Advertisment

ମୋଦିଙ୍କୁ ୬ ବର୍ଷ ବ୍ୟାନ କରିବାକୁ ହୋଇଥିବା ଆବେଦନ ଖାରଜ

୨୦୨୪ ନିର୍ବାଚନ ପାଇଁ ଚାଲିଥିବା ପ୍ରଚାର ବେଳେ ଘୃଣା ସୃଷ୍ଟିକାରୀ ବୟାନ ଦେଇଛନ୍ତି ଓ ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ କରିଥିବା ଅଭିଯୋଗ କରି ଏପରି ଆବେଦନ ସୁପ୍ରିମକୋର୍ଟରେ ଦାଖଲ କରାଯାଇଥିଲା।

PM Modi

PM Modi

Advertisment

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିର୍ବାଚନ ଲଢ଼ିବା ଓ ନିର୍ବାଚନ ପ୍ରକ୍ରିୟାରୁ ୬ ବର୍ଷ ପାଇଁ ବ୍ୟାନ କରିବା ପାଇଁ ହୋଇଥିବା ଆବେଦନକୁ ଆଜି ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି।

Advertisment

ସେ ୨୦୨୪ ନିର୍ବାଚନ ପାଇଁ ଚାଲିଥିବା ପ୍ରଚାର ବେଳେ ଘୃଣା ସୃଷ୍ଟିକାରୀ ବୟାନ ଦେଇଛନ୍ତି ଓ ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ କରିଥିବା ଅଭିଯୋଗ କରି ଏପରି ଆବେଦନ ସୁପ୍ରିମକୋର୍ଟରେ ଦାଖଲ କରାଯାଇଥିଲା। ହେଲେ ସୁପ୍ରିମକୋର୍ଟ ଏହାର ଶୁଣାଣି କରି ନାହାନ୍ତି।

ଜଷ୍ଟିସ ବିକ୍ରମ ନାଥ ଓ ଜଷ୍ଟିସ ଏସ୍‌ସି ଶର୍ମାଙ୍କ ଖଣ୍ଡପୀଠ ଆବେଦନକାରୀଙ୍କୁ ଉପଯୁକ୍ତ ଅଧିକାରୀଙ୍କ ପାଖରେ ନିଜର ଅଭିଯୋଗ ଉପସ୍ଥାପନ କରିବାକୁ କହିଛନ୍ତି। ଖଣ୍ଡପୀଠ କହିଛନ୍ତି, “ଆପଣ ଉପଯୁକ୍ତ ଅଧିକାରୀଙ୍କ ପାଖରେ ଏହାକୁ ଉପସ୍ଥାପନ କରିଛନ୍ତି କି? ଏଠାକୁ ଆସିବା ପୂର୍ବରୁ ଆପଣଙ୍କୁ ପ୍ରଥମେ ଉପଯୁକ୍ତ ଅଧିକାରୀଙ୍କ ପାଖରେ ନିଜର ଅଭିଯୋଗ ଦାଖଲ କରିବାକୁ ପଡ଼ିବ। ଆମେ ଏହାର ଶୁଣାଣି କରିପାରିବୁ ନାହିଁ।”

Advertisment

ଆବେଦନକାରୀ ଏହା ଶୁଣିବା ପରେ ଆବେଦନକୁ ପ୍ରତ୍ୟାହାର କରି ନେଇଥିଲେ। ଏହାପରେ କୋର୍ଟ ଆବେଦନକୁ ଖାରଜ କରିଥିଲେ। ଜନ ପ୍ରତିନିଧି ଆଇନ ବଳରେ ମୋଦିଙ୍କୁ ୬ ବର୍ଷ ପାଇଁ ବ୍ୟାନ କରିବାକୁ ସୁପ୍ରିମକୋର୍ଟ ନିର୍ବାଚନ କମିଶନଙ୍କୁ ନିର୍ଦ୍ଦେଶ ଦିଅନ୍ତୁ ବୋଲି ଆବେଦନକାରୀ ନିବେଦନ କରିଥିଲେ।

PM Modi Supreme Court ECI On Hate Speech Eci
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe