Advertisment

ଯେବେ ହାରୁଛ ସେବେ EVM ଟାମ୍ପର ହେଉଛି?

ନିର୍ବାଚନରେ ବାଲାଟ ପେପର ବ୍ୟବହାର ଆବେଦନ ସୁପ୍ରିମକୋର୍ଟରେ ଖାରଜ।

Supreme Court

Supreme Court

Advertisment

ନିର୍ବାଚନରେ ବାଲାଟ ପେପର ବ୍ୟବହାର ଆବେଦନ ଖାରଜ। ଆଜି ସୁପ୍ରିମକୋର୍ଟ ଏ ଉପରେ ଏକ ଶୁଣାଣି କରି ଆବେଦନକୁ ଖାରଜ କରି ଦେଇଛନ୍ତି। ନିର୍ବାଚନରେ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ (EVMs) ପରିବର୍ତ୍ତେ ବାଲାଟ ପେପର୍ ବ୍ୟବହାର କରିବାକୁ ଜଣେ ଆବେଦନକାରୀ କେଏ ପାଲ୍ ଆବେଦନ କରିଥିଲେ।

Advertisment

ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ବିକ୍ରମ ନାଥ ଏବଂ ପିବି ବାରଲେଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ଉପରେ ଶୁଣାଣି କରି ଆବେଦନକୁ ଖାରଜ କରି କହିଛନ୍ତି, "ଯେତେବେଳେ ନିର୍ବାଚରେ ବିଜୟ ହୁଅ, ସେତେବେଳେ କ'ଣ ହୁଏ, ସେତେବେଳେ ଟାମ୍ପର ହୁଏନି। ଯେତେବେଳେ ହାରିଯାଉଛ, ସେବେ ଟାମ୍ପର ହୋଇଯାଉଛି।"  

ସେହିପରି ଆବେଦନକାରୀ ପାଲ୍ ମଧ୍ୟ ନିର୍ବାଚନରେ କ୍ୟାଶ୍-ଫର୍-ଭୋଟ୍ ଉପରେ ରୋକ୍ ଲଗାଇବାକୁ ଆବେଦନ କରିଛନ୍ତି। ଯେଉଁମାନେ ନିର୍ବାଚନ ସମୟରେ ଭୋଟରଙ୍କୁ ଟଙ୍କା, ମଦ କିମ୍ବା ସାମଗ୍ରୀ ଦେଇ ପ୍ରଭାବିତ କରିବାକୁ ଚେଷ୍ଟା କରୁଛନ୍ତି, ସେପରି ପ୍ରାର୍ଥୀଙ୍କୁ ଅତି କମରେ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଅଯୋଗ୍ୟ ଘୋଷିତ କରିବାକୁ ଆବେଦନ କରିଥିଲେ ପାଲ୍।

Advertisment

ଏ ଉପରେ ସୁପ୍ରିମକୋର୍ଟ ଆବେଦନକାରୀଙ୍କୁ ପଚାରିଥିଲେ, "ଆପଣଙ୍କ ପାଖରେ ଆକର୍ଷଣୀୟ PIL(ଜନସ୍ୱାର୍ଥ ମକଦ୍ଦମା) ସବୁ ରହିଛି। ଏପରି ଉଚ୍ଚକୋଟୀର ଚିନ୍ତାଧାର ପାଇଲେ କିପରି?"

ଆବେଦନକାରୀ ପାଲ୍ କହିଥିଲେ ଯେ ସେ ଏକ ସଂଗଠନର ସଭାପତି ଅଛନ୍ତି। ଏହି ସଂଗଠନ ଅସହାୟ ପିଲା ଓ ମହିଳାମାନଙ୍କୁ ସାହାଯ୍ୟ କରିଥାଏ। ଏହା ଶୁଣି ସୁପ୍ରିମକୋର୍ଟ କହିଛନ୍ତି, "ତେବେ ଆପଣ କାହିଁକି ଏପରି ରାଜନୈତିକ ଲଢେଇ ଭିତରେ ପଶୁଛନ୍ତି? ଆପଣଙ୍କ କାର୍ଯ୍ୟ କ୍ଷେତ୍ର ତ ଭିନ୍ନ।"

Supreme Court EVM Ballot Paper
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe