Advertisment

ଦିଲ୍ଲୀ ସରକାରଙ୍କୁ ଝଟ୍‌କା, LGଙ୍କୁ ମିଳିଲା ସୁପ୍ରିମ ପାଓ୍ୱାର୍‌

ନିର୍ବାଚିତ ସରକାରଙ୍କ ପରାମର୍ଶ ଅନୁଯାୟୀ ରାଜ୍ୟପାଳ କାମ କରିବା ଆବଶ୍ୟକ ନୁହେଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି।

author-image
Madhupriya Mistry
SC on LG

SC on LG

ସୁପ୍ରିମକୋର୍ଟରୁ ଦିଲ୍ଲୀ ସରକାରଙ୍କୁ ଲାଗିଲା ବଡ଼ ଝଟ୍‌କା। ଦିଲ୍ଲୀର ଲେଫ୍ଟନାଣ୍ଟ ଗଭର୍ଣ୍ଣରଙ୍କୁ ମିଳିଲା ସୁପ୍ରିମ ପ୍ରାଓ୍ୱାର। ଦିଲ୍ଲୀ MCDରେ ଆଲର୍ଡମ୍ୟାନଙ୍କ ନିଯୁକ୍ତି ମାମଲାରେ ଉପରାଜ୍ୟପାଳ ବିନୟ ସାକ୍ସେସନାଙ୍କୁ ଆଶ୍ୱସ୍ତି ମିଳିଥିବା ବେଳେ ଆମ୍‌ ଆଦମୀ ପାର୍ଟି ସରକାରଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଝଟ୍‌କା ଲାଗିଛି। ଲେଫ୍ଟନାଣ୍ଟ ଗଭର୍ଣ୍ଣର ଆଲର୍ଡମ୍ୟାନଙ୍କୁ ନିଯୁକ୍ତ କରିପାରିବେ ବୋଲି ଜଷ୍ଟିସ ପି. ଶ୍ରୀ ନରସିମ୍‌ହା ଏବଂ ଜଷ୍ଟିସ ସଞ୍ଜୟ କୁମାର ନିଜ ରାୟରେ କହିଛନ୍ତି।

Advertisment

କହିରଖୁ ଯେ, ଏଲ୍‌ଜିଙ୍କ ଦ୍ୱାରା ୧୦ ଜଣ କାଉନସିଲରଙ୍କୁ ମନୋନୀତ କରିବା ନିଷ୍ପତ୍ତି ବିରୋଧରେ ଦିଲ୍ଲୀ ସରକାର ସୁପ୍ରିମକୋର୍ଟଙ୍କର ଦ୍ୱାରସ୍ଥ ହୋଇଥିଲା। ଏଲଜି ମନଇଚ୍ଛା ସେମାନଙ୍କ ବିନା ପରାମର୍ଶରେ କାଉନସିଲରଙ୍କୁ ନିଯୁକ୍ତି କରିଥିବା ଦିଲ୍ଲୀ ସରକାର ଅଭିଯୋଗ କରିଥିଲେ। ଏହି ନିଯୁକ୍ତିକୁ ବାତିଲ କରାଯିବା ଉଚିତ୍ ବୋଲି ଆପ୍‌ ଦାବି କରିଥିଲା।

ଏହି ମାମଲାର ଆଜି ଶୁଣାଣି କରି ସୁପ୍ରିମକୋର୍ଟ ଏଲ୍‌ଜିଙ୍କ ୧୦ ଜଣ କାଉନସିଲରଙ୍କୁ ମନୋନୀତ କରିବା ନିଷ୍ପତ୍ତି ସଠିକ୍‌ ବୋଲି ଦର୍ଶାଇଛନ୍ତି। କୋର୍ଟ ସ୍ପଷ୍ଟ କରିଛନ୍ତି ଯେ, MCDରେ କାଉନସିଲରଙ୍କୁ ମନୋନୀତ କରିବାର ଅଧିକାର ଏଲ୍‌ଜିଙ୍କ ପାଖରେ ରହିଛି। ଏଥିପାଇଁ ଦିଲ୍ଲୀ ସରକାରଙ୍କ ସହମତି ଆବଶ୍ୟକ ନୁହେଁ। ସୁପ୍ରିମକୋର୍ଟ କହିଛନ୍ତି, ଦିଲ୍ଲୀର ଲେଫ୍ଟନାଣ୍ଟ ଗଭର୍ଣ୍ଣର ସରକାରଙ୍କ ପରାମର୍ଶ ବିନା MCDରେ ୧୦ ଜଣ ମନୋନୀତ କାଉନସିଲର ନିଯୁକ୍ତ କରିପାରିବେ। ନିର୍ବାଚିତ ସରକାରଙ୍କ ପରାମର୍ଶ ଅନୁଯାୟୀ ରାଜ୍ୟପାଳ କାମ କରିବା ଆବଶ୍ୟକ ନୁହେଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି।

Advertisment

ଏହି ପ୍ରସଙ୍ଗରେ ସୁପ୍ରିମକୋର୍ଟ ପ୍ରାୟ ୧୫ ମାସ ପର୍ଯ୍ୟନ୍ତ ସଂରକ୍ଷିତ ରଖିଥିଲେ। ଗତ ବର୍ଷ ମେ ୧୭ରେ, ସର୍ବୋଚ୍ଚ ନ୍ୟାୟାଳୟ କହିଥିଲେ ଯେ ଲେଫ୍ଟନାଣ୍ଟ ଗଭର୍ଣ୍ଣରଙ୍କୁ ଏମସିଡିରେ 'ଆଲର୍ଡମେନ' ନାମାଙ୍କନ ଦେବା କ୍ଷମତା ପ୍ରଦାନ କରିବା ଅର୍ଥ ହେଉଛି ଯେ ସେ ନିର୍ବାଚିତ ପୌରସଂସ୍ଥାକୁ ଅସ୍ଥିର କରି ପାରିବେ।

MCDରେ ୨୫୦ ନିର୍ବାଚିତ ଏବଂ ୧୦ଜଣ ମନୋନୀତ ସଦସ୍ୟ ଅଛନ୍ତି। ଡିସେମ୍ବର ୨୦୨୨ରେ, ମ୍ୟୁନିସିପାଲିଟି କର୍ପୋରେସନ୍ ନିର୍ବାଚନରେ ​​ଆପ୍‌ ୧୩୪ଟି ୱାର୍ଡ ଜିତିଥିଲା ​​ଏବଂ MCD ରେ ଭାରତୀୟ ଜନତା ପାର୍ଟି (ବିଜେପି) କୁ ପରାସ୍ତ କରିଥିଲା। ୯ଟି ସିଟ୍‌ ହାତେଇ କଂଗ୍ରେସ ତୃତୀୟ ସ୍ଥାନରେ ଥିଲା।

Supreme Court AAP Delhi LG MCD Election