Advertisment

ଇଡିର ‘କେଜ୍ରିୱାଲ ବିରୋଧୀ’ ଆବେଦନକୁ ଗ୍ରହଣ କଲେନି ସୁପ୍ରିମକୋର୍ଟ

ଜଷ୍ଟିସ ସଞ୍ଜୀବ ଖାନ୍ନା ଓ ଜଷ୍ଟିସ ଦୀପଙ୍କର ଦତ୍ତାଙ୍କ ଖଣ୍ଡପୀଠ କହିଛନ୍ତି, ଏପରି ବୟାନ ଜାମିନ ସର୍ତ୍ତକୁ ଉଲ୍ଲଙ୍ଘନ କରୁନାହିଁ।

Arvind Kejriwal

Arvind Kejriwal

Advertisment

ନିର୍ବାଚନ ରାଲିରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଦେଇଥିବା ବୟାନକୁ ବିରୋଧ କରି ସୁପ୍ରିମକୋର୍ଟ ଯାଇଥିବା ଇଡିକୁ ଝଟକା ଲାଗିଛି। ଇଡିର କେଜ୍ରିୱାଲ ବିରୋଧୀ ଆବେଦନକୁ ଗ୍ରହଣ କରି ନାହାନ୍ତି ସୁପ୍ରିମକୋର୍ଟ। ଯଦି ଲୋକମାନେ ଆପ୍‌କୁ ଭୋଟ ଦେବେ, ତା’ହେଲେ ତାଙ୍କୁ ଆଉ ଜେଲ ଯିବାକୁ ପଡ଼ିବ ନାହିଁ ବୋଲି କେଜ୍ରିୱାଲ କହିଛନ୍ତି।

Advertisment

ଏପରି ଭାଷଣକୁ ବିରୋଧ କରି ଇଡି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା। ଜଷ୍ଟିସ ସଞ୍ଜୀବ ଖାନ୍ନା ଓ ଜଷ୍ଟିସ ଦୀପଙ୍କର ଦତ୍ତାଙ୍କ ଖଣ୍ଡପୀଠ କହିଛନ୍ତି, ଏପରି ବୟାନ ଜାମିନ ସର୍ତ୍ତକୁ ଉଲ୍ଲଙ୍ଘନ କରୁନାହିଁ।

ଖଣ୍ଡପୀଠ ତଦନ୍ତକାରୀ ସଂସ୍ଥାକୁ କହିଛନ୍ତି ଯେ କେଜ୍ରିୱାଲଙ୍କ ବୟାନ ତାଙ୍କର ବ୍ୟକ୍ତିଗତ ମତ। ଏହା ତାଙ୍କର ଆକଳନ। ଆମେ କିଛି ବି କହିପାରିବୁ ନାହିଁ। ଆମ ନିର୍ଦ୍ଦେଶ ପୂରା ସ୍ପଷ୍ଟ ରହିଛି। ଏହା କୋର୍ଟଙ୍କ ନିଷ୍ପତ୍ତି। ଆମେ ଆଇନର ପରିଧି ମଧ୍ୟରେ ଆବଦ୍ଧ।

Advertisment

କେଜ୍ରିୱାଲଙ୍କୁ ଅନ୍ତରୀଣ ଜାମିନ ଦେବା ବେଳେ କୌଣସି ସ୍ୱତନ୍ତ୍ର ସେବାର ଅଧିକାର ଦେଇ ନାହାନ୍ତି। କେବଳ ଲୋକସଭା ନିର୍ବାଚନରେ ପ୍ରଚାର ପାଇଁ ଅଧିକାର ଦିଆଯାଇଛି। ଆମେ କାହା ପାଇଁ କୌଣସି ବ୍ୟତିକ୍ରମ ରଖି ନାହୁଁ। ଯାହା ଯର୍ଥାର୍ଥ ସେକଥା ଆମ ନିର୍ଦ୍ଦେଶରେ ରହିଥିଲା। 

ରାୟର ସମାଲୋଚନାକୁ ଆମେ ସ୍ୱାଗତ କରିବୁ। ଆମ ନିର୍ଦ୍ଦେଶ ସ୍ପଷ୍ଟ ଥିଲା। ଆମେ ତାରିଖ ସ୍ଥିର କରିଛୁ। ଏଥିସହ ଅନ୍ତରୀଣ ଜାମିନ ପ୍ରଦାନ କରିବାର କାରଣ ମଧ୍ୟ କହିଥିଲୁ ବୋଲି ଖଣ୍ଡପୀଠ କହିଛନ୍ତି। ଏହାପରେ କେଜ୍ରିୱାଲଙ୍କ ଜାମିନ ରଦ୍ଦ ପାଇଁ ଇଡି କରିଥିବା ଅନୁରୋଧକୁ ଅଗ୍ରାହ୍ୟ କରି ଦେଇଛନ୍ତି।

କେଜ୍ରିୱାଲଙ୍କ ଜାମିନକୁ ରଦ୍ଦ କରିବା ପାଇଁ ଇଡି ପକ୍ଷରୁ ସଲିସିଟର ଜେନେରାଲା ତୁଷାର ମେହେଟା ଯୁକ୍ତି ରଖିଥିଲେ। ସେ କହିଥିଲେ ଯେ କେଜ୍ରିୱାଲଙ୍କ ବୟାନ ଜାମିନ ନିୟମକୁ ସ୍ପଷ୍ଟ ଭାବେ ଉଲ୍ଲଙ୍ଘନ କରୁଛି। ଏହା ନ୍ୟାୟପାଳିକା ଗାଲରେ ଶକ୍ତ ଚାପୁଡ଼ା।

Arvind Kejriwal ED Raid Supreme Court
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe