/odisha-reporter/media/post_attachments/uploadimage/library/16_9/16_9_0/TamilNadu_1701428764.jpg)
TamilNadu
ତାମିଲନାଡୁର ନିର୍ବାଚିତ ସରକାରଙ୍କ କାର୍ଯ୍ୟରେ ବାରମ୍ବାର ହସ୍ତକ୍ଷେପ କରୁଥିବାରୁ ଆଜି ରାଜ୍ୟପାଳ ଆରଏନ ରବିଙ୍କ ଉପରେ ବର୍ଷିଛନ୍ତି। ରାଜ୍ୟପାଳ ରବି ରାଜ୍ୟ ବିଧାନସଭାରେ ପାରିତ ବିଲ୍ ଉପରେ ମୋହର ମାରିବାରେ ବିଳମ୍ବିତ କରୁଛନ୍ତି।
ଏଥିପାଇଁ ସର୍ବୋଚ୍ଚ ଅଦାଲତ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏଥିସହ ରାଜ୍ୟପାଳ ରବିଙ୍କୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କ ସହ ବୈଠକ କରି ଅଚଳାବସ୍ଥା ଦୂର କରିବାକୁ ପରାମର୍ଶ ଦେଇଛନ୍ତି।
ସୁପ୍ରିମକୋର୍ଟ କହିଛନ୍ତି, “ରାଜ୍ୟପାଳ ଅଚଳାବସ୍ଥା ଦୂର କରନ୍ତୁ ବୋଲି ଆମେ ଚାହୁଁଛୁ। ଆମେ ଭାବୁଛୁ ରାଜ୍ୟପାଳ ତୁରନ୍ତ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରନ୍ତୁ ଓ ତାଙ୍କ ସହ ଏକାଠି ବସି ସମସ୍ୟା ପ୍ରସଙ୍ଗରେ ଆଲୋଚନା କରନ୍ତୁ।”
ତାମିଲନାଡୁ ସରକାରଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ବରିଷ୍ଠ ଆଇନଜୀବୀ ଅଭିଷେକ ମନୁସିଙ୍ଘଭୀ ସୁପ୍ରିମକୋର୍ଟଙ୍କୁ କହିଥିଲେ ଯେ ରାଜ୍ୟ ବିଧାନସଭା ଦ୍ୱାରା ପୁନଃପାରିତ ହୋଇଥିବା ୧୦ଟି ବିଲ୍କୁ ରାଜ୍ୟପାଳ ମୋହର ମାରି ନାହାନ୍ତି। ସେ ଏହି ବିଲଗୁଡ଼ିକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିକଟକୁ ପଠାଇ ଦେଇଛନ୍ତି। ଏହା ଶୁଣିବା ପରେ ସର୍ବୋଚ୍ଚ ଅଦାଲତ ଅସନ୍ତୋଷ ପ୍ରକାଶ କରିବା ସହ ରାଜ୍ୟପାଳଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ କରିବାକୁ ପରାମର୍ଶ ଦେଇଛନ୍ତି। ଏବେ ମାମଲାର ପରବର୍ତ୍ତୀ ଶୁଣାଣି ଡିସେମ୍ବର ୧୧ରେ କରିବାକୁ ସୁପ୍ରିମକୋର୍ଟ ଦିନ ଧାର୍ଯ୍ୟ କରିଛନ୍ତି।
ବିଧାନସଭାରେ ପାରିତ ପ୍ରାୟ ୧୦ଟି ବିଲ୍କୁ ନିଜ ପାଖରେ ପକାଇ ରଖିବା ପରେ ରାଜ୍ୟପାଳ ରବି ସେଗୁଡ଼ିକୁ ଫେରାଇ ଦେଇଥିଲେ। ଏହା ପୁଣି ବିଧାନସଭାରେ ପାରିତ ହୋଇଥିଲା। ପାରିତ ହେବା ପରେ ବିଲ୍ଗୁଡ଼ିକୁ ରାଜ୍ୟପାଳଙ୍କ ଅନୁମୋଦନ ପାଇଁ ପୁଣି ପଠାଯାଇଥିଲା। ତେବେ ରାଜ୍ୟପାଳ ଏହାକୁ ଗ୍ରହଣ ନ କରିବ ରାଷ୍ଟ୍ରପତି ଦ୍ରୌପଦି ମୁର୍ମୁଙ୍କ ପାଖକୁ ପଠାଇ ଦେଇଛନ୍ତି।
ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ଷ୍ଟାଲିନ ରାଜ୍ୟପାଳ ରବିଙ୍କୁ ପରୋକ୍ଷରେ ବିଜେପିର ଏଜେଣ୍ଟ କହି ତୀବ୍ର ସମାଲୋଚନା କରିଛନ୍ତି। କୌଣସି କାରଣ ନ ଦର୍ଶାଇ ବିଲ୍କୁ ଫେରସ୍ତ କରୁଥିବା ସେ ଅଭିଯୋଗ କରିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
