Advertisment

ଶପଥ ନେଲେ ସୁପ୍ରିମକୋର୍ଟର ୫ ନୂଆ ବିଚାରପତି

ଏହି ୫ ଜଣଙ୍କୁ ମିଶାଇ ସୁପ୍ରିମକୋର୍ଟର ବିଚାରପତି ସଂଖ୍ୟା ୩୨କୁ ବୃଦ୍ଧି ହୋଇଛି।

author-image
Madhupriya Mistry
New sc judges

New sc judges

ଶପଥ ନେଲେ ସୁପ୍ରିମକୋର୍ଟର ୫ ନୂଆ ବିଚାରପତି। ପ୍ରଧାନବିଚାରପତି ଜଷ୍ଟିସ ଡି ୱାଇ ଚନ୍ଦ୍ରଚୁଡ଼ ନୂଆ ବିଚାରପତିଙ୍କୁ ଶପଥ ପାଠ କରାଇଛନ୍ତି। ଶପଥ ନେଇଥିବା ପାଞ୍ଚ ନୂଆ ବିଚାରପତି ହେଲେ ଜଷ୍ଟିସ ପଙ୍କଜ ମିତ୍ତଲ, ଜଷ୍ଟିସ ସଞ୍ଜୟ କାରୋଲ, ଜଷ୍ଟିସ ସଞ୍ଜୟ କୁମାର, ଜଷ୍ଟିସ ଅହଶାନୁଦ୍ଦିନ ଅମାନୁଲ୍ଲା ଓ ଜଷ୍ଟିସ ମନୋଜ ମିଶ୍ରା। ସେହିପରି ଆହ୍ଲାବାଦ ହାଇକୋର୍ଟ ବିଚାରପତି ମନୋଜ ମିଶ୍ର ମଧ୍ୟ ଶପଥ ନେଇଛନ୍ତି। ଅନ୍ୟପକ୍ଷରେ ତିନୋଟି ହାଇକୋର୍ଟ ପାଇଁ ୧୩ଜଣ ବିଚାରପତି ମଧ୍ୟ ନିଯୁକ୍ତ ହୋଇଛନ୍ତି।

Advertisment

ଅଦାଲତର ନୂଆ ଭବନର ଅଡିଟୋରିୟମରେ ଏହି ଶପଥ ସମାରୋହ ଆୟୋଜିତ ହୋଇଥିଲା। ଏହି ଶପଥ ଗ୍ରହଣ ସମାରୋହରେ ସୁପ୍ରିମକୋର୍ଟର ଅନ୍ୟ ବିଚାରପତି, ଓକିଲ ଏବଂ ନୂଆ ବିଚାରପତିମାନଙ୍କ ପରିବାରବର୍ଗ ଯୋଗ ଦେଇଥିଲେ।

ଦୁଇ ଦିନ ପୂର୍ବେ କେନ୍ଦ୍ର ସରକାର ଏମାନଙ୍କୁ ନିଯୁକ୍ତି ନେଇ ମଞ୍ଜୁରୀ ପ୍ରଦାନ କରିଥିଲେ। ଏଥିପାଇଁ ଆଇନ ଓ ନ୍ୟାୟ ମନ୍ତ୍ରାଳୟ ଶନିବାର ଦିନ ବିଜ୍ଞପ୍ତି ଜାରି କରିଥିଲା। ତା’ପୂର୍ବରୁ ଗତବର୍ଷ ଡିସେମ୍ବର ମାସରେ ସୁପ୍ରିମ୍‌କୋର୍ଟର କଲେଜିୟମ୍‌ ଏହି ବିଚାରପତିମାନଙ୍କ ନାମ ସୁପାରିସ କରି କେନ୍ଦ୍ର ସରକାରଙ୍କ ନିକଟକୁ ପଠାଇଥିଲେ।

Advertisment

ଶପଥ ନେଇଥିବା ଏହି ୫ ଜଣ ବିଚାରପତିଙ୍କ ମଧ୍ୟରୁ ସବୁଠୁ ବରିଷ୍ଠ ହେଉଛନ୍ତି ଜଷ୍ଟିସ୍‌ ପଙ୍କଜ ମିତ୍ତଲ। ସେ ଗତ ବର୍ଷ ଅକ୍ଟୋବର ୧୪ରୁ ରାଜସ୍ଥାନ ହାଇକୋର୍ଟର ମୁଖ୍ୟ ବିଚାରପତି ରୂପେ କାର୍ଯ୍ୟରତ ଥିଲେ। ସେହିପରି ଜଷ୍ଟିସ ସଞ୍ଜୟ କାରୋଲ ପଦୋନ୍ନତି ବେଳେ ପାଟନା ହାଇକୋର୍ଟର ମୁଖ୍ୟ ବିଚାରପତି ଥିଲେ।

ପାଞ୍ଚ ବିଚାରପତିଙ୍କ ମଧ୍ୟରୁ ତୃତୀୟ ସ୍ଥାନରେ ଥିବା ଜଷ୍ଟିସ ସଞ୍ଜୟ କୁମାର ମୂଳ ରୂପେ ତେଲେଙ୍ଗାନା ହାଇକୋର୍ଟ ସହ ଜଡିତ। ସେ ମଣିପୁର ଉଚ୍ଚ ନ୍ୟାୟଳୟର ମୁଖ୍ୟ ବିଚାରପତି ଥିଲେ। ସେହିପରି ଜଷ୍ଟିସ ଅହଶାନୁଦ୍ଦିନ ଅମାନୁଲ୍ଲା ପାଟନା ହାଇକୋର୍ଟ ବିଚାରପତି ଥିଲେ। ମନୋଜ ମିଶ୍ର

ଏହି ୫ ନୂଆ ବିଚାରପତିଙ୍କୁ ମିଶାଇ ସୁପ୍ରିମକୋର୍ଟର ବିଚାରପତି ସଂଖ୍ୟା ୩୨କୁ ବୃଦ୍ଧି ହୋଇଛି। ନିୟମ ଅନୁଯାୟୀ ସୁପ୍ରିମକୋର୍ଟର ବିଚାରପତିଙ୍କ ସଂଖ୍ୟା ୩୪ ରହିବା କଥା। ତେବେ ଚଳିତ ବର୍ଷ ୯ଜଣ ବିଚାରପତି ଅବସର ନେବାପରେ ବିଚାରପତି ପଦବୀ ଖାଲି ପଡ଼ିଥିଲା।

Supreme Court