Advertisment

ସୌମ୍ୟା ବିଶ୍ୱନାଥନ୍‌ ହତ୍ୟା ମାମଲା: ଦୋଷୀ ଓ ପୁଲିସକୁ ନୋଟିସ୍‌

୪ ସପ୍ତାହ ମଧ୍ୟରେ ଜାରି ହୋଇଥିବା ନୋଟିସ୍‌ର ଜବାବ ରଖିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

sowmya Viswanathan

sowmya Viswanathan

Advertisment

ବହୁ ଚର୍ଚ୍ଚିତ ସାମ୍ବାଦିକା ସୌମ୍ୟା ବିଶ୍ୱନାଥନ୍‌ ହତ୍ୟା ମାମଲାରେ ସୁପ୍ରିମକୋର୍ଟ ନୋଟିସ୍‌ ଜାରି କରିଛନ୍ତି। ଏହି ହତ୍ୟା ମାମଲାରେ ଅଭିଯୁକ୍ତଙ୍କୁ ଦଣ୍ଡମୁକ୍ତ କରିବା ଓ ଜାମିନ ପାଇବାକୁ ନେଇ ଦିଲ୍ଲୀ ପୁଲିସ ସମେତ ୪ ଦୋଷୀଙ୍କୁ କୋର୍ଟ ନୋଟିସ ଜାରି କରିଛନ୍ତି। ଏଥିସହ ୪ ସପ୍ତାହ ମଧ୍ୟରେ ଏହାର ଜବାବ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।

Advertisment

ଶୁକ୍ରବାର ସମସ୍ତ ୪ ଦୋଷୀଙ୍କ ଜାମିନ୍‌କୁ ବିରୋଧ କରିବା ସହ ଦିଲ୍ଲୀ ହାଇକୋର୍ଟଙ୍କ ରାୟକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ପୀଡିତାଙ୍କ ପରିବାର। ଆଜି ଏହି ଆବେଦନର ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। କିଭଳି ଏମାନଙ୍କୁ ଜାମିନ ଦିଆଗଲା ସେ ନେଇ ଦିଲ୍ଲୀ ପୁଲିସ ଓ ଦୋଷୀଙ୍କୁ କୋର୍ଟ ନୋଟିସ୍‌ ଜାରି କରିବା ସହ ମାସକ ଭିତରେ ଏହାର ଜବାବ ରଖିବାକୁ ସର୍ବୋଚ୍ଚ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। 

କହିରଖୁ ଫେବ୍ରୁଆରୀ ମାସରେ ଦିଲ୍ଲୀ ହାଇକୋର୍ଟ ସୌମ୍ୟା ବିଶ୍ୱନାଥନ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଚାରି ଜଣଙ୍କୁ ଦଣ୍ଡମୁକ୍ତ କରିବା ସହ ସେମାନଙ୍କୁ ଜାମିନ ପ୍ରଦାନ କରିଥିଲେ। ସମସ୍ତ ଦୋଷୀ ୧୪ ବର୍ଷ ୯ ମାସ ହେବ ଦଣ୍ଡ ଭୋଗି ସାରିଲେଣି। ଏହି ଆବେଦନକୁ ସମାଧାନ କରିବାକୁ ସମୟ ଲାଗିବ। ଏଥିପାଇଁ ଦୋଷୀଙ୍କୁ ଜାମିନରେ ମୁକ୍ତ କରାଯାଉ ବୋଲି ଦିଲ୍ଲୀ ହାଇକୋର୍ଟ କହିଥିଲେ।

Advertisment

୨୦୦୮ ନଭେମ୍ବର ୩୦ ତାରିଖରେ ଦିଲ୍ଲୀ ସାକେତ କୋର୍ଟ ସୌମ୍ୟା ବିଶ୍ୱନାଥନର ହତ୍ୟା ମାମଲାରେ ରବି କପୁର, ଅମିତ ଶୁକ୍ଲା, ବଲଜିତ ସିଂହ ମଲିକ ଓ ଅଜୟ କୁମାରଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ଏମାନଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ।

ଏକ ପ୍ରମୁଖ ଇଂରାଜୀ ନ୍ୟୁଜ୍‌ ଚ୍ୟାନେଲରେ କାମ କରୁଥିବା ସାମ୍ବାଦିକା ସୌମ୍ୟା ବିଶ୍ୱନାଥନଙ୍କୁ ୩୦ ସେପ୍ଟେମ୍ବର ୨୦୦୮ରେ ବିଳମ୍ବିତ ରାତିରେ ଦକ୍ଷିଣ ଦିଲ୍ଲୀର ନେଲସନ୍‌ ମଣ୍ଡେଲା ମାର୍ଗରେ ଗୁଳି କରି ହତ୍ୟା କରାଯାଇଥିଲା। ସେ କାର୍ ଯୋଗେ ଅଫିସ୍‌ରୁ ଘରକୁ ଫେରୁଥିବା ବେଳେ ଏହି ଘଟଣା ଘଟିଥିଲା।

Supreme Court Soumya Vishwanathan Murder Case
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe