Advertisment

ମହିଳାଙ୍କୁ ରାତି ଡ୍ୟୁଟି କରିବାକୁ ବାରଣ ନ କରି ସୁରକ୍ଷା ଦିଅ: ସୁପ୍ରିମକୋର୍ଟ

ପଶ୍ଚିମବଙ୍ଗ ସରକାର ମହିଳାମାନଙ୍କ ରାତି ଡ୍ୟୁଟି ବନ୍ଦ କରିବା ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇଛନ୍ତି ସୁପ୍ରିମକୋର୍ଟ।

ଅଦ୍ୟତନ ହୋଇଛି
Supreme Court & Women Protesters

Supreme Court & Women Protesters

Advertisment

ପଶ୍ଚିମବଙ୍ଗ ସରକାର ମହିଳାମାନଙ୍କ ରାତି ଡ୍ୟୁଟି ବନ୍ଦ କରିବା ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇଛନ୍ତି ସୁପ୍ରିମକୋର୍ଟ। ମହିଳାମାନଙ୍କୁ ଡ୍ୟୁଟିକୁ ଆସିବାକୁ ବାରଣ କରିବାକୁ ସରକାର କିଏ, ସେମାନଙ୍କୁ ସୁରକ୍ଷା ଯୋଗାଇବା ରାଜ୍ୟ ସରକାରଙ୍କ କାମ ବୋଲି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ କହିଛନ୍ତି।

Advertisment

କୋଲକାତା ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲା ଉପରେ ଆଜି ସିବିଆଇ ଆଉ ଏକ ତଦନ୍ତ ରିପୋର୍ଟ ଦାଖଲ କରିଥିଲା। ଏହି ରିପୋର୍ଟ ଯାଞ୍ଚ ସମୟରେ ସୁପ୍ରିମକୋର୍ଟ ବିଭିନ୍ନ ଦିଗ ଉପରେ ବିଚାର କରିଛନ୍ତି। ଏଥିସହ ଦୁଷ୍କର୍ମ ଘଟଣା ପରେ ପଶ୍ଚିମବଙ୍ଗ ସରକାର ମହିଳାମାନଙ୍କୁ ରାତିରେ ଡ୍ୟୁଟି କରିବେ ନାହିଁ ଘୋଷଣାକୁ ନେଇ ସର୍ବୋଚ୍ଚ ଅଦାଲତା ପ୍ରଶ୍ନ ଉଠାଇଛନ୍ତି। 

ପ୍ରଧାନ ବିଚାରପତି ଜଷ୍ଟିସ ଚନ୍ଦ୍ରଚୂଡ ରାଜ୍ୟ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ଏହି ନୋଟିଫିକେସନକୁ ପରିବର୍ତ୍ତନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ପ୍ରଧାନ ବିଚାରପତି କହିଛନ୍ତି, "ଆପଣ (ରାଜ୍ୟ ସରକାର) ମହିଳାମାନଙ୍କୁ କିପରି ସେମାନେ ରାତିରେ ଡ୍ୟୁଟି କରିପାରିବେ ନାହିଁ ବୋଲି କହିପାରିବେ? ମହିଳା ଡାକ୍ତରଙ୍କ ପାଇଁ କାହିଁକି କଟକଣା ରଖାଯିବ? ସେମାନେ ଏ ସୁବିଧା ଚାହାନ୍ତି ନାହିଁ, ମହିଳାମାନେ ବି ରାତି ସିଫ୍ଟରେ କାମ କରିବାକୁ ପ୍ରସ୍ତୁତ।"

Advertisment

ସିବଲ (ବରିଷ୍ଠ ଓକିଲ), ଆପଣ ଏହି ସମସ୍ୟାର ସମାଧାନ କରିବା ଆବଶ୍ୟକ। ଏହାର ସମାଧାନ ହେଉଛି ସଠିକ୍ ସୁରକ୍ଷା ବ୍ୟବସ୍ଥା ସୁନିଶ୍ଚିତ କରିବା। ପଶ୍ଚିମବଙ୍ଗ ସରକାର ବିଜ୍ଞପ୍ତିରେ ସଂଶୋଧନ କରିବା ଉଚିତ୍। ସୁରକ୍ଷା ଯୋଗାଇବା ଆପଣଙ୍କ ଦାୟିତ୍ୱ, କିନ୍ତୁ ମହିଳାମାନଙ୍କୁ ରାତିରେ କାମ କରିବାକୁ ବାରଣ କରିପାରିବେ ନାହିଁ। ପାଇଲଟ, ସେନା କର୍ମଚାରୀ ଏବଂ ଅନ୍ୟମାନେ ରାତି ସମୟରେ କାମ କରୁଛନ୍ତି ବୋଲି ପ୍ରଧାନ ବିଚାରପତି ଜଷ୍ଟିସ ଡିଲାଇ ଚନ୍ଦ୍ରଚୂଡ କହିଛନ୍ତି।

କୋଲକାତା ଦୁଷ୍କର୍ମ ଓ ହତ୍ୟା ମାମଲାରେ ସିବିଆଇ ତଦନ୍ତ ରିପୋର୍ଟକୁ ନେଇ ମଧ୍ୟ ଚିନ୍ତା ପ୍ରକଟ କରିଛନ୍ତି ସୁପ୍ରିମକୋର୍ଟ। ବର୍ତ୍ତମାନ ସୁଦ୍ଧା ସିବିଆଇର ଯାଞ୍ଚ ରିପୋର୍ଟ ସାଙ୍ଘାତିକ ଏବଂ ବିଚଳିତ କଲା ପରି ବୋଲି ସୁପ୍ରିମକୋର୍ଟ କହିଛନ୍ତି।

ଅନ୍ୟପଟେ, ଶୁଣାଣି ସମୟରେ ଜୁନିଅର ଡାକ୍ତରମାନେ କାର୍ଯ୍ୟରେ ଯୋଗଦେବେ ବୋଲି ସୁପ୍ରିମକୋର୍ଟଙ୍କୁ କୁହାଯାଇ। ଆନ୍ଦୋଳନରତ ଜୁନିୟର ଡାକ୍ତରଙ୍କ ପକ୍ଷରୁ କୁହାଯାଇଛି ଯେ, ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ଆଲୋଚନା ପରେ ପୁନଃ କାର୍ଯ୍ୟ ଆରମ୍ଭ କରିବାରେ ସେମାନଙ୍କର କୌଣସି ଅସୁବିଧା ନାହିଁ। କାର୍ଯ୍ୟକୁ ଫେରିବା ବିଷୟରେ ଆଲୋଚନା କରିବା ପାଇଁ ଆଜି ସେମାନଙ୍କର ଏକ ସାଧାରଣ ବୈଠକ ହେବ ବୋଲି କହିଛନ୍ତି।

Supreme Court Doctor Rape Murder Case No Bight Shift Order RG Kar Horror
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe