Advertisment

୨ରେ ଜେଲ୍‌ ଯିବେ କେଜ୍ରିଓ୍ୱାଲ, ଜାମିନ ଅବଧି ବୃଦ୍ଧି ଆବେଦନ ଖାରଜ

ସୁପ୍ରିମକୋର୍ଟଙ୍କ ଏହି ରାୟ ଆସିବା ପରେ କେଜ୍ରିଓ୍ୱାଲଙ୍କୁ ବଡ଼ ଝଟ୍‌କା ଲାଗିଛି।

SC on Kejriwal

SC on Kejriwal

Advertisment

ହେବନି ଜାମିନ ଅବଧି ବୃଦ୍ଧି। ଜୁନ୍‌ ୨ ତାରିଖରେ ହିଁ ଜେଲ୍‌ ଯିବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ। ୨ ଜୁନରେ କୋର୍ଟରେ ସରେଣ୍ଡର କରିବେ କେଜ୍ରିୱାଲ। ସୁପ୍ରିମକୋର୍ଟଙ୍କ ଏହି ରାୟ ଆସିବା ପରେ କେଜ୍ରିଓ୍ୱାଲଙ୍କୁ ବଡ଼ ଝଟ୍‌କା ଲାଗିଛି।

Advertisment

ପ୍ରକୃତରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ନିଜ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ମଧ୍ୟବର୍ତ୍ତିକାଳୀନ ଜାମିନ ଅବଧିକୁ ଆଉ ୭ ଦିନ ପାଇଁ ବୃଦ୍ଧି କରିବାକୁ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ଏଥିସହ ଏହି ଆବେଦନର ତୁରନ୍ତୁ ଶଣାଣି କରିବାକୁ ସେ କୋର୍ଟକୁ ଗୁହାରି କରିଥିଲେ। ତେବେ ତାଙ୍କର ଏହି ଆବେଦନକୁ ସୁପ୍ରିମକୋର୍ଟ ତତ୍‌ତ୍କାଳ ଶୁଣାଣି କରିବାକୁ ମନା କରିବା ସହ ଖାରଜ କରିଦେଇଛନ୍ତି।

କେବଳ ଏତିକି ନୁହେଁ, ଆବେଦନ ବିଳମ୍ବରେ ଦାଖଲକୁ ନେଇ ପ୍ରଶ୍ନ ଉଠାଇଛନ୍ତି କୋର୍ଟ। ଦିଲ୍ଲୀ ସିଏମ ଅରବିନ୍ଦ କେଜ୍ରିୱାଲଙ୍କ ଆବେଦନକୁ ସୁପ୍ରିମକୋର୍ଟ ରେଜିଷ୍ଟ୍ରି ଗ୍ରହଣ କରିବାକୁ ମନା କରି ଦେଇଛନ୍ତି। ରେଜିଷ୍ଟ୍ରି କହିଛି, 'ସୁପ୍ରିମକୋର୍ଟ ସିଏମଙ୍କୁ ଟ୍ରାଏଲ କୋର୍ଟରେ ଜାମିନ ଆବେଦନ କରିବାକୁ ସ୍ୱାଧୀନତା ଦେଇଛନ୍ତି। ମାମଲାର ଶୁଣାଣି ଅନ୍ୟ ଏକ ବେଞ୍ଚ ନିକଟରେ ସଂରକ୍ଷିତ ରହିଛି। ଏହାଛଡା ଶୁଣାଣି ପାଇଁ ଏହି ଆବେଦନକୁ ସୁପ୍ରିମକୋର୍ଟ୍ ମୁଖ୍ୟ ବିଚାରପତି ଡିୱାଇ ଚନ୍ଦ୍ରଚୁଡଙ୍କ ନିକଟକୁ ପଠାଇ ଦିଆଯାଇଛି।' ସୁପ୍ରିମକୋର୍ଟଙ୍କ ଏଭଳି ନିଷ୍ପତ୍ତି ପରେ କେଜ୍ରିୱାଲ ଆସନ୍ତା ଜୁନ୍ ୨ରେ ସରେଣ୍ଡର କରିବା ସ୍ପଷ୍ଟ ହୋଇଛି।

Advertisment

ଆମ୍‌ ଆଦମୀ ସୁପ୍ରିମୋ ଅରବିନ୍ଦ କେଜ୍ରିଓ୍ୱାଲଙ୍କୁ ମେ' ୧୦ରେ ଜଷ୍ଟିସ ସଞ୍ଜୀବ ଖାନ୍ନା ଏବଂ ଜଷ୍ଟିସ ଦୀପଙ୍କର୍‌ ଦତ୍ତାଙ୍କ ବେଞ୍ଚ ମଧ୍ୟବର୍ତ୍ତିକାଳୀନ ଜାମିନ ପ୍ରଦାନ କରିଥିଲେ। ଜୁନ ୨ରେ ତିହାର ଜେଲରେ ଆତ୍ମସମର୍ପଣ କରିବାକୁ କୁହାଯାଇଥିଲା। ମେ ୧୭ରେ, PMLA ମାମଲାରେ ଇଡି ଦ୍ୱାରା ଦାଖଲ ହୋଇଥିବା ଗିରଫଦାରୀକୁ ଚ୍ୟାଲେଞ୍ଜ କରି ବେଞ୍ଚ ତାଙ୍କ ରାୟ ସଂରକ୍ଷଣ କରିଥିଲେ। 

Arvind Kejriwal Supreme Court
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe