Advertisment

ଦୋକାନରେ ମାଲିକଙ୍କ ନାଁ ଲେଖିବା ପ୍ରସଙ୍ଗ: ନିର୍ଦ୍ଦେଶ ଉପରେ ସୁପ୍ରିମ ରୋକ୍‌

ପୁଲିସ୍‌ କେବେ ହେଲେ ଦୋକାନୀ ଓ ଦୋକାନ ମାଲିକଙ୍କୁ ନାମଫଳକ ଲଗାଇବାକୁ ବାଧ୍ୟ କରିପାରିବ ନାହିଁ। ପୁଲିସ କେବଳ ଖାଦ୍ୟ ସାମଗ୍ରୀ ସମ୍ପର୍କରେ ଉଲ୍ଲେଖ କରିବାକୁ କହିପାରିବ।

SC

SC

Advertisment

କାଉଡ଼ିଆମାନେ ଯାତ୍ରା କରୁଥିବା ରାସ୍ତାରେ ଥିବା ଦୋକାନଗୁଡ଼ିକରେ ମାଲିକଙ୍କ ନାଁ ଉଲ୍ଲେଖ କରିବାକୁ ଉତ୍ତର ପ୍ରଦେଶ ସରକାର ଦେଇଥିବା ନିର୍ଦ୍ଦେଶ ଉପରେ ଆଜି ସୁପ୍ରିମକୋର୍ଟ ଅନ୍ତରୀଣ ରୋକ ଲଗାଇ ଦେଇଛନ୍ତି।

Advertisment

ଆସନ୍ତା ଶୁକ୍ରବାର ଯାଏ ଏହି ରହିତାଦେଶ ଜାରି ରହିବ। ସର୍ବୋଚ୍ଚ ଅଦାଲତ କହିଛନ୍ତି ଯେ ପୁଲିସ୍‌ କେବେ ହେଲେ ଦୋକାନୀ ଓ ଦୋକାନ ମାଲିକଙ୍କୁ ନାମଫଳକ ଲଗାଇବାକୁ ବାଧ୍ୟ କରିପାରିବ ନାହିଁ। ପୁଲିସ କେବଳ ଖାଦ୍ୟ ସାମଗ୍ରୀ ସମ୍ପର୍କରେ ଉଲ୍ଲେଖ କରିବାକୁ କହିପାରିବ।

କାଉଡିଆମାନେ ଯାତ୍ରା କରିବାକୁ ଥିବା ରାସ୍ତାରେ ଥିବା ଦୋକାନୀମାନଙ୍କୁ ସେମାନଙ୍କ ନାଁ ବଡ଼ବଡ଼ ଅକ୍ଷରରେ ଉଲ୍ଲେଖ କରିବାକୁ ଉତ୍ତର ପ୍ରଦେଶ ସରକାର ନିର୍ଦ୍ଦେଶ ଦେଇଥିଲେ। ବିଶେଷ କରି ମୁଜାଫରନଗର ଜିଲ୍ଲାରେ ଥିବା ଦୋକାନୀମାନଙ୍କ ପାଇଁ ଏହି ନିୟମକୁ କଡ଼ାକଡ଼ି ଭାବେ ଲାଗୁ କରାଯାଇଥିଲା।

Advertisment

ତେବେ ଏହାକୁ ବିରୋଧୀ ଦଳଗୁଡ଼ିକ ପକ୍ଷରୁ ତୀବ୍ର ସମାଲୋଚନା କରାଯାଇଥିଲା। ଏଆଇଏମଆଇଏମ ନେତା ଅସାଦୁଦ୍ଦିନ ଓୱେସୀ କହିଥିଲେ ଯେ ଏପରି ନିର୍ଦ୍ଦେଶ ଜାରି କରି ବିଭେଦ ସୃଷ୍ଟି କରାଯାଉଛି।

ମୁସଲିମ ଦୋକାନୀମାନଙ୍କ ଠାରୁ ଯେମିତି କାଉଡ଼ିଆମାନେ ଜିନିଷ ନ କିଣିବେ, ତା’ର ବ୍ୟବସ୍ଥା ହୋଇଛି। ନାଜି ଜର୍ମାନୀରେ ଯେମିତି ଇହୁଦୀମାନଙ୍କ ଠାରୁ କିଣିବାକୁ ବାରଣ କରାଯାଇଥିଲା, ଠିକ ସେମିତି ନିର୍ଦ୍ଦେଶ ଜାରି ହୋଇଛି ବୋଲି ସେ କହିଥିଲେ। ଏହା ବିରୋଧରେ ଏକାଧିକ ପିଟିସନ ସୁପ୍ରିମକୋର୍ଟରେ ଆଗତ କର ଯାଇଥିଲା। ଏହାର ଶୁଣାଣି କରି ଆଜି ସୁପ୍ରିମକୋର୍ଟ ଏହା ଉପରେ ରୋକ ଲଗାଇ ଦେଇଛନ୍ତି।

ଏଥିସହ ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ ଓ ମଧ୍ୟପ୍ରଦେଶ ସରକାରଙ୍କୁ ନୋଟିସ କରିଛନ୍ତି। ଜଷ୍ଟିସ ହୃଷିକେଶ ରୟ ଓ ଜଷ୍ଟିସ ଏସ୍‌ଭିଏନ୍ ଭାଟ୍ଟି କହିଛନ୍ତି ଯେ ବଳପୂର୍ବକ ନିର୍ଦ୍ଦେଶକୁ କାର୍ଯ୍ୟକାରୀ ଯେମିତି ନ କରାଯିବ, ସେଥିପାଇଁ ଅନ୍ତରୀଣ ନିର୍ଦ୍ଦେଶ ଦିଆଯାଉଛି। ଖାଦ୍ୟ ବିକାଳୀମାନଙ୍କୁ ବଳପୂର୍ବକ ମାଲିକ ଓ କର୍ମଚାରୀଙ୍କ ନାଁ ଉଲ୍ଲେଖ କରିବାକୁ କୁହାଯାଇ ପାରିବ ନାହିଁ।

ଯଦି ନିର୍ଦ୍ଦେଶନାମାକୁ ବଳପୂର୍ବକୁ ଲାଗୁ କରିବାକୁ ଅନୁମତି ମିଳିଛି, ତା’ହେଲେ ଏହା ଭାରତର ଧର୍ମନିରପେକ୍ଷ ଚରିତ୍ରକୁ ଉଲ୍ଲଙ୍ଘନ କରିବ ବୋଲି ଜଷ୍ଟିସ ରୟ କହିଛନ୍ତି।

Uttar Pradesh Supreme Court
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe