Advertisment

ଶପଥ ନେଲେ ଭିକ୍ଟୋରିଆ ଗୌରୀ, ନିଯୁକ୍ତି ରଦ୍ଦ କରିବାକୁ ମନା କଲେ ସୁପ୍ରିମ୍‌ କୋର୍ଟ

ଜଷ୍ଟିସ୍‌ ଏଲ୍ ଭିକ୍ଟୋରିଆ ଗୌରୀ ଶପଥ ଗ୍ରହଣର ପାଞ୍ଚ ମିନିଟ୍ ପୂର୍ବରୁ ସୁପ୍ରିମ କୋର୍ଟରେ ଏହି ମାମଲାର ଶୁଣାଣି ଆରମ୍ଭ ହୋଇଥିଲା। ଇତି ମଧ୍ୟରେ ଜଷ୍ଟିସ୍‌ ଗୌରୀ ଶପଥ ନେଇ ସାରିଥିବା ବେଳେ ଏହି ମାମଲାର ରାୟ ପ୍ରକାଶ କରିଛନ୍ତି ସୁପ୍ରିମ କୋର୍ଟ ।

ଅଦ୍ୟତନ ହୋଇଛି
Judge

Judge

Advertisment

ମାଡ୍ରାସ ହାଇକୋର୍ଟରେ ବିଚାରପତି ଭାବେ ଏଲ୍ ଭିକ୍ଟୋରିଆ ଗୌରୀଙ୍କ ନିଯୁକ୍ତିକୁ ନେଇ ଦେଖାଦେଇଥିବା ବିବାଦରେ ଲାଗିଛି ବିରାମ। ତାଙ୍କ ନିଯୁକ୍ତିକୁ ବିରୋଧ କରି ସୁପ୍ରିମ କୋର୍ଟରେ ଆବେଦନ ହୋଇଥିବା ବେଳେ ଏହାକୁ ଖାରଜ କରି ଦେଇଛନ୍ତି ସୁପ୍ରିମ କୋର୍ଟ। ଜଷ୍ଟିସ୍‌ ଏଲ୍ ଭିକ୍ଟୋରିଆ ଗୌରୀ ଶପଥ ଗ୍ରହଣର ପାଞ୍ଚ ମିନିଟ୍ ପୂର୍ବରୁ ସୁପ୍ରିମ କୋର୍ଟରେ ଏହି ମାମଲାର ଶୁଣାଣି ଆରମ୍ଭ ହୋଇଥିଲା। ଇତି ମଧ୍ୟରେ ଜଷ୍ଟିସ୍‌ ଗୌରୀ ଶପଥ ନେଇ ସାରିଥିବା ବେଳେ ଏହି ମାମଲାର ରାୟ ପ୍ରକାଶ କରିଛନ୍ତି ସୁପ୍ରିମ କୋର୍ଟ।

Advertisment

ବିଚାରପତି ଭାବେ ଏଲ୍ ଭିକ୍ଟୋରିଆ ଗୌରୀଙ୍କ ନିଯୁକ୍ତି ବିରୋଧରେ ହୋଇଥିବା ଆବେଦନର ଆଜି ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା। ମାଡ୍ରାସ ହାଇକୋର୍ଟର କିଛି ଓକିଲ ସେମାନଙ୍କ ଆବେଦନରେ କହିଥିଲେ ଯେ, ଭିକ୍ଟୋରିଆ ଏହି ପଦ ପାଇଁ ଯୋଗ୍ୟ ନୁହଁନ୍ତି। ବିଚାରପତି ଏଲ୍ ଭିକ୍ଟୋରିଆ ଦେଉଥିବା ହେଟ୍‌ ସ୍ପିଚ୍‌କୁ ବିରୋଧ କରି ତାଙ୍କ ନିଯୁକ୍ତିକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ମାଡ୍ରାସ ହାଇକୋର୍ଟର କିଛି ବିଚାରପତି।

ଜଷ୍ଟିସ ସଞ୍ଜୀବ ଖାନ୍ନା ଏବଂ ଜଷ୍ଟିସ ବିଆର ଗବଇଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଏହାର ଶୁଣାଣି ହୋଇଥିଲା। ଶୁଣାଣି ସମୟରେ ଜଷ୍ଟିସ ଖାନ୍ନା ଓକିଲ ରାମଚନ୍ଦ୍ରନଙ୍କୁ ପଚାରିଥିଲେ, ବିଚାରପତି ଏଲ୍ ଭିକ୍ଟୋରିଆଙ୍କ ଯୋଗ୍ୟତା ଉପରେ ତୁମର କୌଣସି ଆପତ୍ତି ଅଛି କି? ଏହାର ଉତ୍ତରରେ ଓକିଲ ରାମଚନ୍ଦ୍ରନ କହିଥିଲେ ଯେ, ତାଙ୍କ ଆଭିମୁଖ୍ୟ ତଥା ମନୋଭାବ ସମ୍ପର୍କରେ କଲେଜିୟମକୁ ଅନ୍ଧକାରରେ ରଖାଯାଇଥିଲା। ହେଲେ କଲେଜିୟମ ଏ ବିଷୟରେ ଅଜ୍ଞ ଥିବା କହିବା ବୋକାମୀ ହେବ ବୋଲି କହିଛନ୍ତି ଜଷ୍ଟିସ୍‌ ଗବଇ।

Advertisment

ଏହାବାଦ କଲେଜିୟମ ପକ୍ଷରୁ ସ୍ପଷ୍ଟ ହୋଇଛି ଯେ, ରାଜନୈତିକ ଲିଙ୍କ୍‌ ଥିବା ବ୍ୟକ୍ତି କିମ୍ବା ମହିଳା ବିଚାରପତି ଭାବେ ନିଯୁକ୍ତି ପାଇବାରେ କୌଣସି ପ୍ରତିବନ୍ଧକ ନାହିଁ। ମୋର ବି ଏକ ରାଜନୈତିକ ବ୍ୟାକ୍‌ଗ୍ରାଉଣ୍ଡ ଅଛି। ମାତ୍ର ୨୦ ବର୍ଷ ହେଲା ମୋର ଉକ୍ତ ଦଳ ସହ କୌଣସି ଲିଙ୍କ୍‌ ନ ଥିବା କହିଛନ୍ତି ଜଷ୍ଟିସ୍‌ ଗବଇ।

ଏଲ୍ ଭିକ୍ଟୋରିଆ ଗୌରୀଙ୍କ ନିଯୁକ୍ତିକୁ ବିରୋଧ କରିବାର ପ୍ରକୃତ କାରଣ ହେଉଛି ହେଟ୍‌ ସ୍ପିଚ୍‌। ତାଙ୍କ ମନ୍ତବ୍ୟ ଅନୈତିକ ତଥା ଘୃଣ୍ୟଭାବ ପ୍ରଚାର କରିବା ପାଇଁ ଉଦ୍ଦିଷ୍ଟ। ତେଣୁ ପଲଟିକାଲ ଲିଙ୍କ ରହିବା ପ୍ରକୃତ ସମସ୍ୟା ନୁହେଁ। ବହୁ ବିଚାରପତିଙ୍କର ରାଜନୈତିକ ବ୍ୟାକ୍‌ଗ୍ରାଉଣ୍ଡ ଅଛି ବୋଲି ରାମଚନ୍ଦ୍ରନ କହିଛନ୍ତି। ମାତ୍ର ଆପଣଙ୍କର କଲେଜିୟମ ଉପରେ ଭରସା ଥିବା ପରି ଲାଗୁନି ବୋଲି କହିଥିଲେ ଜଷ୍ଟିସ୍‌ ଗବଇ। 

ଜଷ୍ଟିସ୍‌ ଏଲ୍ ଭିକ୍ଟୋରିଆ ଗୌରୀ ଶପଥ ଗ୍ରହଣର ପାଞ୍ଚ ମିନିଟ୍ ପୂର୍ବରୁ ସୁପ୍ରିମ କୋର୍ଟରେ ଏହି ମାମଲାର ଶୁଣାଣି ଆରମ୍ଭ ହୋଇଥିଲା। ପାଞ୍ଚ ମିନିଟରେ ଏତେ ବଡ ମାମଲାରେ କୋର୍ଟ ନିଷ୍ପତ୍ତି ନେବେ କି ବୋଲି ଆବେଦନକାରୀ ପ୍ରଶ୍ନ କରିଥିଲେ। 

ଜଷ୍ଟିସ ସଞ୍ଜୀବ ଖାନ୍ନା କହିଲେ ଯେ, ଏପରି ମନ୍ତବ୍ୟର  କୌଣସି ଅର୍ଥ ନାହିଁ। ବିଚାରପତିମାନଙ୍କୁ କିପରି ଚୟନ କରାଯିବ ସେ ବିଷୟରେ ଆପଣ କଲେଜିୟମକୁ ମାର୍ଗଦର୍ଶନ କରିପାରିବେ ନାହିଁ | ଆମେ ପୁନର୍ବିଚାର କରିବାକୁ କଲେଜିୟମକୁ ନିର୍ଦ୍ଦେଶ ଦେଇ ପାରିବୁ ନାହିଁ |

ଏହା ସହ ସୁପ୍ରିମକୋର୍ଟ ଏହି ମାମଲାରେ ଦାଖଲ ହୋଇଥିବା ଆବେଦନକୁ ଖାରଜ କରିଦେଇଛନ୍ତି। କୋର୍ଟ କହିଛନ୍ତି ଯେ ଆମେ ଏଭଳି ଆବେଦନକୁ ଗ୍ରହଣ କରୁନାହୁଁ, ଏହା ଏକ ଭୁଲ ଉଦାହରଣ ସୃଷ୍ଟି କରିବ। କଲେଜିୟମ ଏହା ଉପରେ ବିଚାର କରି ନିଷ୍ପତ୍ତି ନେଇସାରିଛି।

ଭିକ୍ଟୋରିଆଙ୍କ ନିଯୁକ୍ତିକୁ ଚ୍ୟାଲେଞ୍ଜ କରି ହୋଇଥିବା ଅପିଲ୍‌ରେ କୁହାଯାଇଥିଲା ଯେ, ଜଷ୍ଟିସ୍‌ ଏଲ୍ ଭିକ୍ଟୋରିଆ ଗୌରୀଙ୍କର ଏକ ରାଜନୈତିକ ଦଳ ସହ ସମ୍ପର୍କ ରହିଛି। ତାଙ୍କ ସୋଶାଲ ମିଡିଆ ଆକାଉଣ୍ଟରୁ ସ୍ପଷ୍ଟ ଜଣାପଡ଼ୁଛି ଯେ, ସେ ବିଜେପିର ମହିଳା ମୋର୍ଚ୍ଚାର ସାଧାରଣ ସମ୍ପାଦକ ରହି ସାରିଛନ୍ତି। କିଛି ବର୍ଷ ପୂର୍ବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଜଡିତ ହୋଇ ସେ ନିଜ ନାମ ପଛରେ ଚୌକିଦାର ଶବ୍ଦ ମଧ୍ୟ ଯୋଡିଥିଲେ।

ଏହା ବ୍ୟତୀତ ଅଭିଯୋଗ ହୋଇଛି ଯେ ତାଙ୍କ ଦଳର ଆଦର୍ଶ ଅନୁଯାୟୀ, ଭିକ୍ଟୋରିଆ ଗୌରୀ ଅନେକ ସମୟରେ ପ୍ରେମ ଜିହାଦ ତଥା ଅନ୍ୟାନ୍ୟ ସାମ୍ପ୍ରଦାୟିକ ପ୍ରସଙ୍ଗରେ ମୁସଲମାନ ଏବଂ ଖ୍ରୀଷ୍ଟିଆନଙ୍କ ପ୍ରତି ଘୃଣାଭାବ ବଢ଼ାଇବା ପରି ମନ୍ତବ୍ୟ ଦେଇଥାନ୍ତି। ଗୌରୀ ହାଇକୋର୍ଟ ଏବଂ ସୁପ୍ରିମକୋର୍ଟ କଲେଜିୟମରୁ ଏହିପରି ଅନେକ ଜିନିଷ ଲୁଚାଇ ରଖିଥିବା ଜଣାଯାଇଛି। ତେଣୁ ତାଙ୍କ ନିଯୁକ୍ତି ବନ୍ଦ ହେବା ଉଚିତ୍ ବୋଲି ଆବେଦନ ହୋଇଥିବା ବେଳେ ଏହାକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି।

Supreme Court Judgement
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe