Advertisment

Stray Dog: ବୁଲା କୁକୁର ପ୍ରସଙ୍ଗରେ ମାନେକ ଗାନ୍ଧିଙ୍କୁ ଧୋଇଲେ, ଆତଙ୍କୀ କସାବ କଥା କହିଲେ ସୁପ୍ରିମକୋର୍ଟ

ବୁଲା କୁକୁର ସମସ୍ୟାର ସମାଧାନରେ ସହାୟତା କରିବା ପାଇଁ ଜଣେ କେନ୍ଦ୍ରମନ୍ତ୍ରୀ ଭାବେ ସେ କେତେ ପରିମାଣର ଅନୁଦାନକୁ ଅନୁମୋଦନ କରିଥିଲେ ବୋଲି ମଧ୍ୟ ଜଷ୍ଟିସ ବିକ୍ରମ ନାଥ, ଜଷ୍ଟିସ ସନ୍ଦୀପ ମେହତା ଓ ଜଷ୍ଟିସ ଏନଭି ଅଞ୍ଜାରିଆଙ୍କ ଖଣ୍ଡପୀଠ ମାନେକା ଗାନ୍ଧିଙ୍କୁ ପ୍ରଶ୍ନ କରିଛନ୍ତି।

SC

ମାନେକା ଗାନ୍ଧି

Advertisment

ବୁଲା କୁକୁର(Stray Dog) ପ୍ରସଙ୍ଗରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତ୍ରୀ ମାନେକା ଗାନ୍ଧିଙ୍କୁ ତୀବ୍ର ସମାଲୋଚନା କରିଛନ୍ତି ସୁପ୍ରିମକୋର୍ଟ। ବୁଲା କୁକୁରଙ୍କୁ ଦିଲ୍ଲୀରୁ ହଟାଇବା ପାଇଁ ସୁପ୍ରିମକୋର୍ଟ ଦେଇଥିବା ରାୟକୁ ମାନେକା ଗାନ୍ଧି ନାପସନ୍ଦ କରିଥିଲେ। ଏଥିପାଇଁ ଆଜି ମାନେକାଙ୍କ ଉପରେ ବର୍ଷିଛନ୍ତି ସର୍ବୋଚ୍ଚ ଅଦାଲତ।

Advertisment

ସେ ଦେଇଥିବା ବୟାନ ଅଦାଲତ ଅବମାନନା ସହ ସମାନ। ତଥାପି ତାଙ୍କ ବିରୋଧରେ କୌଣସି ମାମଲା ଜାରି ରଖିବାକୁ ସୁପ୍ରିମକୋର୍ଟ ଚାହୁଁ ନଥିବା କହିଛନ୍ତି। ମାନେକା ଗାନ୍ଧି ନିକଟରେ ଗୋଟିଏ ପୋଡକାଷ୍ଟରେ ଦେଇଥିବା ବୟାନ ଉପରେ ନିଜର ଅସନ୍ତୋଷ ପ୍ରକାଶ କରି କୋର୍ଟ କହିଛନ୍ତି ଯେ କିଛି କଥା ନ ଚିନ୍ତା କରି ସମସ୍ତ ପ୍ରକାରର ବୟାନ ଦିଆଯାଇଛି। ମାନେକା ଗାନ୍ଧି ବୟାନ ଦେବା ବେଳେ ତାଙ୍କ ଶାରିରୀକ ଭାଷା ଉପରେ କୋର୍ଟ ପ୍ରଶ୍ନ କରିଛନ୍ତି। 

ବୁଲା କୁକୁର ସମସ୍ୟାର ସମାଧାନରେ ସହାୟତା କରିବା ପାଇଁ ଜଣେ କେନ୍ଦ୍ରମନ୍ତ୍ରୀ ଭାବେ ସେ କେତେ ପରିମାଣର ଅନୁଦାନକୁ ଅନୁମୋଦନ କରିଥିଲେ ବୋଲି ମଧ୍ୟ ଜଷ୍ଟିସ ବିକ୍ରମ ନାଥ, ଜଷ୍ଟିସ ସନ୍ଦୀପ ମେହତା ଓ ଜଷ୍ଟିସ ଏନଭି ଅଞ୍ଜାରିଆଙ୍କ ଖଣ୍ଡପୀଠ ମାନେକା ଗାନ୍ଧିଙ୍କୁ ପ୍ରଶ୍ନ କରିଛନ୍ତି। ବିଜେପି ନେତ୍ରୀ ମାନେକା ଗାନ୍ଧି ଏକଦା କେନ୍ଦ୍ର ମହିଳା, ଶିଶୁ ବିକାଶ, ସାମାଜିକ ନ୍ୟାୟ ଓ ପଶୁ କଲ୍ୟାଣ ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। ତେଣୁ ଆଜି ସୁପ୍ରିମକୋର୍ଟ(Supreme Court) ବୁଲା କୁକୁର ପ୍ରସଙ୍ଗରେ ଶୁଣାଣି ବେଳେ ଏପରି ପ୍ରଶ୍ନ କରିଛନ୍ତି। 

Advertisment

ଶୁଣାଣି ବେଳେ ମାନେକା ଗାନ୍ଧିଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ଆଇନଜୀବୀ ରାଜୁ ରାମଚନ୍ଦ୍ରନକୁ କଡ଼ା କଥା କହିଛନ୍ତି ସୁପ୍ରିମକୋର୍ଟ। ଖଣ୍ଡପୀଠ କହିଛନ୍ତି, “ଆପଣ କହୁଛନ୍ତି ଯେ ଅଦାଲତ କୌଣସି ଟିପ୍ପଣୀ କରିବା ପୂର୍ବରୁ ସତର୍କତା ଅବଲମ୍ବନ କରିବା କଥା। କିନ୍ତୁ ଆପଣ ନିଜର କ୍ଲାଏଣ୍ଟଙ୍କୁ ପଚାରିଛନ୍ତି କି ସେ କେଉଁ ଭଳି ବୟାନ ସବୁ ଦେଇଛନ୍ତି? କ’ଣ ଆପଣ ନିଜ କ୍ଲାଏଣ୍ଟଙ୍କ ପୋଡକାଷ୍ଟ ଶୁଣିଛନ୍ତି? ସେ ସବୁ ପ୍ରକାରର ବୟାନ ସମସ୍ତଙ୍କ ବିରୋଧରେ ନିଜ ଇଚ୍ଛା ଅନୁସାରେ ଦେଇଛନ୍ତି। ଆପଣ ତାଙ୍କ ଶାରୀରିକ ଭାଷାକୁ ଦେଖିଛନ୍ତି?”

ଏହାର ଜବାବରେ ଆଇନଜୀବୀ ରାମଚନ୍ଦ୍ରନ ଯୁକ୍ତି ଉପସ୍ଥାପନ କରି ବଜେଟ ଅନୁମୋଦନ ଗୋଟିଏ ନୀତିଗତ ବ୍ୟାପର ବୋଲି କହିଥିଲେ। ଆଉ ଟିକିଏ ଆଗକୁ ଯାଇ ରାମଚନ୍ଦ୍ରନ କହିଥିଲେ ଯେ ସେ ଏକଦା ୨୬/୧୧ ଆତଙ୍କୀ ହମଲା ବେଳେ ଜୀବନ୍ତ ଧରା ପଡ଼ିଥିବା ପାକିସ୍ତାନୀ ଆତଙ୍କବାଦୀ ଅଜମଲ କସାବ ପାଇଁ କୋର୍ଟରେ ପକ୍ଷ ରଖିଥିଲେ। 

ରାମଚନ୍ଦ୍ରନଙ୍କ ଏପରି ବୟାନ ଶୁଣି ଜଷ୍ଟିସ ନାଥ କଡ଼ା ଜବାବ ଦେଇଥିଲେ। ସେ କହିଥିଲେ, “ଅଜମଲ କସାବ ଅଦାଲତ ଅବମାନନା କରି ନଥିଲା। କିନ୍ତୁ ଆପଣଙ୍କ କ୍ଲାଏଣ୍ଟ ଅଦାଲତ ଅବମାନନା କରିଛନ୍ତି। ହେଲେ କୋର୍ଟ ଉଦାରତା ଦେଖାଇ ବା ଦୟା ପୂର୍ବକ ତାଙ୍କ ବିରୋଧରେ କୌଣସି ଅଦାଲତ ଅବମାନନା ମାମଲା ଚଳାଉ ନାହାନ୍ତି।” 

ଆଇନଜୀବୀ ରାମଚନ୍ଦ୍ରନ ଏହାପରେ ଜଳାନ୍ତକ ନିୟନ୍ତ୍ରଣର ପଦକ୍ଷେପ, ଉପଲବ୍ଧ ଥିବା ଟିକା ଓ ବୁଲା କୁକୁରମାନଙ୍କ ଆକ୍ରମଣକୁ ନିୟନ୍ତ୍ରଣ କରିବାକୁ ପ୍ରଫେସନାଲମାନଙ୍କୁ ନିୟୋଜିତ କରିବା ସପକ୍ଷରେ ମତ ରଖିଥିଲେ। ଏହର ଜବାବରେ ସର୍ବୋଚ୍ଚ ଅଦାଲତ କହିଛନ୍ତି, “ଯେହେତୁ ଆପଣଙ୍କ କ୍ଲାଏଣ୍ଟ ଜଣେ ପଶୁ ଅଧିକାର କର୍ମୀ ଓ ସେ ପୂର୍ବରୁ ଜଣେ କ୍ୟାବିନେଟ ମନ୍ତ୍ରୀ ଇତ୍ୟାଦି ରହିଥିଲେ। ଏସବୁ ସ୍କିମକୁ କାର୍ଯ୍ୟକାରୀ କରିବା ପାଇଁ ସେତେବେଳେ ଆପଣଙ୍କ କ୍ଲାଏଣ୍ଟ କେଉଁ ପରିମାଣର ବଜେଟ ବ୍ୟବସ୍ଥା କରିଥିଲେ?” ଏକଥା କହିବା ପରେ ଶୁଶାଣି ଆଜି ପାଇଁ ସ୍ଥଗିତ ରହିଛି। ଏ ପ୍ରସଙ୍ଗରେ ଆଗକୁ ମଧ୍ୟ ଶୁଣାଣି ଜାରି ରହିବ ବୋଲି କୋର୍ଟ କହିଛନ୍ତି। 

Supreme Court Stray Dog
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe