Advertisment

ସମଲିଙ୍ଗୀ ବିବାହ: ବଡ଼ ନିଷ୍ପତ୍ତି ନେଲେ ସୁପ୍ରିମକୋର୍ଟ

ପୁନଃ ସମୀକ୍ଷା କରିବାକୁ ହୋଇଥିବା ଏକାଧିକ ଆବେଦନକୁ ମଧ୍ୟ ଆଜି ସର୍ବୋଚ୍ଚ ଅଦାଲତ ଅଗ୍ରାହ୍ୟ କରିଦେଇଛନ୍ତି। ସମଲିଙ୍ଗୀ ବିବାହକୁ ଆଇନଗତ ମାନ୍ୟତା ଦେବାକୁ ୨୦୨୩ରେ ସର୍ବୋଚ୍ଚ ନ୍ୟାୟଳୟ ସଫା ସଫା ମନା କରିଦେଇଥିଲେ।

SC

SC

Advertisment

ଭାରତରେ ସମଲିଙ୍ଗୀ ବିବାହକୁ ଆଇନ ମାନ୍ୟତା ଦେବା ପାଇଁ ହୋଇଥିବା ଆବେଦନ ଉପରେ ବଡ଼ ନିଷ୍ପତ୍ତି ନେଇଛନ୍ତି ସୁପ୍ରିମକୋର୍ଟ। ପୂର୍ବରୁ ସମଲିଙ୍ଗୀ ବିବାହକୁ ଆଇନଗତ ମାନ୍ୟତା ଦେବାକୁ ମନା କରି ଦେଇଥିଲେ। ଏହାକୁ ପୁନଃ ସମୀକ୍ଷା କରିବାକୁ ହୋଇଥିବା ଏକାଧିକ ଆବେଦନକୁ ମଧ୍ୟ ଆଜି ସର୍ବୋଚ୍ଚ ଅଦାଲତ ଅଗ୍ରାହ୍ୟ କରିଦେଇଛନ୍ତି। ସମଲିଙ୍ଗୀ ବିବାହକୁ ଆଇନଗତ ମାନ୍ୟତା ଦେବାକୁ ୨୦୨୩ରେ ସର୍ବୋଚ୍ଚ ନ୍ୟାୟଳୟ ସଫା ସଫା ମନା କରିଦେଇଥିଲେ।

Advertisment

ସେହି ସମୟରେ ସୁପ୍ରିମକୋର୍ଟ ଐତିହାସିକ ରାୟରେ କହିଥିଲେ ଯେ ସମଲିଙ୍ଗୀ ବିବାହକୁ ଆଇନଗତ ମାନ୍ୟତା ଦେବାକୁ ସମ୍ବିଧାନରେ କୌଣସି ବ୍ୟବସ୍ଥା ନାହିଁ। ଆଜି ସର୍ବୋଚ୍ଚ ଅଦାଲତ ପୁରୁଣା କଥାକୁ ଦୋହରାଇବା ସହ ପୂର୍ବ ରାୟରେ କୌଣସି ତ୍ରୁଟି ନଥିବା କହିଛନ୍ତି।

ପୂର୍ବ ରାୟରେ ଦିଆଯାଇଥିବା ମତ ଆଇନ ଆଧାରରେ କରାଯାଇଥିଲା। ତେଣୁ ଆଉ ସେଥିରେ ହସ୍ତକ୍ଷେପ କରିବାର କୌଣସି କାରଣ ନାହିଁ। ଏହାର ଅର୍ଥ ରାୟକୁ ସୀମକ୍ଷା କରିବା ପାଇଁ ହୋଇଥିବା ସମସ୍ତ ରିଭ୍ୟୁ ପିଟିସନକୁ ଖାରଜ କରାଯାଉଛି।

Advertisment

ଆଜି ଜଷ୍ଟିସ ବିଆର ଗବାଇ, ଜଷ୍ଟିସ ସୂର୍ଯ୍ୟକାନ୍ତ, ଜଷ୍ଟିସ ବିଭି ନାଗରତ୍ନା, ଜଷ୍ଟିସ ପିଏସ୍‌ ନରସୀମା ଓ ଜଷ୍ଟିସ ଦୀପଙ୍କର ଦତ୍ତାଙ୍କ ଖଣ୍ଡପୀଠ ଚ୍ୟାମ୍ବର ମଧ୍ୟରେ ରିଭ୍ୟୁ ପିଟିସନ ଗୁଡ଼ିକୁ ଯାଞ୍ଚ କରିଥିଲେ। ଏହାର ଓପନ କୋର୍ଟ ଶୁଣାଣିରେ ଆବଶ୍ୟକ ନାହିଁ ବୋଲି ଖଣ୍ଡପୀଠ ରଖିଛନ୍ତି।

ଗତବର୍ଷ ଜୁଲାଇ ମାସରେ ଆବେଦନକାରୀ ରିଭ୍ୟୁ ପିଟିସନର ଶୁଣାଣି ଓପନ କୋର୍ଟ ରୁମରେ କରିବାକୁ ନିବେଦନ କରିଥିଲେ। ଜଷ୍ଟିସ ଏସକେ କୌଲ, ଜଷ୍ଟିସ ଏସ୍‌ ରବୀନ୍ଦ୍ର ଭଟ୍ଟ, ପ୍ରଧାନ ବିଚାରପତି ଜଷ୍ଟିସ ଚନ୍ଦ୍ରଚୂଡ଼ ଓ ଜଷ୍ଟିସ ହେମା କୋହଲି ଅବସର ନେବାକୁ ନୂଆ ଖଣ୍ଡପୀଠ ଗଠନ ହୋଇଥିଲା।

Same Sex Marriages Supreme Court
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe