Advertisment

ମୁଖ୍ୟମନ୍ତ୍ରୀ ରେଭନ୍ଥ ରେଡ୍ଡୀଙ୍କ ଉପରେ ଅସନ୍ତୋଷ ଝାଡ଼ିଲେ ସୁପ୍ରିମକୋର୍ଟ

ସୁପ୍ରିମକୋର୍ଟ ବିଆରଏସ୍‌ ନେତ୍ରୀ କେ କବିତାଙ୍କୁ ଦିଲ୍ଲୀ ଅବକାରୀ ନୀତି ମାମଲାରେ ଜାମିନ ଦେଇଥିବାରୁ ଏହାକୁ ରେଭନ୍ଥ ନାପସନ୍ଦ କରିଥିଲେ।

Revanth Reddy

Revanth Reddy

Advertisment

ନ୍ୟାୟପାଳିକା ଉପରେ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେଭନ୍ଥ ରେଡ୍ଡୀ ଦେଇଥିବା ବୟାନକୁ ନେଇ ଆଜି ଅସନ୍ତୋଷ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ। ସୁପ୍ରିମକୋର୍ଟ ବିଆରଏସ୍‌ ନେତ୍ରୀ କେ କବିତାଙ୍କୁ ଦିଲ୍ଲୀ ଅବକାରୀ ନୀତି ମାମଲାରେ ଜାମିନ ଦେଇଥିବାରୁ ଏହାକୁ ରେଭନ୍ଥ ନାପସନ୍ଦ କରିଥିଲେ। ସୁପ୍ରିମକୋର୍ଟ ତରବରିଆ ଭାବେ କବିତାଙ୍କୁ ଜାମିନ ଦେଇଥିବାରୁ ଏହା ଉପରେ ରେଭନ୍ଥ ପ୍ରଶ୍ନ ଉଠାଇଥିଲେ।

Advertisment

ସେ କହିଥିଲେ ଯେ “ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଜାମିନ ପାଇଁ ୧୫ ମାସ ଅପେକ୍ଷା କରିବାକୁ ପଡ଼ିଥିଲା। ଜାମିନ ପାଇଁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଅପେକ୍ଷା କରିଛନ୍ତି। ତଥାପି କବିତା ମାତ୍ର ୫ ମାସ ମଧ୍ୟରେ ଜାମିନ ପାଇଗଲେ। ଏଥିରେ ବିଜେପିର ହାତ ଥିବା ସନ୍ଦେହ କରାଯାଉଛି।”

ତେବେ ଆଜି ଜଷ୍ଟିସ ବିଆର ଗବାଇ, ଜଷ୍ଟିସ କେଭି ବିଶ୍ୱନାଥନ ଓ ଜଷ୍ଟିସ ପ୍ରଶାନ୍ତ କୁମାର ମିଶ୍ରା ମୁଖ୍ୟମନ୍ତ୍ରୀ ରେଭନ୍ଥଙ୍କ ବୟାନ ବିରୋଧରେ କଡ଼ା ମତ ରଖିଛନ୍ତି।

Advertisment

ରେଭନ୍ଥଙ୍କ ପାଇଁ ଉପସ୍ଥିତ ଥିବା ବରିଷ୍ଠ ଓକିଲ ମୁକୁଲ ରୋହତଗୀ ଓ ସିଦ୍ଧାର୍ଥ ଲୁ‌ଥାରଙ୍କୁ ଖଣ୍ଡପୀଠ କହିଛନ୍ତି, “ଆପଣ କେଉଁ ଭଳି ଢଙ୍ଗରେ ବୟାନ ରଖିଛନ୍ତି, ଥରେ ଦେଖନ୍ତୁ। ଆପଣ କ’ଣ କହିଛନ୍ତି, ସେକଥା ଆଜି ସକାଳେ ପଢ଼ିଛନ୍ତି? ଏବେ ଆମେ ପଢ଼ିଛୁ। ଏଭଳି ବୟାନ ଜଣେ ମୁଖ୍ୟମନ୍ତ୍ରୀ ଦେଇଛନ୍ତି?”

ଭୋଟ ପାଇଁ ନୋଟ କାରବାର ମାମଲାରେ ରେଭନ୍ଥ ରେଡ୍ଡୀ ଅଭିଯୁକ୍ତ। ଏହି ମାମଲା ତେଲଙ୍ଗାନାରୁ ଭୋପାଲକୁ ସ୍ଥାନାନ୍ତର କରିବା ପାଇଁ ହୋଇଥିବା ଆବେଦନର ଶୁଣାଣି ବେଳେ ସୁପ୍ରିମକୋର୍ଟ ରେଭନ୍ଥଙ୍କ ଉପରେ ଅସନ୍ତୋଷ ଜାହିର କରିଛନ୍ତି।

ରାଜନୀତିକ ବିଚାର ଆଧାରରେ କୋର୍ଟଙ୍କ ନିର୍ଦ୍ଦେଶ ଜାରି ହେଉଛି କି ବୋଲି ଜଷ୍ଟିସ ଗବାଇ ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି, “ଆମେ କ’ଣ ଗୋଟିଏ ରାଜନୀତିକ ଦଳ ସହ ଆଲୋଚନା କରି ନିର୍ଦ୍ଦେଶ ପାରିତ କରିବୁ? କେହି ଆମକୁ ସମାଲୋଚନା କଲେ, ଆମର କିଛି ଫରକ ପଡ଼ିବ ନାହିଁ। ଆମେ ଆମର କର୍ତ୍ତବ୍ୟ ଅନ୍ତରଆତ୍ମାକୁ ଶୁଣି କରୁଛୁ।”

ରୋହତଗୀ କୋର୍ଟଙ୍କ ପ୍ରତିଶ୍ରୁତି ଦେଇଥିଲେ ଯେ ସେ ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବେ ଓ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବେ। ତେବେ ଖଣ୍ଡପୀଠ କହିଥିଲେ ଯେ ରାୟ ବା ନିର୍ଦ୍ଦେଶକୁ ସମାଲୋଚନା କରିବା ଚିନ୍ତାର ବିଷୟ ନୁହେଁ। ନ୍ୟାୟପାଳିକା ତା’ର କର୍ତ୍ତବ୍ୟ ନିରପେକ୍ଷ ଭାବେ କରିବ। ବାହ୍ୟ ବିଶେଷଜ୍ଞଙ୍କ ବିନା ମତାମତରେ କୋର୍ଟ କାମ କରିବେ।

ଅନ୍ୟପକ୍ଷରେ କ୍ୟାଶ ଫର ଭୋଟ ମାମଲାର ଶୁଣାଣିକୁ କୋର୍ଟ ସେପ୍ଟେମ୍ବର ୨ ଯାଏ ଘୁଞ୍ଚାଇ ଦେଇଛନ୍ତି।

Telengana Telangana Polls Revanth Reddy Telangana CM
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe