Advertisment

ସୁପ୍ରିମକୋର୍ଟଙ୍କ ମଣିପୁର ନିର୍ଦ୍ଦେଶ : ୩ ଜଣିଆ ମହିଳା ଜଜ୍‌ ପ୍ୟାନେଲ୍‌, ୪୨ ସ୍ପେଶାଲ ଟିମ

ତଦନ୍ତ ବ୍ୟତୀତ ଏହି କମିଟି ମଣିପୁରରେ ଆଦିବାସୀ ଓ ଅଣଆଦିବାସୀଙ୍କ ସଂଘର୍ଷ ଯୋଗୁ ବିସ୍ଥାପିତ ଲୋକଙ୍କ ଦୁର୍ଦ୍ଦଶା ଓ ଥଇଥାନ କଥା ମଧ୍ୟ ଦେଖିବା। ହିଂସାର ତଦନ୍ତ ବ୍ୟତୀତ କମିଟିର କ୍ଷମତା ଆହୁରି ଅଧିକ ବୋଲି ସୁପ୍ରିମକୋର୍ଟ କହିଛନ୍ତି।

Judge

Judge

Advertisment

ମଣିପୁର ହିଂସା ଘଟଣାରେ ବଡ଼ ପଦକ୍ଷେପ ନେଇଛନ୍ତି ସୁପ୍ରିମକୋର୍ଟ। ମଣିପୁର ହିଂସା ଓ ଏହା ସହ ଜଡ଼ିତ ଘଟଣାର ତଦନ୍ତ ପାଇଁ ସର୍ବୋଚ୍ଚ ଅଦାଲତ ହାଇକୋର୍ଟର ୩ ଜଣ ପୂର୍ବତନ ମହିଳା ବିଚାରପତିଙ୍କୁ ନେଇ ଗୋଟିଏ କମିଟି ଗଠନ କରିଛନ୍ତି।

Advertisment

ତଦନ୍ତ ବ୍ୟତୀତ ଏହି କମିଟି ମଣିପୁରରେ ଆଦିବାସୀ ଓ ଅଣଆଦିବାସୀଙ୍କ ସଂଘର୍ଷ ଯୋଗୁ ବିସ୍ଥାପିତ ଲୋକଙ୍କ ଦୁର୍ଦ୍ଦଶା ଓ ଥଇଥାନ କଥା ମଧ୍ୟ ଦେଖିବା। ହିଂସାର ତଦନ୍ତ ବ୍ୟତୀତ କମିଟିର କ୍ଷମତା ଆହୁରି ଅଧିକ ବୋଲି ସୁପ୍ରିମକୋର୍ଟ କହିଛନ୍ତି।

ସର୍ବୋଚ୍ଚ ଅଦାଲତ କହିଛନ୍ତି, “ଆଇନ ଉପରେ ବିଶ୍ୱାସକୁ ପୁଣି ଫେରାଇ ଆଣିବାକୁ ଆମେ ଚେଷ୍ଟା କରୁଛୁ। ଆମେ ହାଇକୋର୍ଟର ୩ ଜଣିଆ ବିଚାରପତିଙ୍କୁ ନେଇ କମିଟି ଗଠନ କରୁଛୁ। ଏହି କମିଟି ତଦନ୍ତ ବ୍ୟତୀତ ରିଲିଫ, ଥଇଥାନ ଓ ସହାୟତା ଇତ୍ୟାଦି ପ୍ରସଙ୍ଗ ଉପରେ ନଜର ରଖିବ।”

Advertisment

ଏହି ୩ ଜଣିଆ କମିଟିରେ ଜଷ୍ଟିସ ଗୀତା ମିତ୍ତଲ(ଜମ୍ମୁ-କଶ୍ମୀର ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି), ଜଷ୍ଟିସ ଶାଲିନୀ ଯୋଶୀ(ବମ୍ବେ ହାଇକୋର୍ଟର ପୂର୍ବତନ ବିଚାରପତି) ଓ ଜଷ୍ଟିସ ଆଶା ମେନନ( ଦିଲ୍ଲୀ ହାଇକୋର୍ଟର ପୂର୍ବତନ ବିଚାରପତି) ରହିଛନ୍ତି।

ପୂର୍ବତନ ଆଇପିଏସ୍‌ ଅଫିସର ଦତ୍ତାତ୍ରେୟ ପାଡସାଲଗିକର ସିବିଆଇ କରୁଥିବା ଭାଇରାଲ ଭିଡିଓ ଘଟଣାର ତଦନ୍ତ ଉପରେ ନଜର ରଖିବେ। ଡେପୁଟି ଏସ୍‌ପି ରାଙ୍କର ୫ ଜଣ ଅଫିସରଙ୍କୁ ଭିନ୍ନ ଭିନ୍ନ ରାଜ୍ୟରୁ ସିବିଆଇର ତଦନ୍ତ ଟିମରେ ସାମିଲ କରାଯିବ। ଏହି ଅଫିସରମାନେ ସିବିଆଇର ସମସ୍ତ ନିୟମ ଅନୁସାରେ କାମ କରିବେ।

ସିବିଆଇକୁ ହସ୍ତାନ୍ତର କରାଯାଇଥିବା ଘଟଣାର ତଦନ୍ତ ୪୨ଟି ଏସ୍‌ଆଇଟି ଦ୍ୱାରା କରାଯିବ। ଏହି ଏସଆଇଟିଗୁଡ଼ିକର ତଦନ୍ତ ମଣିପୁର ବାହାରେ ଡିଆଇଜି ରାଙ୍କରେ ଥିବା ଅଫିସରଙ୍କ ତତ୍ତ୍ୱାବଧାନରେ ଚାଲିବ। ପ୍ରତି ଅଫିସର ୬ଟି ଏସଆଇଟିର ନେତୃତ୍ୱ ନେବେ ଓ ତଦନ୍ତ ଠିକ ଭାବେ ଚାଲିଛି କି ନାହିଁ, ତା’ର ଯାଞ୍ଚ କରିବେ ବୋଲି ସୁପ୍ରିମକୋର୍ଟ କହିଛନ୍ତି।

ଶୁଣାଣି ବେଳେ ଜିଲ୍ଲାୱାରୀ ସ୍ପେଶାଲ ଇନଭେଷ୍ଟିଗେସନ ଟିମ ଗଠନ କରାଯାଇ ମଣିପୁର ହିଂସା ତଦନ୍ତ କରାଯିବ ବୋଲି କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ ଜଣାଇଛନ୍ତି। ଏହାପରେ ହିଂସାର ତଦନ୍ତ ପାଇଁ କୋର୍ଟ ମନିଟର କମିଟି ଗଠନ ଦାବିରେ ହୋଇଥିବା ଆବେଦନରେ ସର୍ବୋଚ୍ଚ ଅଦାଲତ ରାୟ ସଂରକ୍ଷିତ ରଖିଥିଲେ।

ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ ଆଜି ମଣିପୁର ହିଂସା ମାମଲା ଶୁଣାଣି କରିବା ବେଳେ ମଣିପୁର ଡିଜିପି ରାଜୀବ ସିଂହ ଉପସ୍ଥିତ ରହିଥିଲେ। ଗତଥର ଶୁଣାଣି ବେଳେ ସୁପ୍ରିମକୋର୍ଟ ଡିଜିପିଙ୍କୁ ହାଜର ହେବାକୁ ସମନ କରିଥିଲେ। ସେ ଆଜି ଉପସ୍ଥିତ ରହି ହିଂସାକୁ ପ୍ରଶମିତ ଓ ଲୋକଙ୍କୁ ସୁରକ୍ଷା ଦେବା ପାଇଁ ଏଯାଏ ପ୍ରଶାସନ ପକ୍ଷରୁ କ’ଣ ସବୁ ପଦକ୍ଷେପ ନିଆଯାଇଛି, ତା’ର ତଥ୍ୟ ଦେଇଥିଲେ।

ସଲିସିଟର ଜେନେରାଲ ତୁଷାର ମେହେଟା କହିଛନ୍ତି, “ଯଦି ମହିଳା ବିରୋଧୀ ହିଂସାକୁ ନେଇ ରୁଜୁ ହୋଇଥିବା ୧୧ ଏଫଆଇଆର୍‌ ବ୍ୟତୀତ ଆଉ କିଛି ମାମଲା ରହିଥିବ, ତା’ହେଲେ ଏହାକୁ ଜିଲ୍ଲାସ୍ତରୀୟ ଏସଆଇଟି ତଦନ୍ତ କରିବ। ଏହାର ନେତୃତ୍ୱ ଜଣେ ଏସ୍‌ପି ରାଙ୍କର ଅଫିସର ନେବେ। ସିବିଆଇ ରୁଜୁ ହୋଇଥିବା ୧୧ଟି ଏଫଆଇଆରର ତଦନ୍ତ କରିବ। ସିବିଆଇର ଏହି ଟିମରେ ୨ ଜଣ ଏସ୍‌ପି ରାଙ୍କର ମହିଳା ଅଧିକାରୀ ରହିବେ। ସମଗ୍ର ଦେଶରେ ସିବିଆଇର ଅଫିସର ଅଛନ୍ତି। ଆମେ ସମନତା ରଖିବୁ।”

Supreme Court Manipur Violence Manipur Incident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe