Advertisment

ଏସବିଆଇକୁ ସୁପ୍ରିମକୋର୍ଟଙ୍କ ତାଗିଦ; ନିର୍ବାଚନ ବଣ୍ଡର ପୂରା ତଥ୍ୟ କାହିଁକି ଦେଇନ?

ନିର୍ବାଚନ ବଣ୍ଡ ଉପରେ ସମ୍ପୂର୍ଣ୍ଣ ତଥ୍ୟ ଦେଇ ନ ଥିବାରୁ ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆକୁ ତାଗିଦ କରିଛନ୍ତି ସୁପ୍ରିମକୋର୍ଟ।

author-image
Debibandita Barick
ଅଦ୍ୟତନ ହୋଇଛି
Supreme Court

Supreme Court

ନିର୍ବାଚନ ବଣ୍ଡ ଉପରେ ସମ୍ପୂର୍ଣ୍ଣ ତଥ୍ୟ ଦେଇ ନ ଥିବାରୁ ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆକୁ ତାଗିଦ କରିଛନ୍ତି ସୁପ୍ରିମକୋର୍ଟ। କାହିଁକି ପୂରା ତଥ୍ୟ ଦେଇନାହଁ ବୋଲି ପ୍ରଶ୍ନ କରିବା ସହ ତୁରନ୍ତ ପାଞ୍ଚ ବର୍ଷର ଡାଟା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

Advertisment

ନିର୍ବାଚନ ଆୟୋଗ ପକ୍ଷରୁ କରାଯାଇ ଥିବା ଆବେଦନ ଉପରେ ଶୁଣାଣି କରି ସୁପ୍ରିମକୋର୍ଟ ଏସବିଆଇକୁ ଏହି ନିର୍ଦ୍ଦେଶ ଦେଇଛନ୍ତି। ଏସବିଆଇ ନିର୍ବାଚନ ଆୟୋଗଙ୍କୁ ଇଲେକ୍ସନ ବଣ୍ଡ ବାବଦରେ ସମ୍ପୂର୍ଣ୍ଣ ତଥ୍ୟ ଦେଇନଥିବା ଅଭିଯୋଗ ହୋଇଥିଲା। ଏନେଇ ଇଲେକ୍ସ କମିଶନ ସୁପ୍ରିମକୋର୍ଟରେ ଏକ ଆବେଦନ କରିଥିଲେ। ଆଜି ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏ ଉପରେ ଶୁଣାଣି କରିଥିଲେ।

ଶୁଣାଣି ସମୟରେ ଅଦାଲତ ଏସବିଆଇକୁ ତୁରନ୍ତ  ସମ୍ପୂର୍ଣ୍ଣ ତଥ୍ୟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଗତ ପାଞ୍ଚ ବର୍ଷ ମଧ୍ୟରେ କେଉଁମାନେ ରାଜନୈତିକ ଦଳମାନଙ୍କୁ କେତେ ଚାନ୍ଦା ଦେଇଛନ୍ତି, ସେ ବାବଦରେ ପୂରା ଡାଟା ନିର୍ବାଚନ ଆୟୋଗଙ୍କୁ ତୁରନ୍ତି ଦେବାକୁ ନିର୍ଦ୍ଦେଶ ଦେବା ସହ ବଣ୍ଡ ନମ୍ବର ମଧ୍ୟ ପ୍ରକାଶ କରିବାକୁ କହିଛନ୍ତି। 

Advertisment

ଏଥିସହ ମାର୍ଚ୍ଚ ୧୮ରେ ପରବର୍ତ୍ତୀ ଶୁଣାଣି ସମୟରେ କାହିଁକି ତଥ୍ୟ ଦେବାରେ ଅବହେଳା କରାଯାଇଛି, ସେ ବାବଦରେ ସ୍ପଷ୍ଟୋକ୍ତି ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। 

ପ୍ରକାଶ ଥାଉ କି, ଗତ ମାସ ସୁପ୍ରିମକୋର୍ଟ ନିର୍ବାଚନ ଆୟୋଗଙ୍କୁ ଇଲେକ୍ଟୋରାଲ ବଣ୍ଡର ଡାଟା ଦେବାକୁ ଏସବିଆଇକୁ ନିର୍ଦ୍ଦେଶ ଦେଇଥିଲେ। ଏଥିସହ ମାର୍ଚ୍ଚ ୧୫ ସନ୍ଧ୍ୟା ୫ଟା ସୁଦ୍ଧା ସମସ୍ଥ ତଥ୍ୟ ସାର୍ବଜନୀନ କରିବାକୁ ନିର୍ବାଚନ ଆୟୋଗଙ୍କୁ କହିଥିଲେ। ଏହାର ଗୋଟିଏ ଦିନ ପୂର୍ବରୁ, ଅର୍ଥାତ୍ ଗତକାଲି ନିର୍ବାଚନ ଆୟୋଗ ୱେବସାଇଟରେ ଡାଟା ଅପଲୋଡ୍ କରିସାରିଛି। କିନ୍ତୁ ଏସବିଆଇ ଅସମ୍ପୂର୍ଣ୍ଣ ଡାଟା ଦେଇଥିବା ନିର୍ବାଚନ ଆୟୋଗ ଅଭିଯୋଗ କରିଛି।

Supreme Court SBI Election Commission Electoral Bonds