Advertisment

ବିଚାରପତି ଚୟନ ପ୍ରସଙ୍ଗରେ କେନ୍ଦ୍ରକୁ ଟାର୍ଗେଟ କଲେ ସୁପ୍ରିମକୋର୍ଟ, କହିଲେ ଏମିତି କଥା

ନିୟମ କହୁଛି ଯେ ଯଦି କଲେଜିୟମ କୌଣସି ନାଁକୁ ବିଚାରପତି ପଦ ପାଇଁ ଦ୍ୱିତୀୟ ଥର ମଞ୍ଜୁରୀ ନିମନ୍ତେ କେନ୍ଦ୍ର ପାଖକୁ ପଠାଉଛନ୍ତି, ତା’ହେଲେ ଏହାକୁ ଗ୍ରହଣ କରିବାକୁ ସରକାର ବାଧ୍ୟ।

ଅଦ୍ୟତନ ହୋଇଛି
Sc

Sc

Advertisment

କଲେଜିୟମ ଗୋଟିଏ ସର୍ଚ୍ଚ କମିଟି ନୁହେଁ। ଏମିତି କିଛି କହି ଆଜି ବିଚାରପତି ଚୟନ ପ୍ରସଙ୍ଗରେ କେନ୍ଦ୍ର ଉପରେ ଅସନ୍ତୋଷ ଝାଡ଼ିଛନ୍ତି ସୁପ୍ରିମକୋର୍ଟ। ଏଥିସହ କଲେଜିୟମ ବିଭିନ୍ନ ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ଦେବାକୁ ସରକାରଙ୍କ ପାଖକୁ ପୁନଃ ପଠାଇଥିବା ନାଁ ଗୁଡ଼ିକର ତାଲିକା(ଯେଉଁ ଗୁଡ଼ିକ ମଞ୍ଜୁରୀ ହୋଇନି) ଦାଖଲ କରିବାକୁ କେନ୍ଦ୍ରକୁ କହିଛନ୍ତି।

Advertisment

ନିୟମ କହୁଛି ଯେ ଯଦି କଲେଜିୟମ କୌଣସି ନାଁକୁ ବିଚାରପତି ପଦ ପାଇଁ ମଞ୍ଜୁରୀ ନିମନ୍ତେ ଦ୍ୱିତୀୟ ଥର କେନ୍ଦ୍ର ପାଖକୁ ପଠାଉଛନ୍ତି, ତା’ହେଲେ ଏହାକୁ ଗ୍ରହଣ କରିବାକୁ ସରକାର ବାଧ୍ୟ। କଲେଜିୟମରେ ପ୍ରଧାନ ବିଚାରପତିଙ୍କ ସମେତ ସୁପ୍ରିମକୋର୍ଟର ୫ ଜଣ ବରିଷ୍ଠ ବିଚାରପତି ରହିଥାଆନ୍ତି। ତେବେ କଲେଜିୟମ ପଠାଉଥିବା ନାଁ ଗୁଡ଼ିକୁ ଗ୍ରହଣ କରିବାରେ କେନ୍ଦ୍ର ସରକାର ବିଳମ୍ବ କରୁଥିବାରୁ ଆଜି ସୁପ୍ରିମକୋର୍ଟ ଏଭଳି ଅସନ୍ତୋଷ ପ୍ରକାଶ କରିଛନ୍ତି।

ସିଜେଆଇ ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ୩ ଜଣିଆ ଖଣ୍ଡପୀଠ କହିଛନ୍ତି, “ବିଚାରପତି ଭାବେ ନିଯୁକ୍ତି ଦେବାକୁ କଲେଜିୟମ ପୁନଃ ପଠାଇଥିବା ନାଁ ଗୁଡ଼ିକ ସହ କ’ଣ ସମସ୍ୟା ରହିଛି, ସେକଥା କେନ୍ଦ୍ର ନିର୍ଦ୍ଦିଷ୍ଟ ଭାବେ ଜଣାଇବା ଉଚିତ। ପୁନଃ ପଠା ଯାଇଥିବା ନାଁ ଗୁଡ଼ିକ ଉପରେ ମୋହର ମାରିବା ପ୍ରକ୍ରିୟା କେଉଁ ଯାଏ ଯାଇଛି, ତା’ର ସଂପୂର୍ଣ୍ଣ ଚାର୍ଟ ଦିଅନ୍ତୁ।”

Advertisment

ଏହି ସମୟରେ ଆଇନଜୀବୀ ପ୍ରଶାନ୍ତ ଭୂଷଣ କହିଥିଲେ ଯେ ପୁନଃ ପଠାଯାଉଥିବା ନାଁ ଗୁଡ଼ିକ ଉପରେ ନିଷ୍ପତ୍ତି ନେବାକୁ ଏକ ନିର୍ଦ୍ଦିଷ୍ଟ ସମୟ ଧାର୍ଯ୍ୟ କରିବା ଦରକାର। ଯଦି ଧାର୍ଯ୍ୟ ସମୟରେ ନାଁ ଗୁଡ଼ିକ ଉପରେ ମୋହର ନ ବାଜିବ, ତା’ହେଲେ ଏହାକୁ ଗ୍ରହଣ କରାଯାଉଛି ବୋଲି ଧରାଯିବ ବୋଲି ନିୟମ ଆସିବା ଦରକାର ବୋଲି ସେ କହିଛନ୍ତି।

ଏହାପରେ ସିଜେଆଇ ଜଷ୍ଟିସ ଚନ୍ଦ୍ରଚୂଡ଼ ଆଟର୍ଣ୍ଣି ଜେନେରାଲ ଆର ଭେଙ୍କଟରମଣିଙ୍କୁ କେନ୍ଦ୍ର ପାଖରେ ଅନୁମୋଦନ ପାଇଁ ପଡ଼ି ରହିଥିବା ନାଁ ଗୁଡ଼ିକର ତାଲିକା ଦେବାକୁ କହିଛନ୍ତି।

ସିଜେଆଇ କହିଛନ୍ତି, ସ୍ଥିତାବସ୍ଥାର ତାଲିକା ଦିଅନ୍ତୁ ଓ ମଞ୍ଜୁରୀ ଦେବାରେ ଥିବା ସମସ୍ୟା ସମ୍ପର୍କରେ ଜଣାନ୍ତୁ। ଦେଖନ୍ତୁ, ଗୋଟିଏ କଲେଜିୟମ ଆଦୌ ଗୋଟିଏ ସର୍ଚ୍ଚ କମିଟି ନୁହେଁ। ଯଦି କଲେଜିୟମ କେବଳ ଏକ ସର୍ଚ୍ଚ କମିଟି ହୋଇଥାଆନ୍ତା, ତା’ହେଲେ ଆପଣ ନିଜ ଇଚ୍ଛାରେ କାମ କରିଥାଆନ୍ତେ।

କପବୋର୍ଡରେ ଥିବା କଙ୍କାଳକୁ କେବଳ ବାହାର କରିବା ପାଇଁ ଏପରି କରାଯାଇ ନାହିଁ। ଆଗକୁ ବଢ଼ିବା ପାଇଁ କଲେଜିୟମ ହୋଇଛି। 

କଲେଜିୟମ ସୁପାରିସ କରୁଥିବା ନାଁ ଗୁଡ଼ିକ ଉପରେ ମୋହର ମାରିବା ପାଇଁ ସମୟ ଧାର୍ଯ୍ୟ କରିବାକୁ ଆବେଦନ କରି ଆଇନଜୀବୀ ହର୍ଷ ସିଙ୍ଘଲ କରିଥିବା ଆବେଦନର ଶୁଣାଣି ବେଳେ ସୁପ୍ରିମକୋର୍ଟ ଏପରି କହିଛନ୍ତି।

ସେହିପରି ଜଷ୍ଟିସ ରାମଚନ୍ଦ୍ର ରାଓଙ୍କୁ ଝାରଖଣ୍ଡ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ଦେବାକୁ କଲେଜିୟମ କରିଥିବା ସୁପାରିସ ବିଳମ୍ବରେ ଅନୁମୋଦନ କରିବାରୁ କେନ୍ଦ୍ର ବିରୋଧରେ ଅଦାଲତନ ଅବମାନନା ମାମଲା କରିବାକୁ ମଧ୍ୟ ଗୋଟିଏ ଆବେଦନ କରାଯାଇଛି।

Supreme Court Supreme Court Collegium
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe