Advertisment

ଆଜି ବି ବାବା ରାମଦେବଙ୍କୁ ମିଳିଲାନି କ୍ଷମା

ସପ୍ତାହ ପରେ ଅର୍ଥାତ ଏପ୍ରିଲ ୨୩ ତାରିଖରେ ପୁଣି ଥରେ ହାଜର ହେବାକୁ ରାମଦେବ ଓ ଆଚର୍ଯ୍ୟ ବାଳକୃଷ୍ଣଙ୍କୁ ସୁପ୍ରିକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଅଦ୍ୟତନ ହୋଇଛି
Baba Ramdev

Baba Ramdev

Advertisment

ବିଭ୍ରାନ୍ତିକର ବିଜ୍ଞାପନ ମାମଲାରେ ଆଜି ବି ପତଞ୍ଜଲି ମୁଖ୍ୟ ଯୋଗଗୁରୁ ରାମଦେବ ବାବା ଓ ଆଚାର୍ଯ୍ୟ ବାଳକୃଷ୍ଣଙ୍କୁ ସୁପ୍ରିମକୋର୍ଟରୁ କ୍ଷମା ମିଳିନାହିଁ। ଉଭୟ କୋର୍ଟରେ ବିନା ସର୍ତ୍ତରେ କ୍ଷମା ମାଗିଥିଲେ ମଧ୍ୟ ଅଦାଲତ ଏମାନଙ୍କ କ୍ଷମାକୁ ଗ୍ରହଣ କରିନାହାନ୍ତି। ସପ୍ତାହ ପରେ ଅର୍ଥାତ ଏପ୍ରିଲ ୨୩ ତାରିଖରେ ପୁଣି ଥରେ ହାଜର ହେବାକୁ ରାମଦେବ ଓ ଆଚାର୍ଯ୍ୟ ବାଳକୃଷ୍ଣଙ୍କୁ ସୁପ୍ରିକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

Advertisment

ବିଭ୍ରାନ୍ତିକର ବିଜ୍ଞାପନକୁ ନେଇ ଅଦାଲତ ଅବମାନନା ମାମଲରେ ବାବା ରାମଦେବଙ୍କ କ୍ଷମା ପ୍ରାର୍ଥନା ଉପରେ ଆଜି ପୁଣି ଥରେ ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା। ଏହି ସମୟରେ ବାବା ରାମେଦବ ଓ ଆଚର୍ଯ୍ୟ ବାଳକୃଷ୍ଣ କୋର୍ଟରେ ହାଜର ହୋଇଥିଲେ। ଉଭୟ ବ୍ୟକ୍ତିଗତ ରୂପେ କୋର୍ଟରେ କ୍ଷମା ମାଗିଥିଲେ। କିନ୍ତୁ ଆଜି ବି କୋର୍ଟ ଏହାକୁ ଗ୍ରହଣ କରିନାହାନ୍ତି। ପତଞ୍ଜଳିର କ୍ଷମାକୁ ବର୍ତ୍ତମାନ ସ୍ୱୀକାର କରାଯିବ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି।

ଶୁଣାଣି ବେଳେ ରାମଦେବ ଓ ବାଳକୃଷ୍ଣ କୋର୍ଟଙ୍କୁ ସର୍ବସମ୍ମୁଖରେ କ୍ଷମା ମାଗିବାକୁ ଚାହୁଁଛୁ। ଏଥିପାଇଁ ଖବରକାଗଜରେ ସର୍ବସାଧାରଣରେ କ୍ଷମା ପ୍ରାର୍ଥନା କରିବାକୁ ସେମାନେ କୋର୍ଟକୁ ପ୍ରସ୍ତାବ ଦେଇଥିଲେ। ଏଥିସହ ଆଗକୁ ଏଭଳି ଭୁଲ ଆଉ ହେବ ନାହିଁ। କୋଟି କୋଟି ଲୋକ ମୋ ସହ ଜଡିତ ଅଛନ୍ତି। ଏଥିପ୍ରତି ଆମେ ସଚେତନ ରହିବୁ ବୋଲି କୋର୍ଟଙ୍କୁ ରାମଦେବ କହିଥିଲେ।

Advertisment

କିନ୍ତୁ ସୁପ୍ରିମକୋର୍ଟ ରାମଦେବଙ୍କୁ କଡା ଟିପ୍ପଣୀ କରିଥିଲେ। ଏଥିପାଇଁ ଆମର ପରାମର୍ଶର ଆବଶ୍ୟକତା ନାହିଁ। କୋର୍ଟର ନିର୍ଦ୍ଦେଶ ସତ୍ତ୍ୱେ ବି ଆପଣ ଏସବୁ ଭୁଲ୍‌ କରିଛନ୍ତି। ଆପଣ ନିର୍ଦ୍ଦୋଷ ନୁହନ୍ତି। ଚିକିତ୍ସା ନଥିବା ରୋଗର ବିଜ୍ଞାପନ କରାଯାଇପାରିବ ନାହିଁ ବୋଲି ଆପଣ ଜାଣନ୍ତି। ଆଇନ ସମସ୍ତଙ୍କ ପାଇଁ ସମାନ। ଏହା ଆପଣଙ୍କ ଦାୟିତ୍ୱହୀନ ମନୋଭାବକୁ ଦର୍ଶାଉଛି ବୋଲି କହି ରାମଦେବଙ୍କ ବର୍ଷିଥିଲେ ସୁପ୍ରିମକୋର୍ଟ।

ଶୁଣାଣି ସମୟରେ ଜଷ୍ଟିସ ହିମା କୋହଲି ଏବଂ ଜଷ୍ଟିସ ଅମାନୁଲ୍ଲାଙ୍କ ବେଞ୍ଚ ରାମଦେବଙ୍କୁ କହିଛନ୍ତି ଯେ ଆମେ ଏପର୍ଯ୍ୟନ୍ତ ଆପଣଙ୍କୁ କ୍ଷମା ଦେଇ ନାହୁଁ। ଆମେ ଏହା ବିଷୟରେ ଚିନ୍ତା କରିବୁ। ପୂର୍ବରୁ ମଧ୍ୟ ଆପଣଙ୍କ ଏଭଳି ଇତିହାସ ରହିଛି। ଆମେ ଆପଣଙ୍କୁ କ୍ଷମା କରିବୁ କି ନାହିଁ ତାହା ଏପର୍ଯ୍ୟନ୍ତ ସ୍ଥିର କରିନାହୁଁ। ଆପଣ ଥରେ ନୁହେଁ ବରଂ ତିନିଥର ନିର୍ଦ୍ଦେଶକୁ ଉଲ୍ଲଂଘନ କରିଛନ୍ତି। ତେଣୁ ଆପଣଙ୍କ କ୍ଷମା ଗ୍ରହଣ କରାଯିବ ନାହିଁ।

କହିରଖୁ ଯେ, ଗତ ସପ୍ତାହରେ ମଧ୍ୟ ବାବା ରାମଦେବ ଓ ଆଚାର୍ଯ୍ୟ ବାଳକୃଷ୍ଣ ସୁପ୍ରିମକୋର୍ଟରେ କ୍ଷମା ପ୍ରାର୍ଥନା କରିଥିଲେ। କିନ୍ତୁ କୋର୍ଟ ଏହାକୁ ଖାରଜ କରିବା ସହ କଡା ଭାଷାରେ ଭତ୍ସନା କରିଥିଲେ। 

Baba Ramdev Patanjali Supreme Court Of India Patanjali Advertisements
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe