Advertisment

ଇଡିକୁ ପ୍ରଶ୍ନ ବାଣରେ ଘାଇଲା କଲେ, କିନ୍ତୁ କେଜ୍ରିଓ୍ୱାଲଙ୍କୁ ଜାମିନ ଦେଲେନି

ମେ' ୯ ତାରିଖ ଅବା ଆସନ୍ତା ସପ୍ତାହରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ।

Arvind Kejriwal

Arvind Kejriwal

Advertisment

ଦୀର୍ଘ ସମୟ ଯାଏଁ ଶୁଣାଣି ଚାଲିଲା। ଇଡିକୁ ପ୍ରଶ୍ନ ବାଣରେ ଘାଇଲା ମଧ୍ୟ କଲେ କୋର୍ଟ। ଯୁକ୍ତିତର୍କ ମଧ୍ୟ ହେଲା। କିନ୍ତୁ କେଜ୍ରିଓ୍ୱାଲଙ୍କୁ ଜାମିନ ଦେଲେନି। ଭାବି ଚିନ୍ତି କହିବୁ କହି ଅରବିନ୍ଦ କେଜ୍ରିଓ୍ୱାଲଙ୍କ ଅନ୍ତରୀଣ ଜାମିନ ଆବେଦନ ଉପରେ ନିଷ୍ପତ୍ତି ନଶୁଣାଇ ଉଠିଗଲେ ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ।

Advertisment

ମଦ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରଓ୍ୱାଲଙ୍କୁ ଆଜି ବି ମିଳିଲାନି ଆଶ୍ୱସ୍ତି। ଇଡିର ଗିରଫଦାରୀକୁ ବିରୋଧ କରିବା ସହ ଅନ୍ତରୀଣ ଜାମିନ ପାଇଁ ସେ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ଆଜି ଏହି ମାମଲାର ଶୁଣାଣି ହୋଇଥିଲା। ତେବେ ଶୁଣାଣି ବେଳେ ଇଡି ଉପରେ ବର୍ଷିଥିଲେ କୋର୍ଟ। ତାଙ୍କ ଗିରଫଦାରୀକୁ ନେଇ ଅନେକ ପ୍ରଶ୍ନ କରିଥିଲେ। ସୁପ୍ରିମକୋର୍ଟରେ ଉଭୟ ପକ୍ଷ ଗୋଟିଏ ପରେ ଗୋଟିଏ ଦଲିଲ ରଖିଥିଲେ। କୋର୍ଟ କେଜ୍ରିଓ୍ୱାଲଙ୍କ ସପକ୍ଷରେ କିଛି କଥା କହିଥିଲେ ମଧ୍ୟ ତାଙ୍କ ଜାମିନ ଆବେଦନ ଉପରେ କିନ୍ତୁ କିଛି ନିଷ୍ପତ୍ତି ଶୁଣାଇ ନାହାନ୍ତି।  ମେ' ୯ ତାରିଖ ଅବା ଆସନ୍ତା ସପ୍ତାହରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ।

ଆଜି ଜଷ୍ଟିସ ସଞ୍ଜୀବ ଖନ୍ନା ଓ ଜଷ୍ଟିସ ଦୀପଙ୍କର ଦତ୍ତାଙ୍କ ଖଣ୍ଡପୀଠ କେଜ୍ରିଓ୍ୱାଲଙ୍କ ଆବେଦନର ଶୁଣାଣି କରିଥିଲେ। ଏହି ସମୟରେ ଇଡିକୁ ଅନେକ ମହତ୍ତ୍ୱପୂର୍ଣ୍ଣ ପ୍ରଶ୍ନ ପଚାରିଥିଲେ ଖଣ୍ଡପୀଠ। ଦିଲ୍ଲୀ ଅବକାରୀ ନୀତି ମାମଲର ତଦନ୍ତରେ କାହିଁକି ୨ ବର୍ଷ ସମୟ ଲାଗିଲା ବୋଲି କୋର୍ଟ ପ୍ରଶ୍ନ କରିଥଇଲେ। ଏଥିସହ ଏହି ମାମଲାର ସାକ୍ଷୀ ଓ ଅଭିଯୁକ୍ତଙ୍କୁ ସିଧାସଳଖ ରୂପେ କାହିଁକି ପ୍ରଶ୍ନ ପଚରାଗଲା ନାହିଁ। ଦୁଇ ବର୍ଷରେ ଏହା ୧୧୦୦ କୋଟି ଟଙ୍କା କିଭଳି ହେଲା? ଆପଣ ପୂର୍ବରୁ ୧୦୦ କୋଟି ଟଙ୍କାର ଏହି ମାମଲା ବୋଲି କହିଥିଲେ। ୨-୩ ବର୍ଷରେ ଏହା କିପରି ୧୧୦୦ କୋଟି ଟଙ୍କା ରେ ପରିଣତ ହେଲା? ବୋଲି ପ୍ରଶ୍ନ କରିଥିଲେ।

Advertisment

ଏଥିସହ ଅରବିନ୍ଦ କେଜ୍ରିଓ୍ୱାଲ ଜଣେ ମୁଖ୍ୟମନ୍ତ୍ରୀ। ସେ ଜଣେ ଅଭ୍ୟାସଗତ ଅପରାଧୀ ନୁହନ୍ତି। ତାଙ୍କ ବିରୋଧରେ ପୂର୍ବରୁ କୌଣସି ଅପରାଧିକ ମାମଲା ମଧ୍ୟ ନାହିଁ। ତାଙ୍କୁ ଜାମିନ ଦେବା ଉପରେ ବିଚାର କରାଯାଇପାରେ ବୋଲି କୋର୍ଟ କହିଥିଲେ।

କହିରଖୁ ଯେ, ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କୁ ମାର୍ଚ୍ଚ ୨୧ ତାରିଖରେ ଇଡି ଗିରଫ କରିଥିଲା। ଏହାପୂର୍ବରୁ ଇଡି ଏହି ମାମଲାରେ ପଚରାଉଚରା କରିବା ପାଇଁ ତାଙ୍କୁ ୯ଥର ସମନ ମଧ୍ୟ ପଠାଇଥିଲା। ତେବେ କେଜ୍ରିଓ୍ୱାଲ ଗୋଟିଏ ବି ସମନରେ ହାଜର ହୋଇନଥିଲେ।

Arvind Kejriwal Supreme Court Delhi Liquor Policy Case
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe