Advertisment

ଚାଇଲ୍ଡ ପର୍ଣ୍ଣୋଗ୍ରାଫି: ହାଇକୋର୍ଟଙ୍କ ରାୟ ଉପରେ ପ୍ରଶ୍ନ ଉଠାଇଲେ ସୁପ୍ରିମକୋର୍ଟ

ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ ଏହାର ଶୁଣାଣି କରି ତାମିଲନାଡୁ ପୁଲିସ୍‌ ଓ ଘଟଣାର ଅଭିଯୁକ୍ତଙ୍କୁ ନୋଟିସ କରିଛନ୍ତି।

Supreme Court

Supreme Court

Advertisment

ଶିଶୁଙ୍କ ସହ ଜଡ଼ିତ ଅଶ୍ଳୀଳ ଫଟୋ ବା ଭିଡିଓ ଡାଉନଲୋଡ କରିବା ଅପରାଧ ନୁହେଁ ବୋଲି ମାଡ୍ରାସ ହାଇକୋର୍ଟ ଦେଇଥିବା ରାୟ ଉପରେ ପ୍ରଶ୍ନ ଉଠାଇଛନ୍ତି ସୁପ୍ରିମକୋର୍ଟ। ଚାଇଲ୍ଡ ପର୍ଣ୍ଣୋଗ୍ରାଫିକୁ ନେଇ ହାଇକୋର୍ଟ ଦେଇଥିବା ରାୟରେ ସର୍ବୋଚ୍ଚ ଅଦାଲତନ ଅସନ୍ତୋଷ ପ୍ରକାଶ କରିଛନ୍ତି।

Advertisment

ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ ଏହାର ଶୁଣାଣି କରି ତାମିଲନାଡୁ ପୁଲିସ୍‌ ଓ ଘଟଣାର ଅଭିଯୁକ୍ତଙ୍କୁ ନୋଟିସ କରିଛନ୍ତି।

ଜାନୁଆରୀ ମାସରେ ହାଇକୋର୍ଟ ସ୍ତବ୍ଧ କରିବା ଭଳି ରାୟ ଦେଇଥିଲେ। ହାଇକୋର୍ଟ କହିଥିଲେ ଯେ ଚାଇଲ୍ଡ ପର୍ଣ୍ଣୋଗ୍ରାଫି ଡାଉନଲୋଡିଂ କରିବା ପୋକସୋ, ଆଇଟି ଅଧୀନରେ ଅପରାଧ ନୁହେଁ। କାରଣ ଏପରି ଆଚରଣ ଅଭିଯୁକ୍ତ ଜଣଙ୍କ ତାଙ୍କର ବ୍ୟକ୍ତିଗତ ସ୍ତରରେ କରିଥିଲେ। ଏହାଦ୍ୱାରା ସେ କାହାକୁ ପ୍ରଭାବିତ କରି ନଥିଲେ।

Advertisment

ଯେଉଁ ମୁର୍ହୂତ୍ତରେ ଅଭିଯୁକ୍ତ ଜଣଙ୍କ ଏହାକୁ ଭାଇରାଲ କରିବେ କିମ୍ବା ସର୍ବସାଧାରଣରେ ପ୍ରର୍ଦଶନ କରିବେ, ସେଠାରୁ ଏହାକୁ ଅପରାଧ ଭାବେ ବିଚାର କରାଯିବ ବୋଲି କୋର୍ଟ କହିଥିଲେ। ଉପରୋକ୍ତ ମାମଲାରେ ଅଭିଯୁକ୍ତ ଜଣଙ୍କ ସେମିତି କିଛି କରି ନାହାନ୍ତି। ସେ କେବଳ ନିଜ ମୋବାଇଲ ଫୋନରେ ଚାଇଲ୍ଡ ପର୍ଣ୍ଣୋଗ୍ରାଫ ଡାଉନଲୋଡ କରିଥିଲେ। ଏହା ପୋକ୍‌ସୋ ଆଇନ ଅଧୀନରେ ଆସୁନାହିଁ ବୋଲି ହାଇକୋର୍ଟ କହିଥିଲେ। 

ଏହାପରେ ଚାଇଲ୍ଡ ପର୍ଣ୍ଣୋଗ୍ରାଫି ଡାଉନଲୋଡ ମାମଲାରେ ଫସିଥିବା ୨୮ ବର୍ଷୀୟ ଯୁବକଙ୍କୁ ଦୋଷମୁକ୍ତ କରିଥିଲେ। ତାଙ୍କ ବିରୋଧରେ ଚାଲିଥିବା ସମସ୍ତ ଆଇନଗତ କାର୍ଯ୍ୟାନୁଷ୍ଠାନ ମଧ୍ୟ ବନ୍ଦ ହୋଇଥିଲା।

ଏହା ବିରୋଧରେ ହୋଇଥିବା ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟ ତାମିଲନାଡୁ ପୁଲିସ୍‌ ଓ ଅଭିଯୁକ୍ତକୁ ନୋଟିସ କରିଛନ୍ତି।

Supreme Court Child Porn
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe