Advertisment

The Kerala Story ବ୍ୟାନ: ବେଙ୍ଗଲ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ୍‌

ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ ଓ ଜଷ୍ଟିସ ପିଏସ୍‌ ନରସୀମାଙ୍କୁ ନେଇ ଗଠିତ ଖଣ୍ଡପୀଠ ‘The Kerala Story' ବ୍ୟାନ ବିରୋଧରେ ହୋଇଥିବା ଆବେଦନର ଶୁଣାଣି କରିଛନ୍ତି।

SC

SC

Advertisment

ପଶ୍ଚିମବଙ୍ଗ ସରକାର ରାଜ୍ୟରେ କାହିଁକି ବିବାଦୀୟ ଫିଲ୍ମ ‘The Kerala Story'କୁ ବ୍ୟାନ କରିଛନ୍ତି, ତା’ର କାରଣ ଜାଣିବା ପାଇଁ ନୋଟିସ କରିଛନ୍ତି ସୁପ୍ରିମକୋର୍ଟ। ପୂରା ଦେଶରେ ଏହା ବିନା କୌଣସି ସମସ୍ୟାରେ ଚାଲିଥିବା ବେଳେ ବେଙ୍ଗଲରେ କାହିଁକି ବ୍ୟାନ କରାଯାଇଛି ବୋଲି ସର୍ବୋଚ୍ଚ ଅଦାଲତ ପ୍ରଶ୍ନ କରିଛନ୍ତି। ଏଥିସହ ତାମିଲନାଡୁ ସରକାରଙ୍କୁ ମଧ୍ୟ ସୁପ୍ରିମକୋର୍ଟ ‘The Kerala Story' ପ୍ରସଙ୍ଗରେ ନୋଟିସ କରିଛନ୍ତି।

Advertisment

ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ ଓ ଜଷ୍ଟିସ ପିଏସ୍‌ ନରସୀମାଙ୍କୁ ନେଇ ଗଠିତ ଖଣ୍ଡପୀଠ ‘The Kerala Story' ବ୍ୟାନ ବିରୋଧରେ ହୋଇଥିବା ଆବେଦନର ଶୁଣାଣି କରିଛନ୍ତି। ଶୁଣାଣି ବେଳେ ଖଣ୍ଡପୀଠ କହିଛନ୍ତି, “ଏହି ଫିଲ୍ମକୁ କାହିଁକି ପଶ୍ଚିମବଙ୍ଗ ବ୍ୟାନ କଲା? ଦେଶର ଅନ୍ୟ ପ୍ରାନ୍ତରେ ଏହି ଫିଲ୍ମ ଚାଲିଛି ଓ କିଛି ବି ଅସୁବିଧା ହେଉନି।”

ତାମିଲନାଡୁରେ ଏହି ଫିଲ୍ମକୁ ସରକାର ବ୍ୟାନ କରି ନାହାନ୍ତି। କିନ୍ତୁ ହଲ ମାଲିକମାନେ ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ନିଜ ଆଡ଼ୁ ଫିଲ୍ମକୁ ବ୍ୟାନ କରି ଦେଇଛନ୍ତି।

Advertisment

ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଅଭିଷେକ ମନୁସଙ୍ଘଭୀ କୋର୍ଟଙ୍କୁ କହିଛି ଯେ ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜିବାର ଆଶଙ୍କା ଥିବା ଗୁଇନ୍ଦା ବିଭାଗ ତଥ୍ୟ ଦେଇଥିଲା। ତେଣୁ ଫିଲ୍ମକୁ ବ୍ୟାନ କରାଯାଇଛି। ତଥାପି କୋର୍ଟ ପଶ୍ଚିମବଙ୍ଗ ସରକାରଙ୍କୁ ବିସ୍ତୃତ ତଥ୍ୟ ଦେବାକୁ କହିଛନ୍ତି।

ତାମିଲନାଡୁ ସରକାର ହଲଗୁଡ଼ିକ ପାଇଁ କେଉଁ ପ୍ରକାରର ସୁରକ୍ଷା ବ୍ୟବସ୍ଥା କରିଥିଲେ ବୋଲି ଜାଣିବାକୁ ଚାହିଁଛନ୍ତି। ଏବେ ମାମଲାର ପରବର୍ତ୍ତୀ ଶୁଣାଣି ବୁଧବାର କରାଯିବ।

ସୁଦିପ୍ତ ସେନଙ୍କ ନିର୍ଦ୍ଦେଶିତ ‘The Kerala Story'ରେ ଦାବି କରାଯାଇଥିବା ୩୨ ହଜାର ସଂଖ୍ୟାକୁ ନେଇ ବିବାଦ ଦେଖାଯାଇଥିଲା। କେରଳର ୩୨ ହଜାର ଝିଅଙ୍କର ବଳପୂର୍ବକ ଧର୍ମାନ୍ତରୀକରଣ କରାଯାଇଥିଲା ଓ ସେମାନଙ୍କୁ ଆତଙ୍କବାଦୀ ସଂଗଠନରେ ଯୋଗଦେବାକୁ ପଠାଯାଇଥିଲା ବୋଲି ‘The Kerala Story'ରେ ଦାବି କରାଯାଇଛି।

ତେବେ ଏହାକୁ ବିରୋଧୀ ମିଛ ବୋଲି କହି ବିଦ୍ୱେଷ ସୃଷ୍ଟି କରିବାକୁ ଚେଷ୍ଟା କରାଯାଉଥିବା କହିଛନ୍ତି। ବିବାଦ ଚାଲିଥିବା ବେଳେ ଦେଶର ପ୍ରଥମ ରାଜ୍ୟ ଭାବେ ପଶ୍ଚିମବଙ୍ଗ ‘The Kerala Story'କୁ ବ୍ୟାନ କରିଥିଲା। ଏହା ବିରୋଧରେ ଫିଲ୍ମ ନିର୍ମାତା ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

West Bengal Supreme Court The Kerala Story
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe