Advertisment

ଅତିକ ଓ ଅଶରଫଙ୍କ ହତ୍ୟାକୁ ନେଇ ପ୍ରଶ୍ନ ଉଠାଇଲେ ସୁପ୍ରିମକୋର୍ଟ, ରିପୋର୍ଟ ମାଗିଲେ

ଏପ୍ରିଲ ୧୫ରେ ଅତିକ ଓ ଅଶରଫଙ୍କୁ ପୁଲିସ୍‌ ଚେକଅପ ପାଇଁ ପ୍ରୟାଗରାଜର ଗୋଟିଏ ହସ୍ପିଟାଲକୁ ରାତି ପ୍ରାୟ ୧୦ଟା ସମୟରେ ନେଉଥିଲା।

author-image
Hemant Lenka
Atiq Ahmad and Ashraf

Atiq Ahmad and Ashraf

ଗ୍ୟାଙ୍ଗଷ୍ଟରରୁ ରାଜନେତା ଅତିକ ଅହମଦ ଓ ତାଙ୍କ ଭାଇ ଅଶରଫଙ୍କୁ ଯେଉଁଭଳି ଭାବେ ପୁଲିସ୍‌ ସୁରକ୍ଷା ବଳରେ ଏବଂ କ୍ୟାମେରା ସାମ୍ନାରେ ଗୁଳି କରି ହତ୍ୟା କରାଗଲା, ତା’କୁ ନେଇ ପ୍ରଶ୍ନ ଉଠାଇଛନ୍ତି ସୁପ୍ରିମକୋର୍ଟ। ଏଥିସହ ଘଟଣାର ପୂରା ବିସ୍ତୃତ ରିପୋର୍ଟ ମଧ୍ୟ ସର୍ବୋଚ୍ଚ ଅଦାଲତ ମାଗିଛନ୍ତି।

Advertisment

ଏପ୍ରିଲ ୧୫ରେ ଅତିକ ଓ ଅଶରଫଙ୍କୁ ପୁଲିସ୍‌ ଚେକଅପ ପାଇଁ ପ୍ରୟାଗରାଜର ଗୋଟିଏ ହସ୍ପିଟାଲକୁ ରାତି ପ୍ରାୟ ୧୦ଟା ସମୟରେ ନେଉଥିଲା। ଏହି ସମୟରେ ସେଠାରେ ପୂର୍ବରୁ ସାମ୍ବାଦିକ ବେଶରେ ଥିବା ୩ ଜଣ ଯୁବକ ପଏଣ୍ଟ ବ୍ଲାଙ୍କରୁ ଦୁଇ ଭାଇଙ୍କ ଉପରକୁ ଆଖି ବୁଜା ଗୁଳିମାଡ଼ କରିଥିଲେ। ଘଟଣାସ୍ଥଳରେ ଉଭୟଙ୍କ ମୃତ୍ୟୁ ଘଟିଥିଲା।

ଏବେ ସୁପ୍ରିମକୋର୍ଟ ଏହି ଘଟଣାର ଶୁଣାଣି କରି ଉତ୍ତର ପ୍ରଦେଶ ସରକାରଙ୍କୁ ରିପୋର୍ଟ ମାଗିଛନ୍ତି। ଏପ୍ରିଲ ୧୩ରେ ଝାନସୀରେ ଏସଟିଏଫ ଏନକାଉଣ୍ଟରରେ କରିଥିଲା। ଏଥିରେ ଅତିକଙ୍କ ପୁଅ ଅସଦ ପ୍ରାଣ ହରାଇଥିଲା। ଏହାର ରିପୋର୍ଟ ଦେବାକୁ ମଧ୍ୟ ସୁପ୍ରିମକୋର୍ଟ କହିଛନ୍ତି।

Advertisment

କୋର୍ଟ ଆଜି କଡ଼ା ଅସନ୍ତୋଷ ପ୍ରକାଶ କରି ପଚାରିଛନ୍ତି ଯେ “ସେମାନେ(ହତ୍ୟାକାରୀ) କେମିତି ଜାଣିଲେ? ଆମେ ପୂରା ଘଟଣାକୁ ଟିଭିରେ ଦେଖିଛୁ। କାହିଁକି ଆମ୍ବୁଲାନ୍ସରେ ଅତିକ ଅହମଦ ଓ ତାଙ୍କ ଭାଇଙ୍କୁ ହସ୍ପିଟାଲ ନିଆ ଗଲା ନାହିଁ? କାହିଁକି ସେମାନଙ୍କୁ ହସ୍ପିଟାଲକୁ ଗେଟ ପାଖରୁ ଚଲାଇ ଚଲାଇ ନିଆ ଯାଉଥିଲା?”

ସରକାର ନିଜର ପକ୍ଷ ରଖି କହିଛନ୍ତି ଯେ କୋର୍ଟଙ୍କ ନିୟମ ଅନୁସାରେ ଦୁଇ ଭାଇଙ୍କୁ ମେଡିକାଲ ଚେକଅପ ପାଇଁ ନିଆଯାଉଥିଲା। ପ୍ରତି ଦୁଇ ଦିନରେ ସେମାନଙ୍କୁ ହସ୍ପିଟାଲ ନେଇ ସ୍ୱାସ୍ଥ୍ୟ ପରୀକ୍ଷା କରିବାକୁ କୋର୍ଟ କହିଥିଲେ। ତେଣୁ ଗଣମାଧ୍ୟମ ଏ ବିଷୟରେ ଜାଣିଥିଲା। ଆମେ ଘଟଣାର ତଦନ୍ତ ପାଇଁ କମିଶନ ଗଠନ କରିଛୁ।

ଉତ୍ତର ପ୍ରଦେଶ ସରକାରଙ୍କ ପକ୍ଷରୁ ଯୁକ୍ତି ରଖି ବରିଷ୍ଠ ଆଇନଜୀବୀ ମୁକୁଲ ରୋହତଗୀ କହିଛନ୍ତି, “ଦୀର୍ଘ ୩୦ ବର୍ଷ ହେଲା ଉକ୍ତ ବ୍ୟକ୍ତି(ଅତିକ ଅହମଦ) ଓ ତା’ର ପୂରା ପରିବାର ଜଘନ୍ୟ ଅପରାଧ ସହ ଜଡ଼ିତ ଥିଲେ। ଉକ୍ତ ଘଟଣା ଅତ୍ୟନ୍ତ ଲୋମହର୍ଷଣକାରୀ ଥିଲା। ଆମେ ହତ୍ୟାକାରୀଙ୍କୁ ଧରିଛୁ। ସେମାନେ ଗୁରୁତ୍ୱ ହାସଲ ପାଇଁ ଏପରି କରିଥିବା ସ୍ୱୀକାର କରିଛନ୍ତି।

ସମସ୍ତେ ହତ୍ୟାକାଣ୍ଡକୁ ଟିଭିରେ ଦେଖିଛନ୍ତି। ହତ୍ୟାକାରୀ ନ୍ୟୁଜ ଫଟୋଗ୍ରାଫର ବେଶରେ ଆସିଥିଲେ। ସେମାନଙ୍କ ପାଖରେ ପାସ୍‌ ଥିଲା। ସେମାନେ କ୍ୟାମେରା ଧରିଥିଲେ। ସେମାନେ ପରିଚୟପତ୍ର ମଧ୍ୟ ବେକରେ ପକାଇଥିଲେ। ଅବଶ୍ୟ ଏସବୁ ପରବର୍ତ୍ତୀ ସମୟରେ ନକଲି ବୋଲି ଜଣାପଡ଼ିଛି। ଘଟଣାସ୍ଥଳରେ ୫୦ ଜଣ ଲୋକ ଉପସ୍ଥିତ ଥିଲେ। ଆହୁରି ଅନେକ ଲୋକ ବାହାରେ ଛିଡ଼ା ହୋଇଥି। ଏପରି ଅବସ୍ଥାରେ ସେମାନେ ହତ୍ୟା କରିଛନ୍ତି।”

ଏହାପରେ କୋର୍ଟ ୩ ସପ୍ତାହ ମଧ୍ୟରେ ରିପୋର୍ଟ ଦେବାକୁ ଉତ୍ତର ଦେବାକୁ କହିଛନ୍ତି।

Uttar Pradesh Supreme Court Atiq Ahmed