Advertisment

ଚିନ୍ତା ପ୍ରକଟ କଲେ ସୁପ୍ରିମକୋର୍ଟ, ୫ ରାଜ୍ୟକୁ ମାଗିଲେ ବାୟୁ ପ୍ରଦୂଷଣ ମୁକାବିଲା ତଥ୍ୟ

ଗୋଟିଏ ସପ୍ତାହ ମଧ୍ୟରେ ସତ୍ୟପାଠ ଦାଖଲ କରିବାକୁ ରାଜ୍ୟଗୁଡିକୁ ନିର୍ଦ୍ଦେଶ।

Air Pollution

Air Pollution

Advertisment

ବିପଜ୍ଜନକ ବାୟୁ ପ୍ରଦୂଷଣକୁ ଦୃଷ୍ଟିରେ ରଖି ପାଞ୍ଚ ରାଜ୍ୟକୁ ଜବାବ ମାଗିଲେ ସୁପ୍ରିମକୋର୍ଟ। ପ୍ରଦୂଷଣ ମୁକାବିଲା ପାଇଁ କି କି ପଦକ୍ଷେପ ଗ୍ରହଣ କରିଛ ତାର ବିସ୍ତୃତ ବିବରଣୀ ଦେବାକୁ ପାଞ୍ଚ ରାଜ୍ୟକୁ ନୋଟିସ୍ କରିଛନ୍ତି ସର୍ବୋଚ୍ଚ ଅଦାଲତ। ଏହି ରାଜ୍ୟଗୁଡିକ ହେଉଛନ୍ତି ଦିଲ୍ଲୀ, ପଞ୍ଜାବ, ହରିୟାଣା, ଉତ୍ତରପ୍ରଦେଶ ଏବଂ ରାଜସ୍ଥାନ।

Advertisment

ଜଷ୍ଟିସ ଏସ.କେ କୌଲଙ୍କ ନେତୃତ୍ୱରେ ଗଠିତ ତିନିଜଣିଆ ଖଣ୍ଡପୀଠ ବାୟୁ ପ୍ରଦୂଷଣକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି। ଆଜି ଏ ଉପରେ ବିଚାର ଗୋଟିଏ ସପ୍ତାହ ମଧ୍ୟରେ ସତ୍ୟପାଠ ଦାଖଲ କରିବାକୁ ରାଜ୍ୟଗୁଡିକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ପରବର୍ତ୍ତୀ ଶୁଣାଣି ନଭେମ୍ବର ୭କୁ ଧାର୍ଯ୍ୟ କରିଛନ୍ତି।

ବର୍ତ୍ତମାନର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ବାୟୁ ଗୁଣବତ୍ତା ସୂଚକାଙ୍କ(AQI) ଏବଂ ପାରାମିଟର ସମେତ ସବିଶେଷ ତଥ୍ୟ ଦାଖଲ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଦିଲ୍ଲୀ ତଥା ଏହାର ଆଖପାଖରେ ବାୟୁ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ ପଦକ୍ଷେପ ନିଆଯାଉଥିବା ନେଇ ସର୍ବୋଚ୍ଚ ଅଦାଲତ ବାୟୁ ଗୁଣବତ୍ତା ପରିଚାଳନା ଆୟୋଗ (CAQM)କୁ ଏହା ପୂର୍ବରୁ ​​ରିପୋର୍ଟ ମାଗିଥିଲେ।

Advertisment

ଆଜିର ଆଲୋଚନା ସମୟରେ ଖଣ୍ଡପୀଠ ଗୁରୁତର ଚିନ୍ତା ପ୍ରକଟ କରି କହିଛନ୍ତି ଯେ, ବାୟୁ ପ୍ରଦୂଷଣ ଭବିଷ୍ୟତ ପିଢି ଉପରେ ଗମ୍ଭୀର ପ୍ରଭାବ ପକାଇବ। ପରିସ୍ଥିତି ଏପରି ହେଲାଣି ଯେ ଏବେ ଦିନରେ ଘରୁ ବାହାରିବା କଷ୍ଟକର ହୋଇପଡୁଛି, ବିଶେଷକରି ଦିଲ୍ଲୀରେ ଏହା ଗମ୍ଭୀର ସ୍ଥିତିରେ ପହଞ୍ଚିଛି। 

ବେଞ୍ଚ ଆହୁରି କହିଛନ୍ତି, ବର୍ଷକୁ ବର୍ଷ ଏହି ସମସ୍ୟା ବଢିବାରେ ଲାଗିଛି। ଦିଲ୍ଲୀରେ ବାୟୁ ପ୍ରଦୂଷଣର ଏକ ମୁଖ୍ୟ କାରଣ ହେଉଛି ବିଲରେ ନଡା ଜଳିବା। ଏସବୁ ଉପରେ ରୋକ୍ ଲଗାଇବାର ଆବଶ୍ୟକତାକୁ ଦୃଷ୍ଟିରେ ରଖି ରାଜ୍ୟମାନଙ୍କୁ ଜବାବ ମାଗିଛନ୍ତି ସୁପ୍ରିମକୋର୍ଟ।

Supreme Court Air Pollution
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe