Advertisment

ତିସ୍ତା ସିତଲବାଦଙ୍କୁ ସୁପ୍ରିମ୍‌ କୋର୍ଟରୁ ସପ୍ତାହକ ପାଇଁ ମିଳିଲା ଆଶ୍ୱସ୍ତି

ବହୁ ଚର୍ଚ୍ଚିତ ୨୦୦୨ ଗୁଜରାଟ ଦଙ୍ଗା ଘଟଣାରେ ସାମାଜିକ କର୍ମୀ ତିସ୍ତା ସିତଲବାଦଙ୍କୁ ସୁପ୍ରିମ୍‌ କୋର୍ଟରୁ ସପ୍ତାହକ ପାଇଁ ଆଶ୍ୱସ୍ତି ମିଳିଛି।

author-image
Niranjan Mishra
ଅଦ୍ୟତନ ହୋଇଛି
Teesta Setalvad

Teesta Setalvad

ବହୁ ଚର୍ଚ୍ଚିତ ୨୦୦୨ ଗୁଜରାଟ ଦଙ୍ଗା ଘଟଣାରେ ସାମାଜିକ କର୍ମୀ ତିସ୍ତା ସିତଲବାଦଙ୍କୁ ସୁପ୍ରିମ୍‌ କୋର୍ଟରୁ ସପ୍ତାହକ ପାଇଁ ଆଶ୍ୱସ୍ତି ମିଳିଛି। ଗୁଜରାଟ ହାଇକୋର୍ଟ ଆଜି ତାଙ୍କର ନିୟମିତ ଜାମିନ ଆବେଦନକୁ ଖାରଜ କରିବା ସହ ତୁରନ୍ତ ଆତ୍ମସମର୍ପଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଯାହା ଉପରେ ସପ୍ତାହକ ପାଇଁ ରୋକ ଲଗାଇଛନ୍ତି ସୁପ୍ରିମ୍‌ କୋର୍ଟ। ଶନିବାର ରାତି ପ୍ରାୟ ୧୦ଟାରେ ଏହି ରାୟ ଆସିଛି।

Advertisment

ଗୁଜୁରାଟ ହାଇକୋର୍ଟଙ୍କ ଏହି ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ତୁରନ୍ତ ତିସ୍ତା ସୁପ୍ରିମ୍‌କୋର୍ଟ ଯାଇଥିଲେ। ସୁପ୍ରିମ୍‌କୋର୍ଟର ୩ ଜଣିଆ ବିଚାରପତି ଏହି ମାମଲାର ଶୁଣାଣି କରିବା ବେଳେ ଏକକ ମତ ପ୍ରକାଶ କରିନପାରିବାରୁ ଏହା ସିଜେଆଇଙ୍କ ନିକଟକୁ ଯାଇଥିଲା। ତିସ୍ତାଙ୍କ ବେଲ ରଦ୍ଦ ଓ ଆତ୍ମସମର୍ପଣ ଉପରେ ଗୁଜୁରାଟ ହାଇକୋର୍ଟ ଦେଇଥିବା ରାୟ ଉପରେ ସିଜେଆଇ ସପ୍ତାହକ ପାଇଁ ରୋକ ଲଗାଇଛନ୍ତି।

ଏହି ସମୟରେ ସୁପ୍ରିମ୍‌ କୋର୍ଟ କହିଥିଲେ ଯେ, ୮-୯ ମାସ ହେବ ତିସ୍ତା ବେଲରେ ଅଛନ୍ତି। ତାଙ୍କୁ ତୁରନ୍ତ ହାଜର କରାନଗଲେ ସେପରି କିଛି ଆକାଶ ଗଳି ପଡ଼ିବନି। ଗୁଜୁରାଟ ସରକାରଙ୍କ ଉପରେ ପ୍ରଶ୍ନବାଚୀ ଉଠାଇ ସୁପ୍ରିମ୍‌କୋର୍ଟ କହିଥିଲେ ହାଇକୋର୍ଟଙ୍କୁ ଅତିକମ୍‌ରେ ମୁଦାଲାଙ୍କୁ ନିଶ୍ୱାସ ନେବାକୁ ସମୟ ଦେବାର ଥିଲା। ଏବେ ଛୁଟିଥିବାରୁ ହାଇକୋର୍ଟର ନିର୍ଦ୍ଦେଶ ପୂରା ଭାବେ ପଢ଼ି ହୋଇନି। ତେଣୁ ଅନ୍ତରିଣ ବେଲ ନଦେଇ ସୁପ୍ରିମ୍‌କୋର୍ଟ ମାମଲାର ପୂରା ଶୁଣାଣି କରିବେ।

Advertisment
Supreme Court Gujarat High Court Of Gujarat