Advertisment

NEET-PG ପରୀକ୍ଷାକୁ ସ୍ଥଗିତ ରଖିବାକୁ ମନା କଲେ ସୁପ୍ରିମକୋର୍ଟ

୫ ଜଣ ଆବେଦନକାରୀଙ୍କ ପାଇଁ ଆମେ ୨ ଲକ୍ଷ ଶିକ୍ଷାର୍ଥୀଙ୍କ କ୍ୟାରିୟରକୁ ବିପଦ ମୁହଁକୁ ଠେଲି ଦେବା ଉଚିତ୍ ହେବ କି?

ଅଦ୍ୟତନ ହୋଇଛି
Supreme Court

Supreme Court

Advertisment

ରବିବାର (ଅଗଷ୍ଟ ୧୧) ହେବାକୁ ଥିବା NEET-PG ପରୀକ୍ଷାକୁ ସ୍ଥଗିତ ରଖିବାକୁ ଆଜି ମନା କରି ଦେଇଛନ୍ତି ସୁପ୍ରିମକୋର୍ଟ। ଏ ନେଇ ହୋଇଥିବା ଆବେଦନକୁ ଖାରଜ କରି ସୁପ୍ରିମକୋର୍ଟ ଏହି ପରୀକ୍ଷାକୁ ଘୁଞ୍ଚାଇବାକୁ ନିର୍ଦ୍ଦେଶ ଦେବାକୁ ମନା କରି ଦେଇଛନ୍ତି।  

Advertisment

NEET-PG ପରୀକ୍ଷା ଜୁନ୍ ୨୩ ତାରିଖରେ ହେବାର ଥିଲା। ତେବେ NEET-UG ପରୀକ୍ଷା ବିବାଦକୁ ନେଇ ଏହାକୁ ସ୍ଥଗିତ ରଖାଯାଇଥିଲା। ଏହାକୁ ପୁଣି ଥରେ ସ୍ଥଗିତ ରଖିବାକୁ ଆବେଦନ କରିଥିବା କିଛି ଶିକ୍ଷାର୍ଥୀ ଯେଉଁ ଯୁକ୍ତି ଦର୍ଶାଇଥିଲେ, ସେଥିରୁ ଗୋଟିଏ ହେଉଛି ପରୀକ୍ଷା ହେବାକୁ ଥିବା ସହର ଓ କେନ୍ଦ୍ର ସଂପର୍କରେ ଅଧିକ ଦିନ ପୂର୍ବରୁ ସୂଚନା ଦେବାର ଆବଶ୍ୟକତା ଥିଲା। 

ସେମାନେ କହିଥିଲେ ଯେ ଏହି ପରୀକ୍ଷା ଦେବା ପାଇଁ ପ୍ରସ୍ତୁତି ଚଲାଇଥିବା ଆଶାୟୀଙ୍କ ମଧ୍ୟରୁ ଅନେକଙ୍କର ପରୀକ୍ଷା କେନ୍ଦ୍ର ଯେଉଁ ସହରଗୁଡ଼ିକରେ ପଡ଼ିଛି, ସେଠାରେ ପହଞ୍ଚିବାକୁ ସେମାନଙ୍କୁ କଷ୍ଟ ହେବ। କାହାର ପରୀକ୍ଷା କେନ୍ଦ୍ର କେଉଁଠାରେ ହେବ, ସେ ନେଇ ଜୁଲାଇ ୩୧ରେ ସୂଚନା ଦେଇଥିଲା ଏହି ପରୀକ୍ଷା ପରିଚାଳନା କରୁଥିବା ଏନ୍‌ବିଇଏମ୍‌ଏସ୍‌। ସେହିପରି ରବିବାର ପରୀକ୍ଷା ହେବାକୁ ଥିବା ବେଳେ ତା’ର ମାତ୍ର ଦୁଇ ଦିନ ପୂର୍ବରୁ ଅର୍ଥାତ୍ ଗୁରୁବାର ପରୀକ୍ଷାର୍ଥୀମାନଙ୍କୁ ସେମାନଙ୍କ ପରୀକ୍ଷାକେନ୍ଦ୍ର ସଂପର୍କରେ ସୂଚନା ଦିଆଯାଇଥିଲା। ଏତେ କମ୍‌ ସମୟ ମଧ୍ୟରେ ପରୀକ୍ଷାର୍ଥୀମାନଙ୍କୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାରେ ଅସୁବିଧା ହେବାକୁ ଥିବାରୁ ପରୀକ୍ଷାକୁ ଘୁଞ୍ଚାଇ ଦେବାକୁ ସେମାନେ ଦାବି କରିଥିଲେ।  

Advertisment

ସେମାନେ ଆହୁରି ଯୁକ୍ତି କରିଥିଲେ ଯେ ଏହି ପରୀକ୍ଷା ଦୁଇଟି ସେସନରେ ହେବ। ତେବେ ମାର୍କର ସାମାନ୍ୟକରଣ ବା ନରମାଲାଇଜେସନ କେମିତି କରାଯିବ, ସେ ନେଇ ଏଯାବତ କୌଣସି ସୂତ୍ର କୁହାଯାଇ ନାହିଁ। 

ଅନ୍ୟପକ୍ଷରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ତିନି ଜଣିଆ ବେଞ୍ଚ ଏହାର ଶୁଣାଣି କରି କହିଥିଲେ ଯେ ଆଉ ଦୁଇ ଦିନ ପରେ NEET-PG ପରୀକ୍ଷା ହେବାକୁ ଥିବା ବେଳେ ଏହାକୁ ଘୁଞ୍ଚାଇବାକୁ ନିର୍ଦ୍ଦେଶ ଦିଆଯାଇପାରିବ ନାହିଁ।    

ସୁପ୍ରିମକୋର୍ଟ କହିଥିଲେ ଯେ ଆମେ କିଭଳି ଏମିତି ଏକ ପରୀକ୍ଷାକୁ ସ୍ଥଗିତ ରଖିଦେବା। ଯଦି ଆବେଦନକୁ ଗ୍ରହଣ କରି ନିଆଯିବ, ତା’ହେଲେ ୨ ଲକ୍ଷ ଛାତ୍ରଛାତ୍ରୀ ଓ ୪ ଲକ୍ଷ ଅଭିଭାବକ ହନ୍ତସନ୍ତ ହେବେ। ୫ ଜଣ ଆବେଦନକାରୀଙ୍କ ପାଇଁ ଆମେ ୨ ଲକ୍ଷ ଶିକ୍ଷାର୍ଥୀଙ୍କ କ୍ୟାରିୟରକୁ ବିପଦ ମୁହଁକୁ ଠେଲି ଦେବା ଉଚିତ୍ ହେବ କି?  

NEEt PG Exam
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe