Advertisment

ଆମେ କାହାର ହୃଦ୍‌ସ୍ପନ୍ଦନକୁ ବନ୍ଦ କରିପାରିବୁ ନାହିଁ: ସୁପ୍ରିମକୋର୍ଟ

୨୬ ସପ୍ତାହରେ ଗର୍ଭପାତ ପାଇଁ ହୋଇଥିବା ଆବେଦନକୁ ଖାରଜ କରିଦେଇଛନ୍ତି ସୁପ୍ରିମକୋର୍ଟ।

Suprpr Court on pregnancy

Suprpr Court on pregnancy

Advertisment

ଆମେ କାହାର ହୃଦୟର ସ୍ପନ୍ଦନକୁ ବନ୍ଦ କରିପାରିବୁ ନାହିଁ। ଏଭଳି କିଛି କହି ଆଜି ସୁପ୍ରିମକୋର୍ଟ ୨୬ ସପ୍ତାହରେ ଗର୍ଭପାତ ପାଇଁ ହୋଇଥିବା ଆବେଦନକୁ ଖାରଜ କରିଦେଇଛନ୍ତି।

Advertisment

ଜଣେ ବିବାହିତ ମହିଳା ୨୬ ସପ୍ତାହର ଗର୍ଭଧାରଣକୁ ସମାପ୍ତ କରିବା ପାଇଁ ନିକଟରେ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ଏହାର ଆଜି ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ। ପେଟରେ ଥିବା ଭ୍ରୁଣକୁ ଗୁରୁତ୍ୱ ଦେଇ ସୁପ୍ରିମକୋର୍ଟ କହିଛନ୍ତି, ୨୬ ସପ୍ତାହରେ ଶିଶୁଟି ଜନ୍ମ ନେଲେ କୌଣସି ଅସୁବିଧା ନାହିଁ। ୨୬ ସପ୍ତାହ ଓ ୫ ଦିନର ଗର୍ଭାବସ୍ଥାକୁ ସମାପ୍ତ କରିବାକୁ ଅନୁମତି ଦିଆଯାଇପାରିବ ନାହିଁ। ଏଭଳି କରିବା ଦ୍ୱାରା ଏମ୍‌ଟିପି(ମେଡିକାଲ ଟର୍ମିନେସନ୍‌ ଅଫ୍ ପ୍ରେଗ୍ନେନ୍ସି) ଆଇନ୍‌ ଅନୁଯାୟୀ ଧାରା ୩ ଓ ୫ର ଉଲ୍ଲଙ୍ଘନ ହେବ ବୋଲି ସିଜେଆଇ କହିଛନ୍ତି।

ସିଜେଆଇ ଆହୁରି କହିଛନ୍ତି, ଧାରା ୧୪୨ର ବ୍ୟବହାର ନ୍ୟାୟ ପ୍ରଦାନ ପାଇଁ କରାଯାଇପାରେ, କିନ୍ତୁ ସବୁ କ୍ଷେତ୍ରରେ ଏହାକୁ ବ୍ୟବହାର କରାଯାଇପାରିବ ନାହିଁ। ଏଠାରେ ଡାକ୍ତରଙ୍କୁ ଭ୍ରୁଣର କ'ଣ ସମସ୍ୟା ରହିଛି ତାହା ସାମ୍ନା କରିବାକୁ ପଡିବ। ନିର୍ଦ୍ଧାରିତ ସମୟରେ ଏମ୍ସ ଦ୍ୱାରା ପ୍ରସବ କରାଯିବ। ଯଦି ଦମ୍ପତି ପିଲାଟିକୁ ପୋଷ୍ୟ ସନ୍ତାନ ଭାବରେ ଛାଡିବାକୁ ଚାହାଁନ୍ତି, ତେବେ ଏହି କ୍ଷେତ୍ରରେ ପିତାମାତାଙ୍କୁ ସାହାଯ୍ୟ କରାଯିବ।

Advertisment

ଅକ୍ଟୋବର ୯ ତାରିଖରେ ୨୭ବର୍ଷର ଜଣେ ମହିଳା ଗର୍ଭପାତ କରିବାକୁ ସୁପ୍ରିମକୋର୍ଟରେ ଏକ ଆବେଦନ କରିଥିଲେ। ପୂର୍ବରୁ ତାଙ୍କର ଦୁଇଟି ସନ୍ତାନ ଅଛି। ଅବସାଦ, ଅସୁସ୍ଥତା ଓ ଆର୍ଥିକ ସ୍ଥିତି ଠିକ ନଥିବା ଯୋଗୁଁ ସେ ତୃତୀୟ ସନ୍ତାନ ଚାହୁଁ ନାହାନ୍ତି। ଏଥିପାଇଁ ଗର୍ଭପାତ କରିବାକୁ ସେ କୋର୍ଟଙ୍କ ଅନୁମତି ମାଗିଥିଲେ। ଏହା ପରେ କୋର୍ଟ ଏମ୍ସକୁ ନିର୍ଦ୍ଦେଶ ଦେଇ ଗର୍ଭବତୀଙ୍କ ସ୍ୱାସ୍ଥ୍ୟବସ୍ଥା ପରେ ଏକ ରିପୋର୍ଟ ମାଗିଥିଲେ। ତେବେ ଡାକ୍ତର କହିଥିଲେ ଯେ ଭ୍ରୁଣ ସ୍ଥିତିର ଭଲ ରହିଛି ଓ ଗର୍ଭପାତ କରାଇବା ଉଚିତ ନୁହେଁ। ପରେ କୋର୍ଟ ନିଜ ଆଦେଶକୁ ପ୍ରତ୍ୟାହର କରି ନେଇଥିଲେ। ପୁର୍ନବାରର ଶୁଣାଣୀ କରି ସୁପ୍ରିମ କୋର୍ଟ ଏହି ରାୟ ଦେଇଛନ୍ତି।

Supreme Court Pregnancy
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe