Advertisment

ଗୁଜରାଟ ହାଇକୋର୍ଟଙ୍କ ନିର୍ଦ୍ଦେଶ ରଦ୍ଦ, ସିତଲବାଦଙ୍କୁ ମିଳିଲା ସୁପ୍ରିମ ଜାମିନ୍‌

ଗୁଜରାଟ ହାଇକୋର୍ଟ ସିତଲବାଦଙ୍କ ରେଗୁଲାର ଜାମିନ ଆବେଦନକୁ ଖାରଜ କରିଥିବା ବେଳେ ସୁପ୍ରିମକୋର୍ଟ ଏହା ଉପରେ ରୋକ ଲଗାଇଛନ୍ତି। ଜଷ୍ଟିସ ବିଆର ଗାବାଇ, ଜଷ୍ଟିସ ଏଏସ୍‌ ବୋପାନ୍ନା ଓ ଜଷ୍ଟିସ ଦୀପଙ୍କର ଦତ୍ତାଙ୍କ ଖଣ୍ଡପୀଠ ଏପରି ରାୟ ଦେଇଛନ୍ତି।

Teesta Setalvad

Teesta Setalvad

Advertisment

ବହୁ ଚର୍ଚ୍ଚିତ ଗୁଜରାଟ ଦଙ୍ଗା ସହ ଜଡ଼ିତ ମାମଲାରେ ଗୁଜରାଟ ହାଇକୋର୍ଟ ତିସ୍ତା ସିତଲବାଦଙ୍କ ବିରୋଧରେ ଦେଇଥିବା ନିର୍ଦ୍ଦେଶକୁ ସୁପ୍ରିମକୋର୍ଟ ରଦ୍ଦ କରିଛନ୍ତି। ହାଇକୋର୍ଟ ତାଙ୍କୁ ତୁରନ୍ତ ଆତ୍ମସମର୍ପଣ କରିବାକୁ କହିଥିଲେ। ହେଲେ ଆଜି ସୁପ୍ରିମକୋର୍ଟ ତାଙ୍କୁ ନିୟମିତ ଜାମିନ ଦେଇଛନ୍ତି।

Advertisment

ଗୁଜରାଟ ହାଇକୋର୍ଟ ସିତଲବାଦଙ୍କ ରେଗୁଲାର ଜାମିନ ଆବେଦନକୁ ଖାରଜ କରିଥିବା ବେଳେ ସୁପ୍ରିମକୋର୍ଟ ଏହା ଉପରେ ରୋକ ଲଗାଇଛନ୍ତି। ଜଷ୍ଟିସ ବିଆର ଗାବାଇ, ଜଷ୍ଟିସ ଏଏସ୍‌ ବୋପାନ୍ନା ଓ ଜଷ୍ଟିସ ଦୀପଙ୍କର ଦତ୍ତାଙ୍କ ଖଣ୍ଡପୀଠ ଏପରି ରାୟ ଦେଇଛନ୍ତି।

ଶୁଣାଣି ବେଳେ ଖଣ୍ଡପୀଠ କହିଛନ୍ତି, ସିତଲବାଦଙ୍କ ବିରୋଧରେ ଦାଖଲ ହୋଇଥିବା ଚାର୍ଜଶିଟ୍‌ ଅନୁଯାୟୀ ତାଙ୍କୁ ହେପାଜତକୁ ନେଇ ଜେରା କରିବାର କୌଣସି ଆବଶ୍ୟକତା ନାହିଁ। ତେବେ ସର୍ବୋଚ୍ଚ ଅଦାଲତ ସାକ୍ଷୀମାନଙ୍କୁ ପ୍ରଭାବିତ ନ କରିବାକୁ ତିସ୍ତାଙ୍କୁ କହିଛନ୍ତି। ସେହିପରି ତାଙ୍କ ପାସପୋର୍ଟ ମଧ୍ୟ ତଳ କୋର୍ଟରେ ହିଁ ଜମା ହୋଇ ରହିବ।

Advertisment

ଜଷ୍ଟିସ ଗାବାଇ ଶୁଣାଣି ବେଳେ ସିତଲବାଦଙ୍କ ଗିରଫଦାରୀର ସମୟ ଓ ଉଦ୍ଦେଶ୍ୟକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି, “ଆପଣମାନେ ୨୦୨୨ ଯାଏ କ’ଣ କରୁଥିଲେ? ଆପଣମାନେ ଜୁନ ୨୪ ଓ ୨୫ରେ ଏମିତି କ’ଣ ତଦନ୍ତ କରି ପାଇଗଲେ ଯେ ଗିରଫ କରିବାକୁ ଆଗେଇ ଆସିଲେ? ଆପଣଙ୍କ ଯୁକ୍ତିକୁ ଯଦି ଗ୍ରହଣ କରି ନିଆଯିବ, ତା’ହେଲେ ପ୍ରମାଣ ଆଇନର ସଂଜ୍ଞା ଅଳିଆ ଗଦାରେ ପଡ଼ିବ।

ଏବେ ଆମେ ଆପଣମାନଙ୍କୁ କେବଳ ସତର୍କ କରାଉଛି, ଯଦି ଆପଣ ଅଧିକ କିଛି କରନ୍ତି, ତା’ହେଲେ ଆମେ ବାଧ୍ୟ ହୋଇ ଯେକୌଣସି ନିଷ୍ପତ୍ତି ନେଇଯିବୁ।” ଜଷ୍ଟିସ ଦତ୍ତା ମଧ୍ୟ କୌଣସି ଲୋକଙ୍କୁ ରାୟ ନ ଆସିବା ଯାଏ ଜେଲରେ ରଖାଯାଇ ପାରିବ ନାହିଁ ବୋଲି କହିଛନ୍ତି।

ସିତଲବାଦ, ପୂର୍ବତନ ଡିଜିପି ଆର ବି ଶ୍ରୀକୁମାର ଓ ପୂର୍ବତନ ଆଇପିଏସ୍‌ ସଞ୍ଜୀବ ଭଟ୍ଟ ଷଡ଼ଯନ୍ତ୍ର କରି ନୀରିହ ଲୋକଙ୍କୁ ୨୦୦୨ ଦଙ୍ଗା ମାମଲାରେ ଫସାଇବାକୁ ଚେଷ୍ଟା କରିଥିବା ଅଭିଯୋଗ ହୋଇଥିଲା। ଏଥିପାଇଁ ସିତଲବାଦ, ଶ୍ରୀକୁମାର ଓ ଭଟ୍ଟ ନାଁରେ ମାମଲା କରାଯାଇଥିଲା।

ସିତଲବାଦ ନକଲି ଡକ୍ୟୁମେଣ୍ଟ, ସାକ୍ଷୀଙ୍କୁ ପ୍ରଲୋଭିତ ଓ ବ୍ୟବସ୍ଥାକୁ ପ୍ରଭାବିତ କରି ରାଜ୍ୟ ଓ ଏହାର ଅଧିକାରୀମାନଙ୍କୁ ଦେଶ ତଥା ବିଦେଶରେ ବଦନାମ କରିଥିବା ଅଭିଯୋଗ ହୋଇଥିଲା। ଏଥିପାଇଁ ଜୁଲାଇ ୧ରେ ସିତଲବାଦଙ୍କୁ ତୁରନ୍ତ ଆତ୍ମସମର୍ପଣ କରିବାକୁ ଗୁଜରାଟ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ତେବେ ଏହାକୁ ସେ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ।

ବିଳମ୍ବିତ ରାତିରେ ଏହାର ଶୁଣାଣି ହୋଇଥିଲା। ସୁପ୍ରିମକୋର୍ଟ ପ୍ରଥମେ ଗୋଟିଏ ସପ୍ତାହ ଓ ପରେ ଜୁଲାଇ ୧୯ ଯାଏ ସିତଲବାଦଙ୍କୁ ଅନ୍ତରୀଣ ଜାମିନ ଦେଇଥିଲେ।

୨୦୦୨ ଗୁଜରାଟ ଦଙ୍ଗା ଘଟଣାରେ ଏସଆଇଟି ରାଜ୍ୟର ତତ୍କାଳୀନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଆଉ କିଛି ଅଭିଯୁକ୍ତଙ୍କୁ କ୍ଲିନଚିଟ୍ ଦେଇଥିଲେ। ଏହାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା।

ତେବେ ଏହି ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିବାର ଦିନକ ପରେ ଅହମଦାବାଦ କ୍ରାଇମବ୍ରାଞ୍ଚ ସିତଲବାଦ, ଶ୍ରୀକୁମାର ଓ ପୂର୍ବତନ ଆଇପିଏସ୍‌ ସଞ୍ଜୀବ ଭଟ୍ଟଙ୍କ ନାଁରେ ଏଫଆଇଆର କରିଥିଲା। ଗତବର୍ଷ ଜୁନ ୨୫ରେ ଏମାନଙ୍କୁ ଗିରଫ ମଧ୍ୟ କରାଯାଇଥିଲା। ତେବେ ଗତବର୍ଷ ସେପ୍ଟେମ୍ବରର ମାସରେ ସର୍ବୋଚ୍ଚ ଅଦାଲତ ସିତଲବାଦଙ୍କୁ ଜାମିନ ଦେବାକୁ ସେ ଜେଲରୁ ମୁକୁଳି ଥିଲେ।

Supreme Court High Court Of Gujarat
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe