Advertisment

ଏଲଗାର ପରିଷଦ ମାମଲାରେ ଶୋମା ସେନଙ୍କୁ ମିଳିଲା ଜାମିନ୍‌

ନାଗପୁର ବିଶ୍ୱବିଦ୍ୟାଳୟରେ ଇଂରାଜୀ ପ୍ରଫେସର ଥିଲେ। ସେ ମହିଳା ଅଧିକାର ପାଇଁ ଲଢ଼େଇ କରନ୍ତି।

Shoma

Shoma

Advertisment

ନାଗପୁର ବିଶ୍ୱ ବିଦ୍ୟାଳୟର ପୂର୍ବତନ ପ୍ରଫେସର ଶୋମା କାନ୍ତି ସେନଙ୍କୁ ଏଲଗାର ପରିଷଦ ମାମଲାରେ ଜାମିନ ମିଳିଛି। ଦେଶର ସର୍ବୋଚ୍ଚ ଅଦାଲତ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଜଷ୍ଟିସ ଅନିରୁଦ୍ଧ ବୋଷ ଓ ଜଷ୍ଟିସ ଅଗଷ୍ଟାଇନ ଜର୍ଜ ମସିହଙ୍କ ଖଣ୍ଡପୀଠ ବେଲ ଦେବା ବେଳେ ଏକାଧିକ ସର୍ତ୍ତ ଲାଗୁ କରିଛନ୍ତି।

Advertisment

ସର୍ବୋଚ୍ଚ ଅଦାଲତ ଜାମିନ ଦେବା ବେଳେ କହିଛନ୍ତି ଯେ ଶୋମା ସ୍ୱତନ୍ତ୍ର କୋର୍ଟଙ୍କ ବିନା ଅନୁମତିରେ ମହାରାଷ୍ଟ୍ର ବାହାରକୁ ଯାଇପାରିବେ ନାହିଁ। ସେହିପରି ସେ କୋର୍ଟରେ ନିଜର ପାସପୋର୍ଟ ଦାଖଲ କରିବେ, ଏନଆଇଏକୁ ନିଜର ଘର ଠିକଣା ଦେବେ।

ଏନଆଇଏକୁ ସେ ଦେବାକୁ ଥିବା ମୋବାଇଲକୁ କେବେ ବନ୍ଦ କରିବେ ନାହିଁ। ସବୁବେଳେ ସେ ଚାର୍ଜ ଫୁଲ ରଖିବେ। ଶୋମା ତାଙ୍କ ମୋବାଇଲ ଫୋନର ଜିପିଏସ୍‌ ଅନ କରି ରଖିବେ। ତାଙ୍କ ଲୋକେସନ ଜାଣିବା ପାଇଁ ଏହା ଏନଆଇଏର ଅଧିକାରୀଙ୍କ ମୋବାଇଲ ଫୋନ ସହ କନେକ୍ଟ ହୋଇ ରହିବ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି।

Advertisment

ନାଗପୁର ବିଶ୍ୱବିଦ୍ୟାଳୟରେ ଇଂରାଜୀ ପ୍ରଫେସର ଥିଲେ। ସେ ମହିଳା ଅଧିକାର ପାଇଁ ଲଢ଼େଇ କରନ୍ତି। ୨୦୧୭ ମସିହା ଡିସେମ୍ବର ୩୧ରେ ପୁଣେର ଶନିୱାରୱାଧା ଠାରେ ଏଲଗାର ପରିଷଦ ପକ୍ଷରୁ ସଭାର ଆୟୋଜନ କରାଯାଇଥିଲା। ଏହି ସମୟରେ ସେ ବିଦ୍ୱେଷ ସୃଷ୍ଟି କରିବା ଭଳି ଭାଷଣ ଦେଇଥିବା ଅଭିଯୋଗ ହୋଇଥିଲା। ଏଥିପାଇଁ ତାଙ୍କୁ ଗିରଫ କରାଯାଇଥିଲା।

ଶୋମାଙ୍କ ଭାଷଣ ଯୋଗୁ କୋରେଗାଓଁ-ଭୀମା ଯୁଦ୍ଧ ସ୍ମାରକୀ ନିକଟରେ ହିଂସାକାଣ୍ଡ ଘଟିଥିଲା ବୋଲି ଅଭିଯୋଗ ହୋଇଥିଲା। ପରବର୍ତ୍ତୀ ଅବସ୍ଥାରେ ଏନଆଇଏ ଘଟଣାର ତଦନ୍ତ କରିଥିଲା। ଘଟଣାରେ ଅନେକ ସ୍ୱେଚ୍ଛାସେବୀ ଓ ମେଧାବୀମାନଙ୍କୁ ଅଭିଯୁକ୍ତ ଦର୍ଶାଇ ଗିରଫ କରାଯାଇଥିଲା।

Maharashtra Supreme Court
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe