Advertisment

ଆରଜି କର ପୀଡିତାଙ୍କ ଫଟୋ-ନାଁ ଡିଲିଟ୍ କରିବାକୁ ୱିକିପୀଡିଆକୁ ନିର୍ଦ୍ଦେଶ

ତୁରନ୍ତ ୱିକିପୀଡିଆରୁ ଆରଜି କର ଦୁଷ୍କର୍ମ ପୀଡିତାଙ୍କ ଫଟୋ ଏବଂ ନାମ ଡିଲିଟ୍ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ।

author-image
Debibandita Barick
Supreme Court

Supreme Court

କୋଲକାତା ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଦୁଷ୍କର୍ମ ଓ ହତ୍ୟା କରାଯାଇଥିବା ଟ୍ରେନି ଡାକ୍ତରଙ୍କ ପରିଚୟ ହଟାଇବାକୁ ୱିକିପୀଡିଆକୁ ନିର୍ଦ୍ଦେଶ। ଆଜି ସୁପ୍ରିମକୋର୍ଟ ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି। ତୁରନ୍ତ ୱିକିପୀଡିଆରୁ ଆରଜି କର ଦୁଷ୍କର୍ମ ପୀଡିତାଙ୍କ ଫଟୋ ଏବଂ ନାମ ଡିଲିଟ୍ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ।

Advertisment

ସର୍ବୋଚ୍ଚ ଅଦାଲତ କହିଛନ୍ତି, "ଏବେ ମଧ୍ୟ ପୀଡିତାଙ୍କ ପରିଚୟ ୱିକିପୀଡ଼ିଆରେ ଉପଲବ୍ଧ ରହିଛି। ନିୟମ ଅନୁସାରେ ଏହା ବେଆଇନ। ଭାରତୀୟ ଆଇନ ଏହାକୁ ବାରଣ କରେ। ୱିକିପୀଡ଼ିଆ ଆମର ପୂର୍ବ ଆଦେଶକୁ ପାଳନ କରିବା ଉଚିତ। ପୀଡିତାଙ୍କ ପରିଚୟ ୱେବସାଇଟରୁ ହଟାଯିବା ଉଚିତ।"

ଆଜି ସିବିଆଇ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାର ତଦନ୍ତ ରିପୋର୍ଟ ଦାଖଲ କରିଥିଲା। ଏହି ରିପୋର୍ଟ ଯାଞ୍ଚ ସମୟରେ ସୁପ୍ରିମକୋର୍ଟ ୱିକିପୀଡିଆକୁ ଆରଜି କର ଦୁଷ୍କର୍ମ ପୀଡିତାଙ୍କ ପରିଚୟ ଡିଲିଟ୍ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Advertisment

ଏହା ପୂର୍ବରୁ ମଧ୍ୟ ସର୍ବୋଚ୍ଚ ଅଦାଲତ ପୀଡିତାଙ୍କ ଫଟୋ ଓ ନାଁ ସର୍ବସାଧାରଣରେ ପ୍ରକାଶ ପାଇବାକୁ ନେଇ ଚିନ୍ତା ପ୍ରକଟ କରିଥିଲେ। ଏପରିକି ଅପରାଧ ସ୍ଥଳର ଫଟୋ ମଧ୍ୟ ସୋଶାଲ ମିଡିଆରେ ଭାଇରାଲ ହେବାକୁ ନେଇ କୋଲକାତା ପୁଲିସକୁ ତାଗିଦ କରିଥିଲେ। ପୀଡିତାଙ୍କ ପରିଚୟ ବାବଦରେ ସମସ୍ତ ତଥ୍ୟ ସୋଶାଲ ମିଡିଆରୁ ଡିଲିଟ୍ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଆଜି ପୁନର୍ବାର ୱିକିପୀଡିଆ ୱେବସାଇଟକୁ ନିର୍ଦ୍ଦେଶନାମା ପାଳନ କରିବାକୁ ତାଗିଦ କରିଛନ୍ତି। 

Supreme Court Doctor Rape Murder Case RG Kar Rape Case Wikipedia