Advertisment

ଧାର୍ମିକ ପୂଜାସ୍ଥଳୀରେ ସର୍ଭେ ଉପରେ ରୋକ ଲଗାଇଲେ ସୁପ୍ରମକୋର୍ଟ

ପୂଜାସ୍ଥଳୀ ଆଇନ ୧୯୯୧ ପ୍ରସଙ୍ଗରେ ମତାମତ ରଖିବାକୁ କେନ୍ଦ୍ର ସରକାରଙ୍କୁ ଚାରି ସପ୍ତାହ ସମୟ ଦେଲେ ସୁପ୍ରିମକୋର୍ଟ।

ଅଦ୍ୟତନ ହୋଇଛି
Supreme Court of India (File Photo)

Supreme Court of India (File Photo)

Advertisment

ମସଜିଦ ସମେତ ବିଭିନ୍ନ ପୂଜାସ୍ଥଳୀଗୁଡିକରେ ଚାଲିଥିବା ସର୍ଭେକୁ ସାମୟିକ ସ୍ଥଗିତ ରଖିବାକୁ ସୁପ୍ରିମକୋର୍ଟ ଗୁରୁବାର ନିର୍ଦ୍ଦେଶ ଦେଇଛନ୍ତି। ପୂଜାସ୍ଥଳୀ ଆଇନ ୧୯୯୧ର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ କରୁଥିବା ପିଟିସନଗୁଡ଼ିକର ଶୁଣାଣି ଆରମ୍ଭ କରି ଏଭଳି ବଡ଼ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ଏହା ସହିତ ମନ୍ଦିର-ମସଜିଦ ସହ ଜଡିତ କୌଣସି ମାମଲା ଉପରେ ଦେଶର କୌଣସି ଅଦାଲତ ଏବେ ପାଇଁ ଶୁଣାଣି କରିପାରିବେ ନାହିଁ ବୋଲି କହିଛନ୍ତି ସୁପ୍ରିମକୋର୍ଟ।

Advertisment

ସୁପ୍ରିମକୋର୍ଟ ଗୁରୁବାର ପୂଜାସ୍ଥଳୀ ଆଇନ ୧୯୯୧ ପ୍ରସଙ୍ଗରେ ନିଜର ମତାମତ ଦେବାକୁ କେନ୍ଦ୍ର ସରକାରଙ୍କୁ ଚାରି ସପ୍ତାହର ସମୟ ଦେଇଛନ୍ତି। ପ୍ରଧାନ ବିଚାରପତିଙ୍କ ନେତୃତ୍ୱରେ ଗଠିତ ତିନି ଜଣିଆ ସାମ୍ବିଧାନିକ ଖଣ୍ଡପୀଠ କହିଛନ୍ତି ଯେ କେନ୍ଦ୍ର ସରକାରଙ୍କ ମତାମତ ବିନା କୋର୍ଟ ଏହା ଉପରେ କୌଣସି ରାୟ ଦେବେ ନାହିଁ। ଏହା ସହିତ ମାମଲାର ଶୁଣାଣି ଚାଲିଥିବା ପର୍ଯ୍ୟନ୍ତ ଯଦି ମନ୍ଦିର-ମସଜିଦ ସହ ଜଡିତ କୌଣସି ସ୍ଥାନରେ କିଛି ବିବାଦ ଉପୁଜେ, ଏହାକୁ ନେଇ ମାମଲା ରୁଜୁ ହେବ। ହେଲେ ନିମ୍ନ ଅଦାଲତ ଏହା ଉପରେ କିଛି ଶୁଣାଣି କରିବେ ନାହିଁ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଦ୍ୱିତୀୟ ବଡ କଥା ହେଉଛି ଭୋଜଶାଲା, ଜ୍ଞାନବାପୀ, ସମ୍ଭଲ ଭଳି ମାମଲାରେ ଶୁଣାଣି ଜାରି ରହିବ, କିନ୍ତୁ କୋର୍ଟ ଏହା ଉପରେ କୌଣସି ଚୂଡ଼ାନ୍ତ ରାୟ ଦେବେ ନାହିଁ। ଅର୍ଥାତ ଚାରି ସପ୍ତାହ ପାଇଁ ଏହିସବୁ ମାମଲାର ଚୂଡ଼ାନ୍ତ ରାୟ ଉପରେ ଏକ ରହିତାଦେଶ ଜାରି କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ସୁପ୍ରିମକୋର୍ଟ ତୃତୀୟ ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି ଯେ ପୂଜାସ୍ଥଳୀ ଆଇନ ୧୯୯୧ର ସାମ୍ବିଧାନିକ ବୈଧତା ଉପରେ ଚୂଡ଼ାନ୍ତ ରାୟ ଦେବା ପୂର୍ବରୁ କୋର୍ଟ କେନ୍ଦ୍ର ସରକାରଙ୍କ ପକ୍ଷ ଜାଣିବାକୁ ଚାହୁଁଛନ୍ତି। ତେଣୁ କେନ୍ଦ୍ର ସରକାର ଚାରି ସପ୍ତାହ ମଧ୍ୟରେ ଏ ସମ୍ପର୍କରେ ନିଜର ମତାମତ ଦେବା ଉଚିତ୍।

Advertisment

ଉଲ୍ଲେଖଯୋଗ୍ୟ, ନିକଟରେ ଉତ୍ତରପ୍ରଦେଶର ସମ୍ଭଲରେ ଏକ ଭୟଙ୍କର ହିଂସା ଘଟିଥିଲା। ସ୍ଥାନୀୟ ଅଦାଲତ ଏଠାରେ ଥିବା ଜମା ମସଜିଦରେ ସର୍ଭେ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସର୍ଭେ କରିବାକୁ ଯେତେବେଳେ ପ୍ରଶାସନର ଅଧିକାରୀମାନେ ପହଞ୍ଚିଥିଲେ, ସେତେବେଳେ କୌଣସି ଗୁଜବକୁ ନେଇ ହିଂସା ଘଟିଥିଲା। ଏହି ଭୟଙ୍କର ହିଂସାରେ ୪ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଅନେକ ଆହକ ହୋଇଥିଲେ। ଏହାପରେ ପୂଜାସ୍ଥଳୀ ଆଇନକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା।

Places Of Worship Act Mosque Survey Violence Supreme Court
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe