Advertisment

ଦିଲ୍ଲୀ ଅଧ୍ୟାଦେଶ ବିରୋଧରେ ଆପ୍‌ ଆବେଦନ ଶୁଣି କେନ୍ଦ୍ରକୁ ଜବାବ ମାଗିଲେ ସୁପ୍ରିମ୍‌କୋର୍ଟ

ଯୁକ୍ତି ଶୁଣିବା ଉପରେ ୪୩୭ ପରାମର୍ଶଦାତାଙ୍କୁ ପଦରୁ ହଟାଇ ଦିଆଯାଇଥିବା ଉପରେ କେନ୍ଦ୍ରର ମତାମତ ମାଗିଛନ୍ତି କୋର୍ଟ। ଆସନ୍ତା ୧୭ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ରହିଛି।

ଅଦ୍ୟତନ ହୋଇଛି
Supreme Court

Supreme Court

Advertisment

ଦିଲ୍ଲୀରେ ଟ୍ରାନ୍ସଫର ପୋଷ୍ଟିକୁ ନେଇ କେନ୍ଦ୍ର ସରକାର ଜାରି କରିଥିବା ଅଧ୍ୟାଦେଶ ବିରୋଧରେ ଆପ୍‌(ଆମ ଆଦ୍‌ମୀ ପାର୍ଟି) ସୁପ୍ରିମ୍‌ କୋର୍ଟରେ କରିଥିବା ନିବେଦନ ଉପରେ ଶୁଣାଣି ଆରମ୍ଭ ହୋଇଛି। ଆଜି ଏହି ମାମଲାରେ କେନ୍ଦ୍ରକୁ ନୋଟିସ୍‌ ଜାରି କରି ପକ୍ଷ ରଖିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଚିଫ୍‌ ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ୍ ପିଏସ୍ ନରସିହ୍ମାଙ୍କ ବେଞ୍ଚ ଏହି ନୋଟିସ୍ ଜାରି କରିଛନ୍ତି। ଏହି ମାମଲାରେ ଦିଲ୍ଲୀ ଏଲ୍‌ଜିଙ୍କୁ ପକ୍ଷ କରାଯାଇଥିବା ବେଳେ ବରିଷ୍ଠ ଓକିଲ ଅଭିଷେକ ସିଙ୍ଗଭିଙ୍କୁ ଦିଲ୍ଲୀ ସରକାରଙ୍କ ପକ୍ଷରୁ ପକ୍ଷ ରଖିବା ପାଇଁ କୋର୍ଟ କହିଛନ୍ତି।

Advertisment

ସମ୍ୱିଧାନର ମୂଳ ବ୍ୟବସ୍ଥା ଓ ସୁପ୍ରିମ୍‌କୋର୍ଟ ନିର୍ଦ୍ଦେଶର ଊର୍ଦ୍ଧ୍ୱକୁ ଯାଇ ଏହି ଅଧ୍ୟାଦେଶ କରାଯିବା ଅସାମ୍ୱିଧାନିକ ବୋଲି ଆପ୍‌ ସରକାର କୋର୍ଟରେ ଅଭିଯୋଗ କରିଛି। ଏହି ଅଧ୍ୟାଦେଶକୁ ରଦ୍ଦ କରିବାକୁ ଆପ୍‌ ସରକାର କୋର୍ଟରେ ନିବେଦନ କରିଛି।

ବରିଷ୍ଠ ଓକିଲ ଅଭିଷେକ ସିଙ୍ଗଭି ଦିଲ୍ଲୀ ସରକାରଙ୍କ ପକ୍ଷରୁ କୋର୍ଟରେ ପକ୍ଷ ରଖି ୪୦୦ରୁ ଅଧିକ ବିଶେଷଜ୍ଞ ପରାମର୍ଶଦାତାଙ୍କୁ ହଟା ଯିବା ଉପରେ ସ୍ଥଗିତାଦେଶ ଦେବାକୁ ନିବେଦନ କରିଥିଲେ।

Advertisment

ଏହାକୁ ବିରୋଧ କରି ସୋଲିସିଟର ଜେନେରାଲ ଯୁକ୍ତି ବାଢ଼ିଥିଲେ ଯେ ଏହି ପଦବୀମାନଙ୍କରେ ବିଧାୟକମାନଙ୍କ ସ୍ୱାମୀ କିମ୍ବା ସ୍ତ୍ରୀ ନଚେତ୍ ଆପ୍‌ କାର୍ଯ୍ୟକର୍ତ୍ତାଙ୍କୁ ନିଯୁକ୍ତ କରାଯାଇଥିଲା।

ଯୁକ୍ତି ଶୁଣିବା ଉପରେ ୪୩୭ ପରାମର୍ଶଦାତାଙ୍କୁ ପଦରୁ ହଟାଇ ଦିଆଯାଇଥିବା ଉପରେ କେନ୍ଦ୍ରର ମତାମତ ମାଗିଛନ୍ତି କୋର୍ଟ। ଆସନ୍ତା ୧୭ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ରହିଛି।

ସୂଚନା ଥାଉକି, ଆପ୍‌ ଓ ବିଜେପି କ୍ଷମତା ଯୁଦ୍ଧ ରାଜନୀତି ଚାଲିଥିବା ବେଳେ ସୁପ୍ରିମ୍‌କୋର୍ଟ ଦିଲ୍ଲୀରେ ପୁଲିସ, ସାଧାରଣ ପ୍ରଶାସନିକ ସେବା ଓ ଜମିଜମା ନିଷ୍ପତ୍ତି ନିର୍ବାଚିତ ସରକାରଙ୍କ ହାତରେ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଯାହାପରେ ଗତ ମେ’ ୧୯ରେ କେନ୍ଦ୍ର ବିଜେପି ସରକାର ଅଧ୍ୟାଦେଶ ଆଣି ନିର୍ଦ୍ଦେଶନାମାକୁ ଏକପ୍ରକାର ଅକାମୀ କରିଦେଇଥିଲେ। ଯାହାପରେ କେଜ୍ରିୱାଲ ଜନସମର୍ଥନ ଯୋଗାଇ ନିମନ୍ତେ ବିଭିନ୍ନ ବିରୋଧୀ ଦଳ ନେତାଙ୍କୁ ଭେଟିବା ସହ ସମାବେଶ କରୁଛନ୍ତି। ତାଙ୍କୁ ମଧ୍ୟ ଅଣବିଜେପି ବହୁ ଦଳଙ୍କ ସମର୍ଥନ ମିଳିଛି।

Supreme Court AAP Delhi LG
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe