Advertisment

EVM ଭୋଟକୁ ସୁପ୍ରିମକୋର୍ଟଙ୍କ ମୋହର, ଫେରିବନି ବାଲାଟ ବ୍ୟବସ୍ଥା

VVPAT ସ୍ଲିପ୍ ସହିତ EVM ବ୍ୟବହାର କରି ଦିଆଯାଇଥିବା ଭୋଟର ସମ୍ପୂର୍ଣ୍ଣ ଯାଞ୍ଚକୁ ବି ମନା କରିଦେଇଛନ୍ତି ସୁପ୍ରିମକୋର୍ଟ...

ଅଦ୍ୟତନ ହୋଇଛି
Representative Image

Representative Image

Advertisment

ନିର୍ବାଚନରେ ବାଲାଟ ପେପର ବ୍ୟବସ୍ଥା ଫେରାଇ ଆଣିବାକୁ ହୋଇଥିବା ଆବେଦନ ଖାରଜ। ଆଜି ସର୍ବୋଚ୍ଚ ଅଦାଲତ ଏ ଉପରେ ଶୁଣାଣି କରି ଆବେଦନକୁ ଖାରଜ କରିବା ସହ EVM ଜରିଆରେ ହିଁ ଭୋଟିଂ ହେବ ବୋଲି କହିଛନ୍ତି। 

Advertisment

ଭୋଟର ଭେରିଫାଏବଲ୍ ପେପର ଅଡିଟ୍ ଟ୍ରାଏଲ୍ (VVPAT) ସ୍ଲିପ୍ ସହିତ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ (EVM) ବ୍ୟବହାର କରି ଦିଆଯାଇଥିବା ଭୋଟର ସମ୍ପୂର୍ଣ୍ଣ ଯାଞ୍ଚ ପାଇଁ ସୁପ୍ରିମକୋର୍ଟରେ ଏକାଧିକ ଆବେଦନ ହୋଇଥିଲା, ଯାହାକୁ ଆଜି ଖାରଜ କରି ଦେଇଛନ୍ତି ସୁପ୍ରିମକୋର୍ଟ।

ଆସୋସିଏସନ ଫର ଡେମୋକ୍ରାଟିକ୍ ରିଫର୍ମସ୍ (ADR), ଅକ୍ଷୟ ଭକଚାନ୍ଦ ଛାଜେଡ ଏବଂ ଅରୁଣ କୁମାର ଅଗ୍ରୱାଲଙ୍କ ଦ୍ୱାରା ଏହି ରିଟ୍ ପିଟିସନ ଦାଖଲ କରାଯାଇଥିଲା।

Advertisment

ସର୍ବୋଚ୍ଚ ଅଦାଲତର ବିଚାରପତି ଜଷ୍ଟିସ ସଞ୍ଜୀବ ଖାନ୍ନା ଏବଂ ଦୀପଙ୍କର ଦତ୍ତଙ୍କୁ ନେଇ ଗଠିତ ଦୁଇ ଜଣିଆ ଖଣ୍ଡପୀଠ ଏହି ମାମଲା ଉପରେ ଶୁଣାଣି କରି ଆବେଦନକୁ ଖାରଜ କରି କହିଛନ୍ତି, ଇଭିଏମରେ ଦିଆଯାଉଥିବା ଭୋଟର ଶତ ପ୍ରତିଶତ ଯାଞ୍ଚ କରାଯାଇ ପାରିବ ନାହିଁ, ନିର୍ବାଚନରେ ବି ବାଲାଟ ପେପର ବ୍ୟବସ୍ଥାକୁ ପୁନଃ କାର୍ଯ୍ୟକାରୀ ହୋଇପାରିବ ନାହିଁ। 

କିନ୍ତୁ ଖଣ୍ଡପୀଠ ନିର୍ବାଚନ ଆୟୋଗଙ୍କୁ ଦୁଇଟି ନିର୍ଦ୍ଦେଶ ଦେଇଛନ୍ତି। ଖଣ୍ଡପୀଠଙ୍କ ନିର୍ଦ୍ଦେଶ ଅନୁସାରେ, ଇଭିଏମରେ ଚିହ୍ନ ଲୋଡିଂ ପ୍ରକ୍ରିୟା ସମାପ୍ତ ହେବା ପରେ ସିମ୍ବଲ ଲୋଡିଂ ୟୁନିଟ୍ (SLU)କୁ ସିଲ୍ କରାଯିବା ଉଚିତ୍ ଏବଂ ଏହାକୁ ଅତି କମରେ ୪୫ ଦିନ ପର୍ଯ୍ୟନ୍ତ ଷ୍ଟୋର୍ କରି ରଖାଯିବା ଆବଶ୍ୟକ। 

ଫଳାଫଳ ପ୍ରକାଶ ପାଇବା ପରେ ପ୍ରାର୍ଥୀଙ୍କ ଅନୁରୋଧ କ୍ରମେ ମାଇକ୍ରୋକଣ୍ଟ୍ରୋଲର ଇଭିଏମରେ ପୋଡିଯାଇଥିବା ବା ନଷ୍ଟ ହୋଇଯାଇଥିବା ମେମୋରିକୁ ଏକ ଇଞ୍ଜିନିୟର୍ ଟିମ୍ ଦ୍ୱାରା ଯାଞ୍ଚ କରାଯିବା ଉଚିତ୍। ଏଥିପାଇଁ ପ୍ରାର୍ଥୀଙ୍କୁ ଫଳାଫଳ ପ୍ରକାଶର ସାତ ଦିନ ମଧ୍ୟରେ ଆବେଦନ କରିବାକୁ ପଡିବ ବୋଲି ଖଣ୍ଡପୀଠ କହିଛନ୍ତି।

ଖଣ୍ଡପୀଠ ଆହୁରି କହିଛନ୍ତି, ଇଭିଏମ ଯାଞ୍ଚ ପାଇଁ ଆବେଦନ କରିଥିବା ପ୍ରାର୍ଥୀମାନେ ସମସ୍ତ ଖର୍ଚ୍ଚ ବହନ କରିବେ, ଯଦି ଇଭିଏମ୍ ଟାମ୍ପରିଂ ହୋଇଥାଏ ତେବେ ଖର୍ଚ୍ଚ ଫେରସ୍ତ ପାଇବେ।

ଖଣ୍ଡପୀଠ ନିର୍ବାଚନ ଆୟୋଗଙ୍କୁ, କାଗଜ ସ୍ଲିପ୍ ଗଣନା ପାଇଁ ଏକ ଇଲେକ୍ଟ୍ରୋନିକ୍ ମେସିନ୍ ପାଇଁ ପରାମର୍ଶ ଯାଞ୍ଚ କରିବାକୁ କହିଛନ୍ତି। ଏଥିସହ ପ୍ରତ୍ୟେକ ଦଳ ପାଇଁ ବାର୍ କୋଡ୍ ରହିପାରିବ କି ବୋଲି ପଚାରିଛନ୍ତି।

ଶୁଣାଣି ସମୟରେ ଜଷ୍ଟିସ୍ ଦତ୍ତ କହିଛନ୍ତି, ଏକ ସିଷ୍ଟମ ଉପରେ ସମ୍ପୂର୍ଣ୍ଣ ରୂପେ ଅବିଶ୍ୱାସ କରିବା ଦ୍ୱାରା ଅଯଥା ସନ୍ଦେହ ସୃଷ୍ଟି ହୋଇପାରେ। ସମସ୍ତ ସ୍ତମ୍ଭ ମଧ୍ୟରେ ସମନ୍ୱୟ ଏବଂ ବିଶ୍ୱାସ ବଜାୟ ରଖିବା ଉପରେ ଗଣତନ୍ତ୍ର ନିର୍ଭର କରେ। ବିଶ୍ୱାସ ଏବଂ ସହଯୋଗ ମାଧ୍ୟମରେ ଆମେ ଆମର ଗଣତନ୍ତ୍ରର ସ୍ୱରକୁ ମଜବୁତ କରିପାରିବା ବୋଲ୍ ଜଷ୍ଟିସ୍ ଦତ୍ତ କହିଛନ୍ତି।

EVM Ballot Paper Election Supreme Court VVPAT
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe