Advertisment

ମନ୍ତ୍ରୀଙ୍କୁ ଜାମିନ ଦେଲେନି ସୁପ୍ରିମକୋର୍ଟ, ଜଜ୍‌ କହିଲେ- ମୁଁ ଗୁଗଲ କରିଛି, ରୋଗ ଭଲ ହୋଇଯିବ

ଜଷ୍ଟିସ ବେଲା ଏମ ତ୍ରିବେଦୀ ଓ ଜଷ୍ଟିସ ସତୀଶ ଚନ୍ଦ୍ରା ଶର୍ମାଙ୍କୁ ନେଇ ଗଠିତ ଖଣ୍ଡପୀଠ ଜାମିନ ଆବେଦନର ଶୁଣାଣି କରିଥିଲେ। ଖଣ୍ଡପୀଠ କହିଛନ୍ତି, “ଆପଣଙ୍କ ରୋଗ ଆଦୌ ଗୁରୁତର ନୁହେଁ। ଏହା ଜୀବନ ପ୍ରତି ମଧ୍ୟ କୌଣସି ବିପଦ ସୃଷ୍ଟି କରୁନାହିଁ।”

SC

SC

Advertisment

ତାମିଲନାଡୁ ମନ୍ତ୍ରୀ ଭି ସେନ୍ଥିଲ ବାଲାଜୀଙ୍କୁ ଜାମିନ ଦେବାକୁ ଆଜି ମନା କରି ଦେଇଛନ୍ତି ସୁପ୍ରିମକୋର୍ଟ। ମନିଲଣ୍ଡରିଂ ମାମଲାରେ ଇଡି ଦ୍ୱାରା ଗିରଫ ହୋଇଥିବା ମନ୍ତ୍ରୀ ବାଲାଜୀ ମେଡିକାଲ ଗ୍ରାଉଣ୍ଡରେ ଜାମିନ ଆବେଦନ କରିଥିଲେ। କିନ୍ତୁ ସୁପ୍ରିମକୋର୍ଟ ଆବେଦନକୁ ଅଗ୍ରାହ୍ୟ କରି ଦେଇଛନ୍ତି। ମୁଁ ଗୁଗଲ କରିଛି। ଆପଣଙ୍କ ରୋଗ ଭଲ ହୋଇଯିବ ବୋଲି ବିଚାରପତି ଜଷ୍ଟିସ ବେଲା ଏମ ତ୍ରିବେଦୀ କହିବା ସହ ତାଙ୍କୁ ଜାମିନ ଦେଇ ନାହାନ୍ତି।

Advertisment

ଜଷ୍ଟିସ ବେଲା ଏମ ତ୍ରିବେଦୀ ଓ ଜଷ୍ଟିସ ସତୀଶ ଚନ୍ଦ୍ରା ଶର୍ମାଙ୍କୁ ନେଇ ଗଠିତ ଖଣ୍ଡପୀଠ ଜାମିନ ଆବେଦନର ଶୁଣାଣି କରିଥିଲେ। ଖଣ୍ଡପୀଠ କହିଛନ୍ତି, “ଆପଣଙ୍କ ରୋଗ ଆଦୌ ଗୁରୁତର ନୁହେଁ। ଏହା ଜୀବନ ପ୍ରତି ମଧ୍ୟ କୌଣସି ବିପଦ ସୃଷ୍ଟି କରୁନାହିଁ।”

ପୂର୍ବ ଶୁଣାଣି ବେଳେ ସୁପ୍ରିମକୋର୍ଟ ମନ୍ତ୍ରୀ ବାଲାଜୀଙ୍କ ସମସ୍ତ ମେଡିକାଲ ରିପୋର୍ଟ ମାଗିଥିଲେ। ଆଜି ଶୁଣାଣି ବେଳେ ମନ୍ତ୍ରୀଙ୍କ ଓକିଲ ମୁକୁଲ ରୋହତଗୀ ମେଡିକାଲ ରିପୋର୍ଟ ଖଣ୍ଡପୀଠଙ୍କ ଆଗରେ ଦାଖଲ କରିଥିଲେ। ସେ କହିଥିଲେ, “ଏହା ଜାମିନ ପାଇଁ ଯୋଗ୍ୟ ମାମଲା। ଏହି ବ୍ୟକ୍ତିଙ୍କର ବାଇପାସ୍‌ ସର୍ଜରୀ ହୋଇଛି। ଏହା ବ୍ରେନ ଷ୍ଟ୍ରୋକର ରୂପ ନେଇପାରେ।”

Advertisment

ଏହାକୁ ବିରୋଧ କରି ସଲିସିଟର ଜେନେରାଲ ତୁଷାର ମେହେଟା କହିଛନ୍ତି, “ଯଦି ଏହାକୁ ଆମେ ଆଧାର କରିବା। ତା’ହେଲେ ୭୦% ଲୋକ ରୋଗୀ ଭାବେ ବିବେଚିତ ହେବେ।”

ଏହା ଶୁଣି ଜଷ୍ଟିସ ତ୍ରିବେଦୀ କହିଥିଲେ, “ରୋଗ ଆଦୌ ଗୁରୁତର ଭଳି ଲାଗୁ ନାହିଁ। ଏପରି ବାଇପାସ ସର୍ଜରୀ ଆପେଣ୍ଡିସାଇଟ୍ସ ଭଳି। ମୁଁ ଏହାକୁ ଗୁଗଲରେ ଯାଞ୍ଚ କରିଥିଲି। ସେଥିରୁ ଜାଣିବାକୁ ପାଇଛି ଯେ ଏହା ଆରୋଗ୍ୟ ସାଧ୍ୟ।”

ଜାମିନ ଦେବାକୁ ମନା କରି ଖଣ୍ଡପୀଠ କହିଛନ୍ତି, “ଆପଣ ନିୟମିତ ଜାମିନ ପାଇଁ ଆବେଦନ କରିଛନ୍ତି। ଆମେ ମେଡିକାଲ ବେଲ ଦେବା ସପକ୍ଷରେ ନାହୁଁ। ତେଣୁ ଆବେଦନକୁ ଅଗ୍ରାହ୍ୟ କରାଯାଉଛି।”

ଗତ ମାସରେ ମନ୍ତ୍ରୀ ବାଲାଜୀ ମାଡ୍ରାସ ହାଇକୋର୍ଟରେ ମଧ୍ୟ ଜାମିନ ଆବେଦନ କରି ନିରାଶ ହୋଇଥିଲେ। ସୁପ୍ରିମକୋର୍ଟଙ୍କ ଭଳି ହାଇକୋର୍ଟ ମଧ୍ୟ ମନ୍ତ୍ରୀ ବାଲାଜୀଙ୍କ ରୋଗ ଆଦୌ ଗୁରୁତର ନୁହେଁ ବୋଲି କହିଥିଲେ।

Tamilnadu Supreme Court
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe