କୁଲଦୀପ ସିଂହ ସେଗାର (ଫାଇଲ ଫଟୋ)
ଉନ୍ନାଓ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ବିଜେପିର ପୂର୍ବତନ ବିଧାୟକ କୁଲଦୀପ ସିଂହ ସେନଗରଙ୍କୁ ଶକ୍ତ ଝଟକା। ଦୁଷ୍କର୍ମକାରୀ ସେନଗାରଙ୍କୁ ଦିଲ୍ଲୀ ହାଇକୋର୍ଟ ଦେଇଥିବା ଜାମିନ ଉପରେ ରୋକ ଲଗାଇ ଦେଇଛନ୍ତି ସୁପ୍ରିମକୋର୍ଟ। ଅର୍ଥାତ ସେନଗାର ଏବେ ଆଉ ଜେଲରୁ ବାହାରି ପାରିବେ ନାହିଁ। ତାଙ୍କୁ ଜେଲରୁ ଖଲାସ ନ କରିବାକୁ ସୁପ୍ରିମକୋର୍ଟ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି। ସର୍ବୋଚ୍ଚ ଅଦାଲତଙ୍କ ଏହି ରାୟ ଉନ୍ନାଓ ପୀଡ଼ିତାଙ୍କ ପରିବାରର ପାଇଁ ବଡ଼ ବିଜୟ ସଦୃଶ ହୋଇଛି।
ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟ କାନ୍ତଙ୍କ କହିବା କଥା ଯେ ଏହି ମାମଲା ଆଇନର ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସେନଗାର ପୂର୍ବଭଳି ଜେଲରେ ରହିବେ। କାରଣ ଆଉ ଏକ ଅପରାଧିକ ମାମଲାରେ ମଧ୍ୟ ସେ ଜେଲ ଦଣ୍ଡ ପାଇଛନ୍ତି। ଏଥିସହ ସର୍ବୋଚ୍ଚ ଅଦାଲତ ଏହି ମାମଲାରେ ନୋଟିସ କରିଛନ୍ତି। ଶୁଣାଣି ବେଳେ ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟ କାନ୍ତ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରା ଆପଣା ଯାଇଥିବା ଆଭିମୁଖ୍ୟକୁ ନାପସନ୍ଦ କରିଛନ୍ତି।
ସାଧାରଣତଃ ଟ୍ରାଏଲ କୋର୍ଟ କିମ୍ବା ହାଇକୋର୍ଟ ଦେଇଥିବା ରାୟ ଉପରେ ସୁପ୍ରିମକୋର୍ଟ(Supreme Court) ଅଭିଯୁକ୍ତଙ୍କୁ ନ ଶୁଣିବା ଯାଏ ରୋକ ଲଗାନ୍ତି ନାହିଁ। କିନ୍ତୁ ଏହି ମାମଲା ବେଶ ଭିନ୍ନ। ସେନଗାର ଆଇସିପିର ଧାରା ୩୦୪ ଭାଗ ୨ ଅନୁସାରେ ଆଉ ଏକ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଜେଲରେ ରହିଛନ୍ତି। ତେଣୁ ସର୍ବୋଚ୍ଚ ଅଦାଲତ ହାଇକୋର୍ଟ ଦେଇଥିବା ରାୟ ଉପରେ ରୋକ ଲଗାଉଥିବା ଜଷ୍ଟିସ ସୂର୍ଯ୍ୟ କାନ୍ତ କହିଛନ୍ତି।
ଏଥିସହ ସିବିଆଇ ପକ୍ଷରୁ ବେଲ ବିରୋଧରେ ହୋଇଥିବା ଆବେଦନ ମାମଲାରେ ସର୍ବୋଚ୍ଚ ଅଦାଲତ ଦୁଷ୍କର୍ମକାରୀ ସେନଗାରଙ୍କୁ ନୋଟିସ ମଧ୍ୟ କରିଛନ୍ତି। ଉନ୍ନାଓ ପୀଡ଼ିତାଙ୍କ ପରିବାର ଚାହିଁଲେ ସ୍ୱତନ୍ତ୍ର ଲିଭ ପିଟିସନ ଦାଖଲ କରିପାରିବେ ଓ ଏଥିପାଇଁ କୋର୍ଟଙ୍କ କୌଣସି ଅନୁମତି ଦରକାର ନାହିଁ ବୋଲି ମଧ୍ୟ କୋର୍ଟ କହିଛନ୍ତି। ପୀଡ଼ିତାଙ୍କ ପରିବାରକୁ ସୁପ୍ରିମକୋର୍ଟ ଲିଗାଲ ସର୍ଭିସ କମିଟ ପକ୍ଷରୁ ମାଗଣାରେ ସମସ୍ତ ସହଯୋଗ ମଧ୍ୟ ଯୋଗାଇ ଦିଆଯିବ ବୋଲି ମଧ୍ୟ ରାୟରେ ଉଲ୍ଲେଖ କରାଯାଇଛି।
ଉତ୍ତର ପ୍ରଦେଶର(Uttar Pradesh) ଉନ୍ନାଓ ଜିଲ୍ଲାରେ ଜଣେ ନାବାଳିକା ୨୦୧୭ ମସିହାରେ ତତ୍କାଳୀନ ବିଜେପି ବିଧାୟକ କୁଲଦୀପ ସେନଗାରଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ। ଏହାକୁ ନେଇ ପୂରା ଦେଶରେ ହଇଚଇ ସୃଷ୍ଟି ହୋଇଥିଲା। ପ୍ରାରମ୍ଭିକ ପର୍ଯ୍ୟାୟରେ ପୁଲିସ୍ ଉନ୍ନାଓ ପୀଡ଼ିତା ଓ ତାଙ୍କ ପରିବାର ଲୋକଙ୍କ ଅଭିଯୋଗ ଗ୍ରହଣ କରି ନଥିଲା। ସେମାନଙ୍କୁ ଧମକ ମଧ୍ୟ ମିଳିଥିଲା।
୨୦୧୮ ମସିହାରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବାସଭବନ ସମ୍ମୁଖରେ ଉନ୍ନାଓ ପୀଡ଼ିତା ଆତ୍ମାହୁତି ଉଦ୍ୟମ କରିଥିଲେ। ପରବର୍ତ୍ତୀ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ଘଟଣାକୁ ନେଇ ବିବାଦ ବଢ଼ିନବାରୁ ସିବିଆଇ ତଦନ୍ତ ଆରମ୍ଭ କରିଥିଲା। ନିରପେକ୍ଷ ଶୁଣାଣି ପାଇଁ ସୁପ୍ରିମକୋର୍ଟ ମାମଲାର ବିଚାର ୟୁପି ବଦଳରେ ଦିଲ୍ଲୀକୁ ସ୍ଥାନାନ୍ତର କରିଥିଲେ।
୨୦୧୯ରେ ଦିଲ୍ଲୀର ଗୋଟିଏ କୋର୍ଟ ସେନଗାରଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଆଜୀବନ ଜେଲଦଣ୍ଡରେ ଦଣ୍ଡିତ କରିଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2025/12/29/sengar-2025-12-29-13-13-54.jpg)