Advertisment

ଧାମିଙ୍କୁ ଭର୍ତ୍ସନା କଲେ ସୁପ୍ରିମକୋର୍ଟ, କହିଲେ- ମୁଖ୍ୟମନ୍ତ୍ରୀ ରାଜା ନୁହନ୍ତି

‘ଏବେ ଆଉ ରାଜା ଶାସନ ଚାଲିନି। ମୁଖ୍ୟମନ୍ତ୍ରୀ ବି ରାଜା ନୁହନ୍ତି। ମୁଖ୍ୟମନ୍ତ୍ରୀ ହେଉଛନ୍ତି ଲୋକଙ୍କ ସେବକ । ସେ ରାଜା ପରି ଆଚରଣ କରିବା ଉଚିତ ନୁହେଁ।’

author-image
Niharika Rout
ଅଦ୍ୟତନ ହୋଇଛି
Supreme Court & Pushkar Dhami

Supreme Court & Pushkar Dhami

‘ଏବେ ଆଉ ରାଜା ଶାସନ ଚାଲିନି। ମୁଖ୍ୟମନ୍ତ୍ରୀ ବି ରାଜା ନୁହନ୍ତି। ଆମେ ପୁରୁଣା ସାମନ୍ତବାଦୀ ବ୍ୟବସ୍ଥା ମଧ୍ୟରେ ନାହୁଁ । ମୁଖ୍ୟମନ୍ତ୍ରୀ ହେଉଛନ୍ତି ଲୋକଙ୍କ ସେବକ । ସେ ରାଜା ପରି ଆଚରଣ କରିବା ଉଚିତ ନୁହେଁ।’ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମିଙ୍କୁ ଭର୍ତ୍ସନା କରି ଏପରି କହିଛନ୍ତି ଦେଶର ସର୍ବୋଚ୍ଚ ନ୍ୟାୟାଳୟ ।

Advertisment

ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ରାଜ୍ୟର ରାଜାଜୀ ବ୍ୟାଘ୍ର ଅଭୟାରଣ୍ୟର ନିର୍ଦ୍ଦେଶକ ପଦରେ ବିବାଦୀୟ ଆଇଏଫଏସ ଅଫିସର ରାହୁଲଙ୍କୁ ବସାଇଥିଲେ। ରାହୁଲଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଚାଲିଥିବା ବେଳେ ତାଙ୍କୁ ଏହି ପଦରେ ବସାଇଥିଲେ ରାଜ୍ୟ ସରକାର। ମୁଖ୍ୟମନ୍ତ୍ରୀ ଧାମିଙ୍କ ଏହି ନିଷ୍ପତ୍ତିକୁ ରାଜ୍ୟର ଜଙ୍ଗଲ ମନ୍ତ୍ରୀ ତଥା ମୁଖ୍ୟ ଶାସନ ସଚିବ ବି ବିରୋଧ କରିଥିଲେ। ଏପରିକି ବରିଷ୍ଠ ଅଧିକାରୀଙ୍କ ବୈଠକରେ ବି ଏହି ନିଯୁକ୍ତିକୁ ବିରୋଧ କରାଯାଇଥିଲା।

ମାତ୍ର ମୁଖ୍ୟମନ୍ତ୍ରୀ ଧାମି ସମସ୍ତଙ୍କ ଉପଦେଶକୁ ଆଡ଼େଇ ଦେଇ ରାହୁଲଙ୍କୁ ଉକ୍ତ ପଦରେ ବସାଇଥିଲେ। ଏହାକୁ ନେଇ ତୀବ୍ର ବିରୋଧ ହେବାରୁ ଗତ ୩ ତାରିଖରେ ଏହି ନିଷ୍ପତ୍ତିକୁ ପ୍ରତ୍ୟାହାର କରି ନେଇଛନ୍ତି ରାଜ୍ୟ ସରକାର ।

Advertisment

ଏହି ମାମଲାର ଶୁଣାଣି ଏବେ ସୁପ୍ରିମକୋର୍ଟରେ ଚାଲିଥିବା ବେଳେ ମୁଖ୍ୟମନ୍ତ୍ରୀ ଧାମିଙ୍କୁ କଡ଼ା ଭର୍ତ୍ସନା କରିଛନ୍ତି ବିଚାରପତି। ଏନେଇ ଶୁଣାଣି କରି  ଜଷ୍ଟିସ ବି.ଆର. ଗଭାଇ, ପି.କେ. ମିଶ୍ର ଓ କେ. ଭି ବିଶ୍ୱନାଥନଙ୍କୁ ନେଇ ଗଠିତ ଖଣ୍ଡପୀଠ  କହିଛନ୍ତି, ମୁଖ୍ୟମନ୍ତ୍ରୀ ଉକ୍ତ ଅଧିକାରୀଙ୍କ ପ୍ରତି ଖୁବ୍‌ ଅନୁଗ୍ରହ ପ୍ରକାଶ କରିଛନ୍ତି। ନଚେତ ଜଣେ ଅନୁଶାସନହୀନ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ବେଳେ ତାଙ୍କୁ ଏପରି ଉଚ୍ଚ ପଦରେ ବସାଇବା କୌଣସି ପ୍ରକାରେ ଯୁକ୍ତିଯୁକ୍ତ ନୁହେଁ।

ବେଞ୍ଚ କହିଛନ୍ତି, ଯଦି ଆପଣ ଏକ ପ୍ରସ୍ତାବ ନେଇ ବରିଷ୍ଠ ଅଧିକାରୀ, ଉପସଚିବ, ପ୍ରମୁଖ ସଚିବ, ମନ୍ତ୍ରୀଙ୍କ ସହ ଆପଣଙ୍କ ମତାମତ ମେଳ ଖାଉନି ତେବେ ଏହା ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହେବା ଉଚିତ ଥିଲା। ରାଜ୍ୟ ସରକାରଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା  ଆଇନଜୀବୀ ଏଏନଏସ ଅଧିକାରୀ ନାଦକର୍ଣ୍ଣି ନିଜ ଯୁକ୍ତି ରଖି କହିଥିଲେ, ରାହୁଲ ଜଣେ ଦକ୍ଷ ଅଧିକାରୀ । ମାତ୍ର ତାଙ୍କୁ କିଛି କୁଚକ୍ରୀ ଟାର୍ଗେଟ କରୁଛନ୍ତି। କିନ୍ତୁ ଆମେ ତାଙ୍କ ବଳି ଚଢ଼ାଇ ପାରିବୁନି । ଏହାର ପ୍ରତ୍ୟୁତ୍ତରରେ ବିଚାରପତି ପଚାରିଥିଲେ, ଯଦି ସମ୍ପୃକ୍ତ ଅଧିକାରୀଙ୍କୁ ରାଜ୍ୟ ସରକାର କ୍ଲିନ୍‌ ଚିଟ୍‌ ଦେଇଛନ୍ତି ତେବେ ତାଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ କ’ଣ ପାଇଁ ଚାଲୁଛି । 

Supreme Court Uttarakhand