Advertisment

ଅବସର ବେଳେ ଭାବୁକ ହେଲେ ସୁପ୍ରିମକୋର୍ଟ ବିଚାରପତି, କହିଲେ- କଲ ଖେଲ ମେଁ ହମ ହୋ ନା ହୋ...

ସୁପ୍ରିମକୋର୍ଟରେ ସବୁଠୁ ଅଧିକ ମାମଲାର ରାୟ ପ୍ରକାଶ କରିଥିବା ବିଚାରପତିଙ୍କ ତାଲିକାରେ ସାମିଲ ଅଛି ଜଷ୍ଟିସ୍‌ ଶାହଙ୍କ ନାମ । ଗତ ୪ ବର୍ଷରେ ସେ ପ୍ରାୟ ୭୧୨ ମାମଲାର ରାୟ ପ୍ରକାଶ କରି ସାରିଛନ୍ତି।

author-image
Niharika Rout
ଅଦ୍ୟତନ ହୋଇଛି
Justice M R Shah

Justice M R Shah

‘କଲ ଖେଲ ମେଁ ହମ ହୋ ନା ହୋ, ଗର୍ଦିଶ ମେ ତାରେ ରହେଙ୍ଗେ ସଦା’ । ହିନ୍ଦୀ ଫିଲ୍ମ ‘ମେରା ନାମ ଜୋକର’ର ଗୋଟିଏ ଗୀତର ଏହି ପକ୍ତିଂ ଆଜି ଦେଶର ସର୍ବୋଚ୍ଚ ନ୍ୟାୟଳୟରେ ଶୁଣିବାକୁ ମିଳିଥିଲା। ସୁପ୍ରିମକୋର୍ଟର ବିଚାରପତି ଭାବେ ଜଷ୍ଟିସ ଏମ.ଆର ଶାହଙ୍କ କାର୍ଯ୍ୟକାଳ ଆଜି ଶେଷ ହୋଇଥିବା ବେଳେ ନିଜ ଅବସରକାଳୀନ ସମ୍ବର୍ଦ୍ଧନା ସଭାରେ ସେ ଏହି ଧାଡ଼ିଟି ଆବୃତ୍ତି କରି ବେଶ୍ ଭାବପ୍ରବଣ ହୋଇଯାଇଥିଲେ। 

Advertisment

ଆଜି ନିଜ କାର୍ଯ୍ୟକାଳର ଶେଷ ଦିନରେ ଜଷ୍ଟିସ ଶାହ ପରମ୍ପରା ଅନୁଯାୟୀ ପ୍ରଧାନ ବିଚାରପତି ଜଷ୍ଟିସ୍‌ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ସହ ଏକ ଖଣ୍ଡପୀଠରେ ବସିଥିଲେ। ଜଷ୍ଟିସ୍‌ ଶାହଙ୍କୁ ପ୍ରଶଂସାରେ ପୋତି ପକାଇ ପ୍ରଧାନ ବିଚାରପତି କହିଥିଲେ, ସେ ଜଣେ ଭଲ ବନ୍ଧୁ ସହ କଲିଜିୟମରେ ବଡ଼ ସହଯୋଗୀ ଥିଲେ।

ଜଷ୍ଟିସ ଶାହ କହିଥିଲେ, ମୁଁ ଅଧିକ ଭାବୁକ ହୋଇଗଲେ ବା କାନ୍ଦିବା ଆରମ୍ଭ କରିଦେଲେ ମୋତେ କ୍ଷମା କରି ଦେବେ। ଆପଣମାନେ ସମସ୍ତେ ମୋତେ ଏକ ପରିବାର ସଦସ୍ୟ ଭାବେ ଗ୍ରହଣ କରି ମୋତେ ସହଯୋଗ କରିଛନ୍ତି। ପ୍ରଧାନ ବିଚାରପତି ମୋତେ ଜଣେ ଭାଇ ଭାବେ ପ୍ରୋତ୍ସାହିତ କରିଛନ୍ତି ଓ ମୁଁ ତାଙ୍କ ନିକଟରୁ ବହୁତ କିଛି ଶିଖିବାକୁ ପାଇଛି।

Advertisment

ସେ ଆହୁରି କହିଥିଲେ, ମୁଁ ସବୁବେଳେ ମୋ’ କାମକୁ ନ୍ୟାୟ ଦେବାକୁ ଚେଷ୍ଟା କରିଛି। ବିନା ଭୟରେ ସବୁବେଳେ ନିଜ କାମକୁ ନ୍ୟାୟ ପ୍ରଦାନ କରିଛି। ଏହାଦ୍ୱାରା ଯଦି କାହାକୁ ମାନସିକ ଭାବେ ଆଘାତ ଲାଗିଛି, ତା’ ହେଲେ ମୋତେ କ୍ଷମା କରି ଦିଅନ୍ତୁ। ମୁଁ ସବୁବେଳେ କାମରେ ବିଶ୍ୱାସ କରେ। ଅବସର ପରେ ମୁଁ ବସିବା ଲୋକ ନୁହଁ । ମୁଁ ମୋ’ ଜୀବନର ଏକ ନୂଆ ଅଧ୍ୟାୟ ଆରମ୍ଭ କରିବି। ଏଥିପାଇଁ ମୋତେ ଆଶୀର୍ବାଦ ଦିଅନ୍ତୁ।

ସୁପ୍ରିମକୋର୍ଟରେ ସବୁଠୁ ଅଧିକ ମାମଲାର ରାୟ ପ୍ରକାଶ କରିଥିବା ବିଚାରପତିଙ୍କ ତାଲିକାରେ ସାମିଲ ଅଛି ଜଷ୍ଟିସ୍‌ ଏମ.ଆର ଶାହଙ୍କ ନାମ। ଗତ ୪ ବର୍ଷରେ ସେ ପ୍ରାୟ ୭୧୨ ମାମଲାର ରାୟ ପ୍ରକାଶ କରିଛନ୍ତି। ନିକଟରେ ହୋଇଥିବା ବହୁ ଚର୍ଚ୍ଚିତ ଶିବସେନା ବିବାଦ ଓ ଦିଲ୍ଲୀ ସରକାର-ଏଲଜି ବିବାଦର ଶୁଣାଣି ପାଇଁ ଗଠିତ ଖଣ୍ଡପୀଠରେ ବି ସେ ଥିଲେ। 

Supreme Court