥିସହ ସେମାନଙ୍କୁ ତାଙ୍କର ଦରମା ଫେରାଇବାକୁ ମଧ୍ୟ ଆଦେଶ ଦେଇଥିଲେ। ଏହାକୁ ଚ୍ୟାଲେଞ୍ଜ କରି ସ୍କୁଲ ସେବା ଆୟୋଗ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲା। ଆଜି ଏହି ମାମଲାର ଶୁଣାଣି ହୋଇଛି।

ସର୍ବୋଚ୍ଚ ଅଦାଲତ କଲିକତା ହାଇକୋର୍ଟ ଦେଇଥିବା ନିର୍ଦ୍ଦେଶ ଉପରେ ରୋକ ଲଗାଇ ଦେଇଛନ୍ତି। ତେବେ ହାଇକୋର୍ଟ ଦେଇଥିବା ନିର୍ଦ୍ଦେଶ ଅନୁସାରେ ଏହି ମାମଲାରେ ସିବିଆଇ ତଦନ୍ତ ଜାରି ରହିବ। କିନ୍ତୁ କୌଣସି ପ୍ରାର୍ଥୀ କିମ୍ବା ସେବା ଅଧିକାରୀଙ୍କ ବିରୋଧରେ ଦଣ୍ଡାତ୍ମକ କାର୍ଯ୍ୟାନୁଷ୍ଠାନ ବର୍ତ୍ତମାନ ଗ୍ରହଣ କରାଯିବ ନାହିଁ ବୋଲି କୋର୍ଟ କହିଛନ୍ତି।

Advertisment

ସୁପ୍ରିମକୋର୍ଟ କହିଛନ୍ତି, ଏହି ମାମଲାରେ ନ୍ୟାୟ ହିତରେ ଶୀଘ୍ର ନିଷ୍ପତ୍ତି ହେବ। ଅନ୍ତରୀଣ ସୁରକ୍ଷା ଜାରି କରି କୋର୍ଟ କହିଛନ୍ତି ଯେ, ଯଦି କୌଣସି ବ୍ୟକ୍ତିଙ୍କ ବେଆଇନ୍‌ ରୂପେ ନିଯୁକ୍ତ ହୋଇଥିବା ଧରାପଡେ ତେବେ ତାଙ୍କୁ ତାଙ୍କ ଦରମା ଫେରାଇବାକୁ ପଡିବ। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ଜାଲାଇ ୧୬ ତାରିଖରେ ହେବ।

ଏହି ରାୟ ଶୁଣାଇବା ପୂର୍ବରୁ ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାର ଶୁଣାଣି କରୁଥିବା ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ମଙ୍ଗଳବାର ମମତା ବାନାର୍ଜୀ ସରକାରଙ୍କୁ କଠୋର ପ୍ରଶ୍ନ ପଚାରିଥିଲେ। ଚୟନ ପ୍ରକ୍ରିୟାକୁ ଅଦାଲତରେ ଚ୍ୟାଲେଞ୍ଜ କରାଯାଇଥିବା ବେଳେ କାହିଁକି ଅତିରିକ୍ତ ପଦବୀ ସୃଷ୍ଟି କରି ୱେଟିଂ ଲିଷ୍ଟ ପ୍ରାର୍ଥୀଙ୍କୁ ନିଯୁକ୍ତି ଦେଲେ ବୋଲି ପ୍ରଧାନ ବିଚାରପତି ପଶ୍ଚିମବଙ୍ଗ ସରକାରଙ୍କୁ ପଚାରିଥିଲେ। 

କହିରଖୁ ଯେ, କଲିକତା ହାଇକୋର୍ଟ ୨୦୧୬ରେ ପଶ୍ଚିମବଙ୍ଗରେ ହୋଇଥିବା ଶିକ୍ଷକ ନିଯୁକ୍ତୁ ରଦ୍ଦ କରିଥିଲେ। ପଶ୍ଚିମବଙ୍ଗ ସରକାରଙ୍କ ଦ୍ୱାରା ସହାୟତା ପ୍ରାପ୍ତ ବିଦ୍ୟାଳୟରେ ରାଜ୍ୟସ୍ତରୀୟ ଚୟନ ପରୀକ୍ଷା-୨୦୧୬ର ଚୟନ ପ୍ରକ୍ରିୟା ଅମାନ୍ୟ ଘୋଷଣା କରିଥିଲେ। ଏଥିସହ ୨୪,୦୦୦ ଶିକ୍ଷକଙ୍କୁ ନିଯୁକ୍ତିକୁ ରଦ୍ଧ କରିବାକୁ ଘୋଷଣା କରିଥିଲେ। କେବଳ ସେତିକି ନୁହେଁ ୨୦୧୬ରୁ ସ୍କୁଲରେ ଚାକିରି ପାଇଥିବା ଶିକ୍ଷକ ଓ ଅନ୍ୟ କର୍ମଚାରୀଙ୍କୁ ମିଳିଥିବା ଦରମା ଫେରାଇବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିଲେ।

ଜଷ୍ଟିସ୍‌ ଦେବାଙ୍ଗସୁ ବସାକ ଓ ଜଷ୍ଟିସ୍‌ ମୋହମ୍ମଦ ଶବ୍ବାର ରାଶିଦଙ୍କ ଖଣ୍ଡପୀଠ ଏହି ମାମଲାରେ ସିବିଆଇ ତଦନ୍ତ କରି ତିନି ମାସ ଭିତରେ ରିପୋର୍ଟ ଦାଖଲ କରିବାକୁ କହିଥିଲେ। ଏଥିସହ ପଶ୍ଚିମବଙ୍ଗ ସରକାରଙ୍କୁ ନୂଆ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

West Bengal Supreme Court Teacher Recruitment Scam