Advertisment

ସନ୍ଦେଶଖାଲି ମାମଲା; ରାଜ୍ୟର ବିନା ଅନୁମତିରେ ତଦନ୍ତ କରି ପାରିବନି CBI

ସନ୍ଦେଶଖାଲି ମାମଲାରେ ହାଇକୋର୍ଟ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେବା ପରେ ଏହାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ପଶ୍ଚିମବଙ୍ଗ ସରକାର।

ଅଦ୍ୟତନ ହୋଇଛି
Supreme Court

Supreme Court

Advertisment

ସନ୍ଦେଶଖାଲି ମାମଲାର ତଦନ୍ତ ଉପରେ ମମତା ବାନାର୍ଜୀ ସରକାରଙ୍କୁ ସୁପ୍ରିମକୋର୍ଟରୁ ମିଳିଛି ବଡ଼ ବିଜୟ। ଏହି ମାମଲା ଉପରେ ରାଜ୍ୟ ସରକାର CBI ତଦନ୍ତକୁ ବିରୋଧ କରିଥିଲେ, ଯାହାକୁ ବୈଧ ଦର୍ଶାଇଛନ୍ତି ସର୍ବୋଚ୍ଚ ଅଦାଲତ।

Advertisment

ରାଜ୍ୟର ବିନା ଅନୁମତିରେ ସନ୍ଦେଶଖାଲି ଯୌନ ନିର୍ଯାତନା ମାମଲାର CBI ହସ୍ତକ୍ଷେପ କରିପାରିବ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। 

କଲିକତା ହାଇକୋର୍ଟ ସନ୍ଦେଶଖାଲି ରାସନ ସ୍କାମ, ଯୌନ ନିର୍ଯାତନା ଓ ଜମି ହଡ଼ପ ମାମଲା ସହ ଜଡ଼ିତ ସମସ୍ତ ୪୨ଟି ମାମଲାର ତଦନ୍ତ ଦାୟିତ୍ୱ ସିବିଆଇକୁ ହସ୍ତାନ୍ତର କରିଥିଲେ, ଯାହାକୁ ବିରୋଧ କରି ପଶ୍ଚିମବଙ୍ଗର ମମତା ବାନାର୍ଜୀଙ୍କ ସରକାର ସୁପ୍ରମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

Advertisment

ରାଜ୍ୟ ସରକାରଙ୍କ ବିନା ଅନୁମତିରେ ସିବିଆଇ ସନ୍ଦେଶଖାଲି ମାମଲାରେ ହସ୍ତକ୍ଷେପ ବେଆଇନ, ଏହା ଉପରେ ରୋକ୍ ଲଗାଇବାକୁ ବେଙ୍ଗଲ ସରକାର ଆବେଦନ କରିଥିଲେ। ଆଜି ଏହି ମାମଲା ଉପରେ ଶୁଣାଣି କରି ପଶ୍ଚିମବଙ୍ଗ ସରକାରଙ୍କ ଆବେଦନକୁ ଯୁକ୍ତିଯୁକ୍ତ ଦର୍ଶାଇଛନ୍ତି ସୁପ୍ରିମକୋର୍ଟ।

ପ୍ରକାଶ ଥାଉକି, ସନ୍ଦେଶଖାଲିରେ ଜମି ହଡ଼ପ ଏବଂ ମହିଳାମାନଙ୍କୁ ଯୌନ ନିର୍ଯାତନା ଦେବା ଅଭିଯୋଗରେ ଟିଏମସି ନେତା ଶେଖ ଶାହାଜାହାନ ଗିରଫ ହୋଇଛନ୍ତି। ତାଙ୍କ ବିରୁଦ୍ଧରେ ଏପରି ସଙ୍ଗୀନ ଆସିବା ପରେ ଦଳରୁ ତାଙ୍କୁ ବହିଷ୍କାର କରାଯାଇଛି। କିନ୍ତୁ ମାମଲା ଉପରେ ସିବିଆଇ ତଦନ୍ତକୁ ବିରୋଧ କରୁଛନ୍ତି ରାଜ୍ୟ ସରକାର।

ଜୁଲାଇ ୮ରେ ଏହି ମାମଲାର ଶୁଣାଣି ସମୟରେ, ରାଜ୍ୟ ସରକାର କାହିଁକି ଜଣକୁ ସୁରକ୍ଷା ଦେବାକୁ ଏତେ ଗୁରୁତ୍ୱ ଦେଉଛନ୍ତି ବୋଲି ପ୍ରଶ୍ନ କରିଥିଲେ ସୁପ୍ରିମକୋର୍ଟ। ତଥାପି ଆଇନଗତ ଦୃଷ୍ଟିରୁ ରାଜ୍ୟ ସରକାରଙ୍କ ବିନା ଅନୁମତିରେ ସିବିଆଇ ତଦନ୍ତକୁ ଅବୈଧ ଦର୍ଶାଇଛନ୍ତି ସର୍ବୋଚ୍ଚ ଅଦାଲତ। ଅଗଷ୍ଟ ୧୩ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। 

Mamata Banerjee TMC Supreme Court Sandeshkhali
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe