Advertisment

ଆଦାନି-ହିଣ୍ଡେନବର୍ଗ ବିବାଦ: କୌଣସି ନିୟମର ଉଲ୍ଲଙ୍ଘନ ହୋଇ ନଥିବା କହିଲେ ତଦନ୍ତ ପ୍ୟାନେଲ୍‌

ଏହାବାଦ ପ୍ୟାନେଲ ପକ୍ଷରୁ ସୁପ୍ରିମକୋର୍ଟଙ୍କୁ କୁହାଯାଇଛି ଯେ ଆଦାନି ଗ୍ରୁପ୍‌ର ଶେୟାର ମୂଲ୍ୟ ପରିବର୍ତ୍ତନ ସମ୍ପର୍କରେ ସେବି ଜାଣିଥିଲା। ଆଦାନି ଗ୍ରୁପ୍‌ ଶେୟାର ମୂଲ୍ୟକୁ ପ୍ରଭାବିତ କରିନାହିଁ। ଆଦାନି ଗ୍ରୁପ୍‌ରେ ବେଆଇନ ନିବେଶର କୌଣସି ପ୍ରକାରର ପ୍ରମାଣ ମିଳିନି।

ଅଦ୍ୟତନ ହୋଇଛି
Adani

Adani

Advertisment

ଆଦାନି ଗ୍ରୁପ୍‌ ଷ୍ଟକର ମୂଲ୍ୟକୁ କୌଣସି ପ୍ରକାରର ଅତିରଞ୍ଜିତ କରାଯାଇନି। କୃତ୍ରିମ ଟ୍ରେଡିଂ ମଧ୍ୟ ଗ୍ରୁପ୍‌ ସହ ଜଡ଼ିତ ନାହିଁ। ଆଦାନି ଗ୍ରୁପ୍‌ କୌଣସି ପ୍ରକାରର ନିୟମର ଉଲ୍ଲଙ୍ଘନ କରି ନଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ବୋଲି ହିଣ୍ଡେନବର୍ଗ ବିବାଦ ଘଟଣାରେ ଗଠିତ ସୁପ୍ରିମକୋର୍ଟ ପ୍ୟାନେଲ ଏପରି ରିପୋର୍ଟ ଦେଇଛି।

Advertisment

ପ୍ୟାନେଲ ତା’ର ତଦନ୍ତ ରିପୋର୍ଟ ସୁପ୍ରିମକୋର୍ଟରେ ଦାଖଲ କରିଥିବା ବେଳେ ପ୍ରାଥମିକ ଅବସ୍ଥାରେ ଆଦାନି ଗ୍ରୁପରେ କୌଣସି ପ୍ରକାରର ହେରଫେର ହୋଇ ନଥିବା କହିଛି। ସେହିପରି ସେବି ପକ୍ଷରୁ ମଧ୍ୟ କୌଣସି ପ୍ରକାରର ନିୟମର ଉଲ୍ଲଙ୍ଘନ କରାଯାଇନି ବୋଲି ରିପୋର୍ଟରେ କୁହାଯାଇଛି।

ସୁପ୍ରିମକୋର୍ଟ ନିଯୁକ୍ତ ପ୍ୟାନେଲ ତା’ ରିପୋର୍ଟରେ କହିଛି ଯେ ଆଦାନି ଗ୍ରୁପ୍‌ ପକ୍ଷରୁ ଶେୟାର ମୂଲ୍ୟରେ କୌଣସି ପ୍ରକାରର ହେରଫେର କରାଯାଇନି। ଏହି ଗ୍ରୁପ୍‌ ରିଟେଲ ପୁଞ୍ଜିନିବେଶକାରୀଙ୍କ ସୁବିଧା ପାଇଁ ଆବଶ୍ୟକ ପଦକ୍ଷେପ ନେଇଥିଲା। ଶେୟାର ଉପରେ ବିଶ୍ୱାସ ରଖିବା ପାଇଁ କମ୍ପାନୀ ସହଯୋଗ କରିଥିଲା ଓ ଏବେ ଶେୟାରଗୁଡ଼ିକ ସ୍ଥିର ରହିଛି ବୋଲି ମଧ୍ୟ ପ୍ୟାନେଲ କହିଛି।

Advertisment

ରିପୋର୍ଟରେ କୁହାଯାଇଛି ଯେ ସେବି ୨୦୨୦ରୁ ବିଦେଶର ୧୩ଟି ସଂସ୍ଥାର ତଦନ୍ତ କରୁଥିଲେ ହେଁ ଏଯାଏ ସେମାନଙ୍କ ମାଲିକାନା ସମ୍ପର୍କରେ ଜାଣିପାରିନାହିଁ। ସେବି କୁକୁଡ଼ା ଓ ଅଣ୍ଡା ସ୍ଥିତିରେ ରହିଛି। ସେବି ତା’ର ତଦନ୍ତ ବେଳେ ସବୁ ପ୍ରକାରର ଚେଷ୍ଟା କରିଥିଲା। କିନ୍ତୁ ଆଦାନି ଅଭିଯୋଗ ସହ ଜଡ଼ିତ ୧୩ କମ୍ପାନୀ ସମ୍ପର୍କରେ କିଛି ବି ସୂଚନା ପାଇନି।

ଆଦାନି ଷ୍ଟକକୁ ନେଇ ୮୪୯ଟି ସ୍ୱଂୟଚାଳିତ ସନ୍ଦିଗ୍ଧ ଆଲର୍ଟ ସୃଷ୍ଟି ହୋଇଥିଲା। ଷ୍ଟକ ଏକ୍ସଚେଞ୍ଜ ଏହି ୮୪୯ ଆଲର୍ଟକୁ ବିଚାରକୁ ନେଇଥିଲା ଓ ୪ଟି ରିପୋର୍ଟ ସେବି ନିକଟରେ ଉପସ୍ଥାପନ କରାଯାଇଥିଲା। ହିଣ୍ଡେନବର୍ଗ ରିପୋର୍ଟ ପୂର୍ବରୁ ୨ଟି ଓ ପରେ ଆଉ ୨ଟି ରିପୋର୍ଟ ଦାଖଲ ହୋଇଥିଲା।

କମିଟି ପକ୍ଷରୁ ଏକାଧିକ ଅନ୍ତର୍ଜାତୀୟ ସିକ୍ୟୁରିଟି ଫାର୍ମ ସହ ଯୋଗାଯୋଗ କରି ଆଦାନି-ହିଣ୍ଡେନବର୍ଗ ପ୍ରସଙ୍ଗରେ ଆଲୋଚନା କରିବାକୁ ଚେଷ୍ଟା କରାଯାଇଥିଲା। ହେଲେ କୌଣସି ଅନ୍ତର୍ଜାତୀୟ ସିକ୍ୟୁରିଟି ଫାର୍ମ ଓ ବ୍ୟାଙ୍କ କମିଟି ସହ ଆଲୋଚନା କରିବାକୁ ଇଚ୍ଛା ପ୍ରକାଶ କରି ନାହାନ୍ତି। ସେମାନଙ୍କ ମଧ୍ୟରୁ କିଛି ସଂସ୍ଥା ଦ୍ୱୈତସ୍ୱାର୍ଥ କଥା କହି ଚୁପ ରହିବାକୁ ଶ୍ରେୟସ୍କର ମଣିଛନ୍ତି।

ଗୋଲ୍ଡମାନ ସାଚ୍‌ ପରାମର୍ଶ ଦେଇଥିଲା ଯେ କମିଟି ଯଦି ଏସିଆ ସିକ୍ୟୁରିଟିଜ ଇଣ୍ଡଷ୍ଟ୍ରୀ ଓ ଫାଇନାନସିଆଲ ମାର୍କେଟସ ଆସୋସିଏସନ ସହ ଆଲୋଚନା କରିବ, ତା’ହେଲେ ଲାଭ ପାଇବ। ହେଲେ ସେମାନେ ମଧ୍ୟ ପୂରା ପ୍ରସଙ୍ଗରେ କମିଟିକୁ କୌଣସି ପ୍ରକାରର ସହଯୋଗ କରି ନାହାନ୍ତି ବୋଲି କମିଟି କହିଛି।

ଏହାବାଦ ପ୍ୟାନେଲ ପକ୍ଷରୁ ସୁପ୍ରିମକୋର୍ଟଙ୍କୁ କୁହାଯାଇଛି ଯେ ଆଦାନି ଗ୍ରୁପ୍‌ର ଶେୟାର ମୂଲ୍ୟ ପରିବର୍ତ୍ତନ ସମ୍ପର୍କରେ ସେବି ଜାଣିଥିଲା। ଆଦାନି ଗ୍ରୁପ୍‌ ଶେୟାର ମୂଲ୍ୟକୁ ପ୍ରଭାବିତ କରିନାହିଁ। ଆଦାନି ଗ୍ରୁପ୍‌ରେ ବେଆଇନ ନିବେଶର କୌଣସି ପ୍ରକାରର ପ୍ରମାଣ ମିଳିନି।

ଗ୍ରୁପ୍‌ରେ ପୁଞ୍ଜିନିବେଶ କରି ଲାଭବାନ ହୋଇଥିବା ମାଲିକମାନଙ୍କ ନାଁ ଆଦାନି ଗ୍ରୁପ ସାର୍ବଜନୀନ କରିଛି। ଆଦାନି ଗ୍ରୁପ୍‌ରୁ ସେବି ପାଇଥିବା ତଥ୍ୟକୁ ଭୁଲ ବୋଲି କହିନାହିଁ। ସର୍ବନିମ୍ନ ପବ୍ଲିକ ଶେୟାର ହୋଲ୍ଡିଂକୁ ନେଇ ମଧ୍ୟ ସବୁ ପ୍ରକାରର ନିୟମକୁ ପାଳନ କରାଯାଇଛି।

ହିଣ୍ଡେନବର୍ଗ ରିପୋର୍ଟ ପରେ ଆଦାନି ଗ୍ରୁପ୍‌ରେ ରିଟେଲ ନିବେଶର ଭାଗ ବଢ଼ିଛି। ରିପୋର୍ଟ ପରେ ମଧ୍ୟ ନିବେଶକାରୀଙ୍କୁ ସହାୟତା କରିବା ପାଇଁ ଆଦାନି ଗ୍ରୁପ ସବୁ ପ୍ରକାରର ବ୍ୟବସ୍ଥା କରିଥିଲା। ହିଣ୍ଡେନବର୍ଗ ରିପୋର୍ଟ ପରେ ଶର୍ଟସେଲରମାନେ ଲାଭ ପାଇଛନ୍ତି। ଏହାର ତଦନ୍ତ କରାଯାଉ। ତେବେ ପ୍ୟାନେଲ ଦେଉଥିବା ରିପୋର୍ଟ ଚୂଡ଼ାନ୍ତ ନୁହେଁ। କାରଣ ସେବି ଏବେ ବି ଏହାର ତଦନ୍ତ କରୁଛି।

Gautam Adani Supreme Court Hindenburg Hindenburg Issues Adani Enterprises
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe