Advertisment

ବାବା ରାମଦେବଙ୍କୁ ଆଉ ଏକ ସୁପ୍ରିମ ଝଟ୍‌କା, ଦେବେ ସର୍ଭିସ ଟ୍ୟାକ୍ସ

ଟ୍ରିବ୍ୟୁନାଲର ନିଷ୍ପତ୍ତି ଅନୁଯାୟୀ ରାମଦେବଙ୍କ ଯୋଗ ଶିବିର ଆୟୋଜନ କରୁଥିବା ସଂଗଠନ ‘ପତଞ୍ଜଳି ଯୋଗପୀଠ ଟ୍ରଷ୍ଟ’କୁ ବର୍ତ୍ତମାନ ଉଭୟ ଆବାସିକ ତଥା ଅଣ-ଆବାସିକ ଯୋଗ ଶିବିର ପାଇଁ ସେବା ଟିକସ ତଥା ସର୍ଭିସ ଟ୍ୟାକ୍ସ ଦେବାକୁ ପଡିବ।

author-image
Madhupriya Mistry
SC on  ramdev

SC on ramdev

ଯୋଗ ଗୁରୁ ବାବା ରାମଦେବଙ୍କ ଥମୁନି ଅଡୁଆ। ସୁପ୍ରିମକୋର୍ଟଙ୍କରୁ ତାଙ୍କୁ ଆଉ ଏକ ବଡ଼ ଝଟକା ଲାଗିଛି। ନିଜ ଯୋଗ ଶିବିର ପାଇଁ ସର୍ଭିସ ଟ୍ୟାକ୍ସ ଦେବାକୁ ତାଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ଅଭୟ ଏମ ଓକ ଏବଂ ଜଷ୍ଟିସ ଉଜ୍ଜ୍ୱଳ ଭୂୟାଁଙ୍କ ଖଣ୍ଡପୀଠ ଏହି ମାମଲାରେ ସେବା ଟିକସ ଅପିଲ ଟ୍ରିବ୍ୟୁନାଲର ନିଷ୍ପତ୍ତିକୁ ସମର୍ଥନ କରିଛନ୍ତି।

Advertisment

ଟ୍ରିବ୍ୟୁନାଲର ନିଷ୍ପତ୍ତି ଅନୁଯାୟୀ ରାମଦେବଙ୍କ ଯୋଗ ଶିବିର ଆୟୋଜନ କରୁଥିବା ସଂଗଠନ ‘ପତଞ୍ଜଳି ଯୋଗପୀଠ ଟ୍ରଷ୍ଟ’କୁ ବର୍ତ୍ତମାନ ଉଭୟ ଆବାସିକ ତଥା ଅଣ-ଆବାସିକ ଯୋଗ ଶିବିର ପାଇଁ ସେବା ଟିକସ ତଥା ସର୍ଭିସ ଟ୍ୟାକ୍ସ ଦେବାକୁ ପଡିବ।

ଜଷ୍ଟିସ ଓକ ଏବଂ ଜଷ୍ଟିସ ଭୂୟାଁଙ୍କ ଖଣ୍ଡପୀଠ ନିୟ ରାୟରେ କହିଛନ୍ତି ଯେ ସେବା କର ଆପିଲ ଟ୍ରିବ୍ୟୁନାଲ ଠିକ ନିଷ୍ପତ୍ତି ନେଇଛନ୍ତି। ପତଞ୍ଜଳି ଯୋଗପୀଠ ଟ୍ରଷ୍ଟ ରାମଦେବଙ୍କ ଯୋଗ ଶିବିର ପାଇଁ ପ୍ରବେଶ ଶୁଳ୍କ ଆଦାୟ କରିଥାନ୍ତି। ପ୍ରବେଶ ଶୁଳ୍କ ଚାର୍ଜ କରିବା ପରେ ଯୋଗ ଶିବିରରେ ପ୍ରଦାନ କରାଯାଇଥିବା କାର୍ଯ୍ୟ ହେଉଛି ଏକ ସେବା। ଟ୍ରିବ୍ୟୁନାଲର ଆଦେଶରେ ହସ୍ତକ୍ଷେପ କରିବାର କୌଣସି କାରଣ ଆମ ପାଖରେ ନାହୁଁ ବୋଲି ବେଞ୍ଚ୍ କହିଛନ୍ତି। ଏଥିସହ ପତଞ୍ଜଳି ଯୋଗପୀଠ ଟ୍ରଷ୍ଟର ଆବେଦନକୁ ଖାରଜ କୋର୍ଟ ଖାରଜ କରିଦେଇଛନ୍ତି।

Advertisment

ଏଥିସହ ୫ ଅକ୍ଟୋବର ୨୦୨୩ର କଷ୍ଟମ୍ସ, ଏକ୍ସାଇଜ୍ ଏବଂ ସର୍ଭିସ ଟ୍ୟାକ୍ସ ଆପିଲେଟ ଟ୍ରିବ୍ୟୁନାଲ (ସିଇଏସଟିଏଟି)ର ଆହ୍ଲାବାଦ ବେଞ୍ଚ ଦେଇଥିବା ରାୟରେ ହସ୍ତକ୍ଷେପ କରିବାକୁ ସର୍ବୋଚ୍ଚ ଅଦାଲତ ମନା କରି ଦେଇଛନ୍ତି।

ଅକ୍ଟୋବର ୨୦୦୬ ରୁ ମାର୍ଚ୍ଚ ୨୦୧୧ ମଧ୍ୟରେ ଅନୁଷ୍ଠିତ ଶିବିର ପାଇଁ ପତଞ୍ଜଳି ଯୋଗପୀଠ ଟ୍ରଷ୍ଟକୁ ପ୍ରାୟ ୪.୫ କୋଟି ଟଙ୍କାର ଜରିମାନା ଦେବାକୁ କୁହାଯାଇଛି। ତେବେ ଟ୍ରଷ୍ଟ ଯୁକ୍ତି କରିଛି ଯେ, ରୋଗର ଚିକିତ୍ସା ପାଇଁ ସେବା ଯୋଗା ଯାଇଥାଏ, ଯାହା ‘ସ୍ୱାସ୍ଥ୍ୟ ଏବଂ ଫିଟନେସ୍ ସେବା’ ବର୍ଗରେ ଥିବାରୁ ଟିକସ ଯୋଗ୍ୟ ନୁହେଁ।

ତେବେ ଏହାକୁ ନେଇ ନିର୍ଦ୍ଦିଷ୍ଟ ରୋଗର ଚିକିତ୍ସା ପାଇଁ ଟ୍ରଷ୍ଟର ଦାବିରେ କୌଣସି ବଳିଷ୍ଟ ପ୍ରମାଣ ନାହିଁ ବୋଲି ଟ୍ରିବ୍ୟୁନାଲ କହିଛନ୍ତି। ଏହି ଶିବିରଗୁଡିକରେ ଯୋଗ ଏବଂ ଧ୍ୟାନ କୌଣସି ଜଣେ ବ୍ୟକ୍ତିଙ୍କୁ ନୁହେଁ, ବରଂ ସମଗ୍ର ଗୋଷ୍ଠୀକୁ ଶିକ୍ଷା ଦିଆଯାଇଥାଏ। ବ୍ୟକ୍ତିର ନିର୍ଦ୍ଦିଷ୍ଟ ରୋଗ / ଅଭିଯୋଗର ନିରାକରଣ କିମ୍ବା ଚିକିତ୍ସା ପାଇଁ କୌଣସି ପ୍ରେସକ୍ରିପସନ୍ ଲେଖାଯାଇ ନାହିଁ। ଟ୍ରଷ୍ଟ ଦାନ ଭାବରେ କ୍ୟାମ୍ପ ଏଣ୍ଟ୍ରି ଫି' ସଂଗ୍ରହ କରେ।

ଟିକେଟ୍ ମୂଲ୍ୟ ଉପରେ ନିର୍ଭର କରି ବିଭିନ୍ନ ସୁବିଧା ପ୍ରଦାନ କରି ବିଭିନ୍ନ ମୂଲ୍ୟ ରେଞ୍ଜର ପ୍ରବେଶ ଟିକେଟ୍ ପ୍ରଦାନ କରେ। କେବଳ ସେତିକି ନୁହେଁ ପତଞ୍ଜଳି ଯୋଗପୀଠ ଟ୍ରଷ୍ଟ ଦ୍ୱାରା ଆୟୋଜିତ ଯୋଗ ଶିବିରଗୁଡିକ ଫି' ଆଦାୟ କରୁଥିବା ସ୍ୱାସ୍ଥ୍ୟ ଏବଂ ଫିଟନେସ୍ ସେବା ବର୍ଗରେ ରହିଥାଏ। ତେଣୁ ଏହା ସେବା ଟିକସୱା ସର୍ଭିସ ଟ୍ୟାକ୍ସ ପାଇଁ ଉତ୍ତରଦାୟୀ ବୋଲି ସିଇଏସଟିଏଟି କହିଛନ୍ତି।

Supreme Court Baba Ramdev Ramdev Pay Service Tax Ramdev Yoga Camp