Advertisment

ଧାରା ୩୭୦ ଉଚ୍ଛେଦ ମାମଲା: ଅଗଷ୍ଟ ୨ରୁ ଶୁଣାଣି ଆରମ୍ଭ

ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବେ।

Article 370

Article 370

Advertisment

ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ନିମନ୍ତେ ଦୀର୍ଘ ଦିନ ହେଲା ଦାବି ହୋଇ ଆସୁଥିବା ବେଳେ ଖୁବ୍‌ ଶୀଘ୍ର ସୁପ୍ରିମକୋର୍ଟରେ ଏହାର ଶୁଣାଣି ଆରମ୍ଭ ହେବ । ଆସନ୍ତା ଅଗଷ୍ଟ ୨ରୁ ଏହି ବହୁ ପ୍ରତିକ୍ଷିତ ମାମଲାର ଶୁଣାଣି କରିବ ସୁପ୍ରିମକୋର୍ଟର ୫ ଜଣିଆ ଖଣ୍ଡପୀଠ । 

Advertisment

ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବେ। ଅନ୍ୟ ବିଚାରପତିଙ୍କ ମଧ୍ୟରେ ଜଷ୍ଟିସ୍‌ ସଞ୍ଜୟ କିଷାନ କୌଲ, ଜଷ୍ଟିସ୍‌ ସଞ୍ଜୀବ ଖନ୍ନା, ଜଷ୍ଟିସ୍‌ ବିଆର ଗାଭାଇ ଓ ଜଷ୍ଟିସ୍‌ ସୂର୍ଯ୍ୟକାନ୍ତ ଥିବା ଜଣାଯାଇଛି। ସପ୍ତାହର କେବଳ ସୋମବାର ଓ ଶୁକ୍ରବାରକୁ ଛାଡ଼ି ଅନ୍ୟ ଦିନମାନଙ୍କରେ ନିୟମିତ ଭାବେ ଏହି ମାମଲାର ଶୁଣାଣି ଚାଲିବ ବୋଲି ସୁପ୍ରିମକୋର୍ଟ ପକ୍ଷରୁ କୁହାଯାଇଛି।

ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରି ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ୨୦୧୯ ମସିହା ଅଗଷ୍ଟ ୫ ତାରିଖରେ ସୁପ୍ରିମକୋର୍ଟରେ ପିଟିଶନ ଦାଖଲ ହୋଇଥିଲା। ଧାରା ୩୭୦କୁ ଚ୍ୟାଲେଞ୍ଜ କରି ସମୁଦାୟ ୨୩ ଟି ପିଟିଶନ ଦାଖଲ ଦାଖଲ ହୋଇଛି। ସେଥି ମଧ୍ୟରୁ ୨ ଜଣ ଇତି ମଧ୍ୟରେ ନିଜ ପିଟିଶନକୁ ଉଠାଇ ନେଇଛନ୍ତି।

Advertisment

ଅବଶିଷ୍ଟ ପକ୍ଷରୁ ଆସନ୍ତା ୨୫ ତାରିଖ ସୁଦ୍ଧା ଅନଲାନ୍‌ ମୋଡରେ ନିଜ ପକ୍ଷ ରଖିବାକୁ ସୁପ୍ରିମକୋର୍ଟଙ୍କ ପକ୍ଷରୁ ନୋଟିସ୍‌ କରିଛନ୍ତି। ପେପରଲେସ୍‌ ମୋଡରେ ସମସ୍ତ ଡକ୍ୟୁମେଣ୍ଟ ଡିପୋଜିଟ କରିବାକୁ ସୁପ୍ରିମକୋର୍ଟ ପିଟିଶନରମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଏହି ମାମଲାରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଫାଇଲ୍‌ କରାଯାଇଥିବା ସାନି ଆଫିଡେଭିଟକୁ ଶୁଣାଣି କରିବାକୁ ମନା କରିଦେଇଛନ୍ତି ସୁପ୍ରିମକୋର୍ଟ । ଏହି ମାମଲାକୁ ନେଇ ଉପୁଜିଥିବା ସାମ୍ବିଧାନିକ ବିବାଦ ଉପରେ କେବଳ ଶୁଣାଣି କରିବେ ବୋଲି ସୁପ୍ରିମକୋର୍ଟ ବେଞ୍ଚ ପକ୍ଷରୁ କୁହାଯାଇଛି।

ସୂଚନାଯୋଗ୍ୟ, ଭାରତୀୟ ସମ୍ବିଧାନର ଧାରା ୩୫ଏ ସହ ଜଡ଼ିତ ଧାରା ୩୭୦ ଅନୁସାରେ ଜମ୍ମୁ କଶ୍ମୀରକୁ ସ୍ୱତନ୍ତ୍ର ମାନ୍ୟତା ପ୍ରଦାନ କରାଯାଇଥିଲା। ଫଳରେ ଉକ୍ତ ରାଜ୍ୟକୁ ଭାରତୀୟ ସମ୍ବିଧାନରୁ ଏକ ଅଲଗା ସାମ୍ବିଧାନିକ ମାନ୍ୟତା ମିଳିଥିଲ। କଶ୍ମୀରରେ କେବଳ ସ୍ଥାନୀୟ ବାସିନ୍ଦାଙ୍କୁ ଘର କରିବା ଓ ସରକାରୀ ଚାକିରିରେ ସୁବିଧା ରହିଥିଲା। ସରକାର ଧାରା ୩୭୦ ହଟାଇ ଜମ୍ମୁ-କଶ୍ମୀରକୁ ଏହାର ସ୍ୱତନ୍ତ୍ର ଅଧିକାରରୁ ବଞ୍ଚିତ କରି ଗଣତନ୍ତ୍ରକୁ ହତ୍ୟା କରୁଛନ୍ତି ବୋଲି ବିରୋଧି ଅଭିଯୋଗ କରି ଆସୁଛନ୍ତି।

Supreme Court Article 370 Jammu Kashmir
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe