Advertisment

ହାଇକୋର୍ଟଙ୍କ ୟୁପି ମଦ୍ରାସା ଆଇନ 'ଅସାମ୍ବିଧାନିକ' ରାୟ ସ୍ଥଗିତ ରଖିଲେ ସୁପ୍ରିମକୋର୍ଟ

ନିକଟରେ ଆହ୍ଲାବାଦ ହାଇକୋର୍ଟ ଉତ୍ତର ପ୍ରଦେଶ ବୋର୍ଡ ଅଫ ମଦ୍ରାସା ଏଜୁକେସନ ଆକ୍ଟ ୨୦୦୪କୁ ଅସାମ୍ବିଧାନିକ କହିଥିଲେ।

ଅଦ୍ୟତନ ହୋଇଛି
Supreme Court

Supreme Court

Advertisment

ଉତ୍ତର ପ୍ରଦେଶ ସରକାର ଆଣିଥିବା ମଦ୍ରାସା ଆଇନ ଉପରେ ଆହ୍ଲାବାଦ ହାଇକୋର୍ଟ ଦେଇଥିବା ରାୟକୁ ସ୍ଥଗିତ ରଖିଲେ ସୁପ୍ରିମକୋର୍ଟ। ହାଇକୋର୍ଟ ଏହି ଆଇନକୁ ଅସାମ୍ବିଧାନିକ ଘୋଷଣା କରିଥିଲେ, କିନ୍ତୁ ସର୍ବୋଚ୍ଚ ଅଦାଲତ ଏହି ରାୟକୁ ସ୍ଥଗିତ ରଖିଛନ୍ତି।

Advertisment

ନିକଟରେ ଆହ୍ଲାବାଦ ହାଇକୋର୍ଟ ଉତ୍ତର ପ୍ରଦେଶ ବୋର୍ଡ ଅଫ ମଦ୍ରାସା ଏଜୁକେସନ ଆକ୍ଟ ୨୦୦୪କୁ ଅସାମ୍ବିଧାନିକ ଦର୍ଶାଇଥିଲେ ଏବଂ ଉକ୍ତ ଆଇନ ଧର୍ମନିରପେକ୍ଷର ବିରୋଧୀ ବୋଲି କୋର୍ଟ କହିଥିଲେ। ହାଇକୋର୍ଟଙ୍କ ଏହି ରାୟକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା। 

ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୁଡ଼ଙ୍କ ନେତୃତ୍ୱରେ ଗଠିତ ତିନି ଜଣିଆ ଖଣ୍ଡପୀଠ ଆଜି ଏହି ମାମଲା ଉପରେ ଶୁଣାଣି କରିଛନ୍ତି। ଶୁଣାଣି ସମୟରେ ହାଇକୋର୍ଟଙ୍କ ରାୟକୁ ସ୍ଥଗିତ ରଖି ସର୍ବୋଚ୍ଚ ଅଦାଲତ କହିଛନ୍ତି, ହାଇକୋର୍ଟ ମଦ୍ରସା ଆକ୍ଟର ଧାରାକୁ ଭୁଲ ବୁଝିଛନ୍ତି। ହାଇକୋର୍ଟ ପ୍ରାଥମିକ ସ୍ତରରେ ଯେଉଁ ରାୟ ଦେଇଛନ୍ତି ତାହା ଠିକ୍ ନୁହେଁ। 

Advertisment

ଏଥିସହ ସୁପ୍ରିମକୋର୍ଟ ଏ ଉପରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ନୋଟିସ୍ ଜାରି କରିଛନ୍ତି। ଏପ୍ରିଲ ୩୧ ସୁଦ୍ଧା ଜବାବ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ଦ୍ୱିତୀୟ ସପ୍ତାହରେ ହେବ।

Supreme Court High Court Madrassa UP Madrassa Act 2024
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe