Advertisment

'ପାଣି ବର୍ବାଦ କରୁଛନ୍ତି ଟ୍ୟାଙ୍କର ମାଫିଆ, କ'ଣ କରୁଛି ସରକାର?'

ଲୋକମାନେ ପାଣି ଅଭାବକୁ ନେଇ ଚିନ୍ତିତ ଅଛନ୍ତି। ଏପଟେ ସହରରେ ଟ୍ୟାଙ୍କର୍ ମାଫିଆମାନେ ପାଣି ବର୍ବାଦ କରୁଛନ୍ତି। ଏହି ଟ୍ୟାଙ୍କର ମାଫିଆଙ୍କ ବିରୋଧରେ କ’ଣ ପଦକ୍ଷେପ ନିଆଯାଇଛି ବୋଲି ସୁପ୍ରିମକୋର୍ଟ ପ୍ରଶ୍ନ କରିଛନ୍ତି।

SC on delhi Water Crisis

SC on delhi Water Crisis

Advertisment

ଦେଶର ରାଜଧାନୀ ଦିଲ୍ଲୀରେ ଦିନକୁ ଦିନ ବଢ଼ି ଚାଲିଛି ପାଣି ସମସ୍ୟା। ପ୍ରବଳ ଗରମ ଭିତରେ ଜଳ ସଙ୍କଟରେ ଅତିଷ୍ଠ ହୋଇପଡିଛନ୍ତି ଦିଲ୍ଲୀବାସୀ। ପାଣି ମୁନ୍ଦାଏ ପାଇଁ ହେଉଛନ୍ତି ଛଟ୍‌ପଟ। ଏହାକୁ ନେଇ ଏବେ ବର୍ଷିଛନ୍ତି ସୁପ୍ରିମକୋର୍ଟ। ଜଳ ସଙ୍କଟକୁ ନେଇ ସେ ଦିଲ୍ଲୀ ସରକାରଙ୍କୁ କରିଛନ୍ତି ଭର୍ତ୍ସନା।

Advertisment

ଦିଲ୍ଲୀ ଜଳ ସଙ୍କଟକୁ ନେଇ ହୋଇଥିବା ଆବେଦନର ଆଜି ସୁପ୍ରିମକୋର୍ଟ ଶୁଣାଣି କରିଛନ୍ତି। ଏହି ସମୟରେ ଜଷ୍ଟିସ୍‌ ପ୍ରଶାନ୍ତ କୁମାର ମିଶ୍ରା ଓ ଜଷ୍ଟିସ ପ୍ରସନ୍ନ ବିଙ୍କ ଖଣ୍ଡପୀଠ ଦିଲ୍ଲୀ ସରକାରଙ୍କୁ କଡ଼ା ଭାଷାରେ ନିନ୍ଦା କରିଛନ୍ତି। ଲୋକମାନେ ପାଣି ଅଭାବକୁ ନେଇ ଚିନ୍ତିତ ଅଛନ୍ତି। ଏପଟେ ସହରରେ ଟ୍ୟାଙ୍କର୍ ମାଫିଆମାନେ ପାଣି ବର୍ବାଦ କରୁଛନ୍ତି। ଏହି ଟ୍ୟାଙ୍କର ମାଫିଆଙ୍କ ବିରୋଧରେ କ’ଣ ପଦକ୍ଷେପ ନିଆଯାଇଛି ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି।

ସର୍ବୋଚ୍ଚ ଅଦାଲତ ଆହୁରି କହିଛନ୍ତି, ଆମେ ପ୍ରତ୍ୟେକ ନ୍ୟୁଜ୍ ଚ୍ୟାନେଲରେ ଏହାର ଚିତ୍ର ଦେଖୁଛୁ। ଯଦି ଗ୍ରୀଷ୍ମ ଋତୁରେ ଜଳ ଅଭାବକୁ ନେଇ ବାରମ୍ବାର ସମସ୍ୟା ଉପୁଜୁଛି, ତେବେ ପାଣିର ଅପଚୟ ବା ବର୍ବାଦକୁ ରୋକିବା ପାଇଁ ଆପଣ କ'ଣ ପଦକ୍ଷେପ ନେଇଛନ୍ତି? ଯଦି ଆପଣ ଟ୍ୟାଙ୍କର୍ ମାଫିଆଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାଁନ୍ତି ତେବେ ଆମେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦିଲ୍ଲୀ ପୁଲିସକୁ ଆମେ କହିବୁ ବୋଲି କୋର୍ଟ କହିଛନ୍ତି।

Advertisment

କେବଳ ସେତିକି ନୁହେଁ ପାଣି ଅପଚୟକୁ ରୋକିବା ପାଇଁ ସରକାର କ'ଣ ପଦକ୍ଷେପ ନେଇଛନ୍ତି ସେନେଇ ଆସନ୍ତାକାଲି ଭିତରେ ଆଫିଡେଭିଟ୍‌ ଦାଖଲ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତାକାଲି ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ।

କହିରଖୁ ଯେ, ଚଳିତ ବର୍ଷ ଦିଲ୍ଲୀରେ ଘୋର ଜଳ ସଙ୍କଟ ଦେଖା ଦେଇଛି। ଅସହ୍ୟ ଗରମରେ ଆଉଟୁପାଉଟୁ ହେଉଥିବା ଦିଲ୍ଲୀବାସୀ ପାଣି ପାଇଁ ହେଉଛନ୍ତି ଛଟପଟ। ପଡୋଶୀ ରାଜ୍ୟରୁ ଅଧିକ ଜଳ ଦାବି କରି ଆମ୍ ଆଦମୀ ପାର୍ଟି ସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି। ହିମାଚଳ ଏବଂ ହରିୟାଣାରୁ ଦିଲ୍ଲୀକୁ ଅତିରିକ୍ତ ଜଳ ପଠାଇବାକୁ ନିର୍ଦ୍ଦେଶ ଦେଇଥିବା କୋର୍ଟ ବୁଧବାର ଦିନ ଦିଲ୍ଲୀ ସରକାରଙ୍କ ଠାରୁ ଜଳ ଅପଚୟ ଏବଂ ଟ୍ୟାଙ୍କର ମାଫିଆଙ୍କ ସମ୍ପର୍କରେ ପ୍ରଶ୍ନ ପଚାରିଛନ୍ତି।

Supreme Court Delhi Water Crisis
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe