Advertisment

ଏହି ଠକାମୀ ବନ୍ଦ ହେବା ଦରକାର: NRI କୋଟାକୁ ନେଇ କାହିଁକି ଏମିତି କହିଲେ ସୁପ୍ରିମକୋର୍ଟ?

ଆଜି ସୁପ୍ରିମକୋର୍ଟ ମଧ୍ୟ ପଞ୍ଜାବ ସରକାରଙ୍କ ଉପରେ ସର୍ବୋଚ୍ଚ ଅଦାଲତ ଅସନ୍ତୋଷ ଝାଡ଼ିଛନ୍ତି। ଏହା କେବଳ ଟଙ୍କା କମାଇବା ପାଇଁ ସରକାରଙ୍କ ଗୋଟିଏ ଉଦ୍ୟମ ବୋଲି କୋର୍ଟ କହିଛନ୍ତି।

SC

SC

Advertisment

କଲେଜ ନାମ ଲେଖାଇବା ପାଇଁ ଥିବା ଏନଆରଆଇ କୋଟା ବ୍ୟବସ୍ଥା ଠକାମୀ ଛଡ଼ା ଆଉ କିଛି ନୁହେଁ ବୋଲି ଆଜି ସୁପ୍ରିମକୋର୍ଟ କହିଛନ୍ତି। ମେଡିକାଲ କଲେଜରେ ଏନଆରଆଇ କୋଟା ବ୍ୟବସ୍ଥାକୁ ନେଇ ପଞ୍ଜାବ ସରକାର କରିଥିବା ସଂଶୋଧନକୁ କୋର୍ଟ ଅଗ୍ରାହ୍ୟ କରି ଦେଇଛନ୍ତି।

Advertisment

ପ୍ରଥମେ ପଞ୍ଜାବର କ୍ଷମତାସୀନ ଆପ୍‌ ସରକାରକୁ ହାଇକୋର୍ଟ ଝଟକା ଦେଇଥିଲେ। ଏହା ବିରୋଧରେ ସରକାର ସୁପ୍ରିମକୋର୍ଟ ଯାଇଥିବା ବେଳେ ସେଠାରେ ମଧ୍ୟ ସରକାରଙ୍କୁ ସମାଲୋଚିତ ହେବାକୁ ପଡ଼ିଛି।

ଅଗଷ୍ଟ ୨୦ରେ ପଞ୍ଜାବ ସରକାର ଗୋଟିଏ ବିଜ୍ଞପ୍ତି ଜାରି କରିଥିଲେ। ଏଥିରେ ଏନଆରଆଇ ପ୍ରାର୍ଥୀ କାହାକୁ କୁହାଯିବ, ତା’ର ସଂଜ୍ଞା ବିସ୍ତୃତ କରିଥିଲେ। ଏନଆରଆଇଙ୍କ ସମ୍ପର୍କୀୟମାନେ ମଧ୍ୟ ସଂରକ୍ଷଣ ବ୍ୟବସ୍ଥା ଅନୁସାରେ ଏମବିବିଏସ୍‌ କୋର୍ସରେ ନାଁ ଲେଖାଇ ପାରିବେ ବୋଲି ସରକାର କହିଥିଲେ। ମାମୁ, ମାଇଁ, ଦାଦା, ଖୁଢ଼ୀ, ଜେଜେବାପା, ଜେଜେ ମା’ କିମ୍ବା ସମ୍ପର୍କୀୟମାନେ ଯଦି ବି ଏନଆରଆଇ, ତା’ହେଲେ ଜଣେ ଆଶାୟୀ ରାଜ୍ୟରେ ପ୍ରଚଳିତ ୧୫% ଏନଆରଆଇ କୋଟା ଅଧୀନରେ ନାଁ ଲେଖାଇ ପାରିବେ ବୋଲି ସରକାର ବିଜ୍ଞପ୍ତିରେ ଉଲ୍ଲେଖ କରିଥିଲେ। ତେବେ ପଞ୍ଜାବ ଓ ହରିୟାଣା ହାଇକୋର୍ଟ ଏହାକୁ ଖାରଜ କରି ଦେଇଥିଲେ। ଅପବ୍ୟବହାର ପାଇଁ ରାସ୍ତା ଖୋଲିବ ବୋଲି ହାଇକୋର୍ଟ କହିଥିଲେ।

Advertisment

ଆଜି ସୁପ୍ରିମକୋର୍ଟ ମଧ୍ୟ ପଞ୍ଜାବ ସରକାରଙ୍କ ଉପରେ ସର୍ବୋଚ୍ଚ ଅଦାଲତ ଅସନ୍ତୋଷ ଝାଡ଼ିଛନ୍ତି। ଏହା କେବଳ ଟଙ୍କା କମାଇବା ପାଇଁ ସରକାରଙ୍କ ଗୋଟିଏ ଉଦ୍ୟମ ବୋଲି କୋର୍ଟ କହିଛନ୍ତି।

ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ ଜେପି ପାର୍ଡିୱାଲା ଓ ଜଷ୍ଟିସ ମନୋଜ ମିଶ୍ରାଙ୍କ ଖଣ୍ଡପୀଠ ଆପ୍‌ ସରକାରଙ୍କ ଆବେଦନକୁ ଖାରଜ କରି ଦେଇଛନ୍ତି। ପଞ୍ଜାବ ସରକାରଙ୍କ ଯୁକ୍ତିକୁ ଶୁଣିବା ପରେ ସିଜେଆଇ ଜଷ୍ଟିସ ଚନ୍ଦ୍ରଚୂଡ଼ କହିଛନ୍ତି ଯେ “ବର୍ତ୍ତମାନ ଆମକୁ ଏହି ଏନଆରଆଇ କୋଟା ବ୍ୟବସାୟ ବନ୍ଦ କରିବାକୁ ପଡ଼ିବ। ଏହା ସଂପୂର୍ଣ୍ଣ ଦୁର୍ନୀତି। ଆପଣ ଆମ ଶିକ୍ଷା ବ୍ୟବସ୍ଥାରେ ଏସବୁ କାମ କରୁଛନ୍ତି।

ଏସବୁରେ ରୋକ ଲାଗିବା ଦରକାର। ଏହି ଠାକାମୀ ବା ଦୁର୍ନୀତି ବନ୍ଦ ହେଉ। ଏସବୁ ଅନ୍ତରୀଣ ନିର୍ଦ୍ଦେଶ। ଏହି ଏନଆରଆଇ ବ୍ୟବସାୟ କିଛି ନୁହେଁ, କେବଳ ଠକେଇ। ଦେଖନ୍ତୁ ରାଜ୍ୟ ସରକାର କ’ଣ ସବୁ କରିଛନ୍ତି।”

ହାଇକୋର୍ଟଙ୍କ ରାୟକୁ ସଂପୂର୍ଣ୍ଣ ଠିକ କହି ଖଣ୍ଡପୀଠ କହିଛନ୍ତି, “ଏହାର ଭୟଙ୍କର ପରିଣତି ଦେଖନ୍ତୁ। ଯେଉଁ ପିଲାମାନେ ୩ ଗୁଣା ଅଧିକ ମାର୍କ ରଖିଛନ୍ତି, ସେମାନେ ନାଁ ଲେଖାଇବାକୁ ସୁଯୋଗ ପାଇ ନ ପାରନ୍ତି।”

ଏହାପୂର୍ବରୁ ସେପ୍ଟେମ୍ବର ୧୦ ତାରିଖରେ ପଞ୍ଜାବ ହରିୟାଣା ହାଇକୋର୍ଟ ଏନଆରଆଇ କୋଟା ଉପରେ ସରକାର ନେଇଥିବା ନିଷ୍ପତ୍ତିକୁ ରଦ୍ଦ କରି ଦେଇଥିଲେ।

Supreme Court Punjab NRI NRI Doctor
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe