Advertisment

‘ନିଜକୁ କୋର୍ଟ ଭାବୁଛନ୍ତି ଦିଲ୍ଲୀ ଉପରାଜ୍ୟପାଳ, ବୁଦ୍ଧି ଖଟାଉ ନାହାନ୍ତି’

‘ଦିଲ୍ଲୀ ଉପରାଜ୍ୟପାଳ ଭି.କେ ସକସେନାଙ୍କ ବୁଦ୍ଧି ବିବେକ ହଜିଗଲାଣି। ସେ ନିଜକୁ କୋର୍ଟ ଭାବି ଦେଇଛନ୍ତି। ଫଳରେ ଆମ ନିର୍ଦ୍ଦେଶକୁ ବେଖାତିର କରିବାକୁ ସାହସ କରି ପାରୁଛନ୍ତି। ’

author-image
Niharika Rout
ଅଦ୍ୟତନ ହୋଇଛି
Supreme Court & delhi-lt-governor

Supreme Court & delhi-lt-governor

‘ଦିଲ୍ଲୀ ଉପରାଜ୍ୟପାଳ ଭି.କେ ସକସେନାଙ୍କ ବୁଦ୍ଧି ବିବେକ ହଜିଗଲାଣି। ସେ ନିଜକୁ କୋର୍ଟ ଭାବି ଦେଇଛନ୍ତି। ଫଳରେ ଆମ ନିର୍ଦ୍ଦେଶକୁ ବେଖାତିର କରିବାକୁ ସାହସ କରି ପାରୁଛନ୍ତି। ’ ସୁପ୍ରିମକୋର୍ଟଙ୍କ ଅନୁମତି ବିନା ଦିଲ୍ଲୀରେ ୧୧ଶହ ଗଛ କାଟିବାକୁ ଉପରାଜ୍ୟପାଳ ଅନୁମତି ଦେଇଥିବା ବେଳେ ଏହା ଉପରେ ବର୍ଷିଛନ୍ତି ଖଣ୍ଡପୀଠ। ଜଷ୍ଟିସ୍‌ ଅଭୟ ଏସ୍‌ ଓକା ଓ ଜଷ୍ଟିସ୍‌ ଉଜ୍ଜ୍ୱଳ ଭୂୟାଁଙ୍କ ପୀଠ ଏହି ମାମଲାର ଶୁଣାଣି କରି ଉପରାଜ୍ୟପାଳଙ୍କ ଉପରେ ବର୍ଷିଛନ୍ତି।

Advertisment

ଆପ୍‌ ପକ୍ଷରୁ ଅଭିଯୋଗ ହୋଇଛି, ଉପରାଜ୍ୟପାଳଙ୍କ ନିର୍ଦ୍ଦେଶ ଅନୁଯାୟୀ, ଡିଡିଏ ପକ୍ଷରୁ ଦକ୍ଷିଣ ରେଞ୍ଜ ଅଞ୍ଚଳରୁ ୧୧ଶହ ଗଛ କଟାଯାଇଛି। ଦିଲ୍ଲୀରେ ରାସ୍ତା ସମ୍ପ୍ରସାରଣ ନିମନ୍ତେ ଏହି ଗଛ କାଟିବା ନିମନ୍ତେ ଉପରାଜ୍ୟପାଳ ଅନୁମତି ପ୍ରଦାନ କରିଥିଲେ। ମାତ୍ର ରାଜଧାନୀ ଦିଲ୍ଲୀରେ ଜଳବାୟୂ ପରିବର୍ତ୍ତନ ଉପରେ ଏହା ଗଭୀର ପ୍ରଭାବ ପକାଇବ ବୋଲି ଗଭୀର ଚିନ୍ତା ପ୍ରକଟ କରିଛନ୍ତି।

ଏହି ମାମଲାକୁ ନେଇ ସୁପ୍ରିମକୋର୍ଟ ନିଜ ଆଡ଼ୁ ମାମଲା ରୁଜୁ କରିଥିଲେ। ମାତ୍ର ଏହି ମାମଲାର ଶୁଣାଣି ଆରମ୍ଭରେ ଏଥିରେ ଉପରାଜ୍ୟପାଳଙ୍କ ଭୂମିକାକୁ ଲୁଚାଇବାକୁ ଦିଲ୍ଲୀ ବିକାଶ ପ୍ରାଧିକରଣ (DDA) ପକ୍ଷରୁ ଯଥାସମ୍ଭବ ଚେଷ୍ଟା କରାଯାଇଥିଲା। ମାତ୍ର ଏହା ଜାଣିବା ପରେ ଖଣ୍ଡପୀଠ ଫାୟାର ହୋଇ ଯାଇଛନ୍ତି। ଏପରି ଆଚରଣ ନିନ୍ଦନୀୟ ବୋଲି ଖଣ୍ଡପୀଠ ପକ୍ଷରୁ କୁହାଯାଇଛି। ଏଥିସହ ଉପରାଜ୍ୟପାଳ ଗଛ କଟା ନିମନ୍ତେ ନିର୍ଦ୍ଦେଶ ଦେଇଥିବା ଘଟଣା ଲୁଚାଇବା ଅନୁଚିତ ଥିଲା ବୋଲି କହିଥିଲେ।

Advertisment

ଏନେଇ ସୁପ୍ରିମକୋର୍ଟ କହିଛନ୍ତି, ଉପରାଜ୍ୟପାଳ ନିଜ ବୁଦ୍ଧିବିବେକର ପ୍ରୟୋଗ କରି ନାହାନ୍ତି। ସେ ନିଜକୁ କୋର୍ଟ ବୋଲି ଭାବିଛନ୍ତି । ଏଥିସହ ବନ ବିଭାଗ ଦିଲ୍ଲୀ ସରକାର ଅଧୀନରେ ରହିଥିବାରୁ ମନ ଇଚ୍ଛା ଯାହା କରି ପାରିବେ ବୋଲି ସେ ଭାବି ନେଇଥିଲେ। । ଯାହା କିଛି ଘଟିଯାଇଛି ତାହା ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ।

ଏଥିସହ ଡିଡିଏ ଅଧିକାରୀଙ୍କ ଉପରେ ବର୍ଷିଛନ୍ତି ସୁପ୍ରିମକୋର୍ଟ। ଗଛ କାଟିବା ନିମନ୍ତେ ସୁପ୍ରିମକୋର୍ଟଙ୍କ ଅନୁମତି ଆବଶ୍ୟକ ବୋଲି ଉପରାଜ୍ୟପାଳଙ୍କୁ ଅବଗତ କରାଯାଇଥିଲା କି ବୋଲି ପ୍ରଶ୍ନ କରାଯାଇଛି। କେବଳ ଉପରାଜ୍ୟପାଳଙ୍କ ନିର୍ଦ୍ଦେଶ ଆଧାରରେ ନା ନିଜ ତରଫରୁ ଗଛ କାଟିବା ନିମନ୍ତେ ଡିଡିଏ ତରଫରୁ ନିଷ୍ପତ୍ତି ନିଆଯାଇଥିଲା ବୋଲି ପ୍ରଶ୍ନ କରିଛନ୍ତି ସର୍ବୋଚ୍ଚ ନ୍ୟାୟଳୟ । ଏଥିସହ ଗଛ କାଟିଥିବା ଠିକାଦାରଙ୍କୁ ନୋଟିସ କରାଯାଇ ଏଥିନିମନ୍ତେ ତାଙ୍କୁ କିଏ ଅନୁମତି ଦେଇଥିଲା ବୋଲି ପ୍ରଶ୍ନ କରାଯାଇଛି।

ଏନେଇ କୋର୍ଟ କହିଛନ୍ତି, ଆମେ ଏଥିପାଇଁ ଚିନ୍ତିତ କି ଏହି ମାମଲାରେ ଉପରାଜ୍ୟପାଳଙ୍କୁ ମିଶାଇ ସମସ୍ତେ କିଛି ନା କିଛି ତ୍ରୁଟି କରିଛନ୍ତି। ତେଣୁ ସେମାନେ ଶୁଣାଣିର ପ୍ରଥମ ଦିନରେ କୋର୍ଟ ସମ୍ମୁଖରେ ନିଜ ଦୋଷ ତ୍ରୁଟି ସ୍ୱୀକାର କରିବା ଉଚିତ ଥିଲା। କିନ୍ତୁ ଏହା ନ କରି ସମସ୍ତେ ନିଜ ତ୍ରୁଟି ଲୁଚାଇବାକୁ ପ୍ରାଣପଣେ ଉଦ୍ୟମ କରି ଚାଲିଛନ୍ତି। ଏପରିକି ୪,୫ ଥରର ନିର୍ଦ୍ଦେଶ ପରେ ଡିଡିଏର ସତ୍ୟପାଠରେ ସବୁ ସତ ସାମାନାକୁ ଆସିଛି।

Supreme Court AAP Delhi LG