Advertisment

ଜେଲ୍‌ରୁ ବାହାରିବେ କେ. କବିତା, ମିଳିଲା ଜାମିନ

ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ କେ.କବିତା ଗତ ୫ ମାସ ହେଲା ଗିରଫ ହୋଇ ଜେଲ୍‌ରେ ଥିଲେ।

K.Kavitha

K.Kavitha

Advertisment

ଜେଲ୍‌ରୁ ମୁକୁଳିବେ ବିଆର୍‌ଏସ୍‌ ନେତ୍ରୀ କେ.କବିତା। ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା କେ.କବିତାଙ୍କୁ ମିଳିଲା ଜାମିନ୍‌। ସୁପ୍ରିମକୋର୍ଟରୁ ତାଙ୍କୁ ଆଜି ୧୦ ଲକ୍ଷ ଟଙ୍କା ମୁଚଲିକାରେ ସର୍ତ୍ତମୂଳକ ଜାମିନ ମିଳିଛି।

Advertisment

କେ.କବିତାଙ୍କ ଜାମିନକୁ ନେଇ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା। ଜଷ୍ଟିସ୍ ବିଆର୍‌ ଗଓ୍ୱଇ ଓ ଜଷ୍ଟିସ କେ.ବି ବିଶ୍ୱନାଥନଙ୍କ ଖଣ୍ଡପୀଠ ଏହାର ଶୁଣାଣି କରିଥିଲେ। ଆଡଭୋକେଟ୍ ମୁକୁଲ ରୋହତଗି କେ. କବିତାଙ୍କ ତରଫରୁ ହାଜର ହୋଇଥିଲେ।

ନିଜେ ଶୁଣାଣି ସମୟରେ କୋର୍ଟ ASG କୁ କବିତା କେଉଁ ପ୍ରମାଣ ନଷ୍ଟ କରିଛନ୍ତି ତାହା ପ୍ରମାଣ କରିବାକୁ କହିଥିଲେ। ତଦନ୍ତ ଶେଷ ହୋଇଛି ଏବଂ ଚାର୍ଜସିଟ୍ ଦାଖଲ କରାଯାଇଛି। ଏହି ମାମଲାରେ ୪୯୩ ଜଣ ସାକ୍ଷୀ ଅଛନ୍ତି। ସେ ଜଣେ ମହିଳା। ତାଙ୍କୁ ଜାମିନ କାହିଁକି ଦିଆଯାଉ ନାହିଁ? ବୋଲି କୋର୍ଟ ପ୍ରଶ୍ନ କରିଥିଲେ। ଏହାପରେ କବିତାଙ୍କୁ କୋର୍ଟ ଇଡି ଓ ସିବିଆଇ ଉଭୟ ମାମଲାରେ ଜାମିନ ପ୍ରଦାନ କରିଛନ୍ତି।

Advertisment

ଏଥିସହ ଦିଲ୍ଲୀ ହାଇକୋର୍ଟଙ୍କ ଜାମିନ ଆବେଦନ ପ୍ରତ୍ୟାଖ୍ୟାନ ଆଦେଶକୁ ମଧ୍ୟ ସର୍ବୋଚ୍ଚ ଅଦାଲତ ଖାରଜ କରିଦେଇଛନ୍ତି। କବିତାଙ୍କୁ ୧୦ଲକ୍ଷ ଟଙ୍କା ଜାମିନ ବଣ୍ଡ ପ୍ରଦାନ କରିବାକୁ, ନିଜ ପାସ୍‌ପୋର୍ଟ ଜମା କରିବାକୁ, ସାକ୍ଷୀଙ୍କ ଉପରେ କୌଣସି ପ୍ରକାରର ପ୍ରଭାବ ନ ପକାଇବାକୁ ଏବଂ ସାକ୍ଷୀଙ୍କୁ ପ୍ରଭାବିତ ନକରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ କେ.କବିତା ଗତ ୫ ମାସ ହେଲା ଗିରଫ ହୋଇ ଜେଲ୍‌ରେ ଥିଲେ। ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲା ସହ ଜଡିତ ଅର୍ଥ ହେରଫେର ମାମଲାରେ ମାର୍ଚ୍ଚ ୧୫ ତାରିଖରେ ହାଇଦ୍ରାବାଦର ବଞ୍ଜାରା ହିଲ୍ସରୁ କେ କବିତାଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗିରଫ କରିଥିଲା।

Supreme Court Delhi Liquor Policy Case K.Kavitha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe