Advertisment

ସତ୍ୟେନ୍ଦ୍ର ଜୈନ୍‌ଙ୍କୁ ଝଟ୍‌କା: ତୁରନ୍ତ ସରେଣ୍ଡର କର... କହିଲେ ସୁପ୍ରିମକୋର୍ଟ

ଅର୍ଥ ହେରଫେର ମାମଲାରେ ଇଡି ସତ୍ୟେନ୍ଦ୍ର ଜେନାଙ୍କୁ ୨୦୨୨ ମେ' ମାସରେ ଗିରଫ କରିଥିଲା।

Satyinder-jain

Satyinder-jain

Advertisment

ମନି ଲଣ୍ଡରିଂ ମାମଲାରେ ଅଭିଯୁକ୍ତ ଥିବା ଦିଲ୍ଲୀର ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ତଥା ଆମ ଆଦମୀ ପାର୍ଟିର ବରିଷ୍ଠ ନେତା ସତ୍ୟେନ୍ଦ୍ର ଜୈନ୍‌ଙ୍କୁ ସୁପ୍ରିମକୋର୍ଟରୁ ଲାଗିଛି ବଡ ଝଟ୍‌କା। ତାଙ୍କ ଜାମିନ ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ଏଥିସହ ତୁରନ୍ତ ସରେଣ୍ଡର କରିବାକୁ ତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Advertisment

ଏହି ମାମଲାରେ ପୂର୍ବତନ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ସମେତ ଅନ୍ୟ ଅଭିଯୁକ୍ତ ଅଙ୍କୁଶ ଜୈନ ଓ ବୈଭବ ଜୈନଙ୍କ ଜାମିନ ଆବେଦନ ଉପରେ ମଧ୍ୟ ଶୁଣାଣି ହୋଇଛି। ସେମାନଙ୍କୁ ଜାମିନ ଆବେଦନକୁ ମଧ୍ୟ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି।

କହିରଖୁ ଯେ, ଅର୍ଥ ହେରଫେର ମାମଲାରେ ଇଡି ସତ୍ୟେନ୍ଦ୍ର ଜେନାଙ୍କୁ ୨୦୨୨ ମେ' ମାସରେ ଗିରଫ କରିଥିଲା। ସତ୍ୟେନ୍ଦ୍ର ଜୈନ ୧୦ ମାସ ପାଇଁ ମଧ୍ୟବର୍ତ୍ତୀକାଳୀନ ଜାମିନରେ ଥିଲେ। ଚିକିତ୍ସା କାରଣରୁ ସୁପ୍ରିମକୋର୍ଟ ତାଙ୍କୁ ଗତ ବର୍ଷ  ମେ' ମାସରେ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଥିଲେ। ତେବେ ଏହି ସମୟରେ କୋର୍ଟ ତାଙ୍କ ଉପରେ ଅନେକ ପ୍ରତିବନ୍ଧକ ମଧ୍ୟ ଲଗାଇଥିଲେ।

Advertisment

ଦୁର୍ନୀତି ନିବାରଣ ଆଇନ ଅନୁଯାୟୀ ୨୦୧୭ରେ ସିବିଆଇ ଆପ୍‌ ନେତାଙ୍କ ବିରୋଧରେ ଏଫଆଇଆର ରୁଜୁ କରିଥିଲା। ଏହି ଏଫଆଇଆରରେ ସତ୍ୟେନ୍ଦ୍ର ଜୈନ ଟଙ୍କା ହେରଫେର କରିଥିବା ଅଭିଯୋଗ ହୋଇଥିଲା। ଏଫ୍ଆଇଆର୍ ମୁତାବକ ଏହି ବରିଷ୍ଠ ଆପ୍‌ ନେତାଙ୍କ ସହ ସିଧାସଳଖ ସଂଯୁକ୍ତ ଥିବା ଚାରୋଟି କମ୍ପାନୀ ମାଧ୍ୟମରେ ଟଙ୍କା ହେରଫେର କରାଯାଇଥିଲା।

Supreme Court AAP Satyendra Jain Money Laundering Case
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe