Advertisment

ଗିରଫ ମନ୍ତ୍ରୀଙ୍କୁ ସୁପ୍ରିମକୋର୍ଟଙ୍କ ଆଶ୍ୱସ୍ତି, କହିଲେ- ମୁଖ୍ୟମନ୍ତ୍ରୀ ହିଁ ନେଇପାରିବେ ନିଷ୍ପତ୍ତି

ବିନା ବିଭାଗରେ ମନ୍ତ୍ରୀ ପଦ ପାଇଥିବା ବାଲାଜୀଙ୍କୁ ରାଜ୍ୟ କ୍ୟାବିନେଟରୁ ବିଦା କରାଯିବ କି ନାହିଁ, ତା’ର ନିଷ୍ପତ୍ତି କେବଳ ମୁଖ୍ୟମନ୍ତ୍ରୀ ନେଇପାରିବେ।

TN

TN

Advertisment

ଗିରଫ ହୋଇଥିବା ତାମିଲନାଡୁ ମନ୍ତ୍ରୀ ଭି ସେନ୍ଥଲି ବାଲାଜୀଙ୍କୁ ତାଙ୍କ ପଦରୁ ମୁଖ୍ୟମନ୍ତ୍ରୀଙ୍କ ବିନା ସହମତିରେ ବିଦା କରାଯାଇ ପାରିବ ନାହିଁ ବୋଲି ଆଜି ସୁପ୍ରିମକୋର୍ଟ କହିଛନ୍ତି। ଏଥିସହ ତାଙ୍କୁ ମନ୍ତ୍ରୀ ପଦରୁ ବିଦା କରିବା ପାଇଁ ହୋଇଥିବା ଆବେଦନକୁ ସର୍ବୋଚ୍ଚ ଅଦାଲତ ଖାରଜ କରିଦେଇଛନ୍ତି।

Advertisment

ନିକଟରେ ମାଡ୍ରାସ ହାଇକୋର୍ଟ ମଧ୍ୟ ଏହି ମାମଲାରେ ସମାନ ରାୟ ଦେଇଥିଲେ। ଏଥିରେ ଏକମତ ହୋଇ ସୁପ୍ରିମକୋର୍ଟ କହିଛନ୍ତି ଯେ ବିନା ବିଭାଗରେ ମନ୍ତ୍ରୀ ପଦ ପାଇଥିବା ବାଲାଜୀଙ୍କୁ ରାଜ୍ୟ କ୍ୟାବିନେଟରୁ ବିଦା କରାଯିବ କି ନାହିଁ, ତା’ର ନିଷ୍ପତ୍ତି କେବଳ ମୁଖ୍ୟମନ୍ତ୍ରୀ ନେଇପାରିବେ।

ଜଷ୍ଟିସ ଅଭୟନ ଶ୍ରୀନିବାସ ଓକା କହିଛନ୍ତି, “ମନ୍ତ୍ରୀଙ୍କୁ ବିଦା କରିବାର କ୍ଷମତା ରାଜ୍ୟପାଳଙ୍କର ଅଛି କି ନାହିଁ, ତା’ର ବିଚାର ହାଇକୋର୍ଟ କରିବା ଠିକ। ସେହିପରି ହାଇକୋର୍ଟ ମୁଖ୍ୟମନ୍ତ୍ରୀଙ୍କ ଉପରେ ସବୁ ଦାୟିତ୍ୱ ଛାଡ଼ିବା ମଧ୍ୟ ଠିକ। ଏଥିରେ ହସ୍ତକ୍ଷେପ କରିବା ପାଇଁ କୌଣସି କାରଣ ରହିଛି ବୋଲି ଆମେ ଭାବୁନୁ। ଆମେ ମାଡ୍ରାସ ହାଇକୋର୍ଟଙ୍କ ସହ ଏକମତ। ଏଥିରେ କୌଣସି ପ୍ରକାରର ହସ୍ତକ୍ଷେପର ଆବଶ୍ୟକ ନାହିଁ।”

Advertisment

ସାମାଜିକ କର୍ମୀ ଏମଏଲ ରବି ମାଡ୍ରାସ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟ ଯାଇଥିଲେ। ମନି ଲଣ୍ଡରିଂ ମାମଲାରେ ବାଲାଜୀ ଗିରଫ ହୋଇଥିଲେ ହେଁ ତାଙ୍କ ମନ୍ତ୍ରୀ ପଦ ଯାଇ ନାହିଁ। ସେ ବିନା ବିଭାଗରେ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କ କ୍ୟାବିନେଟରେ ରହିଛନ୍ତି।

ଏହାକୁ ବିରୋଧ କରି ଆବେଦନକାରୀ କହିଥିଲେ ଯେ ଜେଲରେ ଥାଇ ବାଲାଜୀ କୌଣସି ପ୍ରକାରର କାମ କରୁ ନାହାନ୍ତି। ତଥାପି ସେ ମନ୍ତ୍ରୀ ଭାବେ ବିଭିନ୍ନ ଭତ୍ତା ଓ ଫାଇଦା ହାସଲ କରୁଛନ୍ତି। ଲୋକଙ୍କ ଟଙ୍କାରୁ ଗିରଫ ମନ୍ତ୍ରୀଙ୍କ ପାଇଁ ଖର୍ଚ୍ଚ କରାଯାଉଛି। ତେଣୁ ତାଙ୍କୁ ମନ୍ତ୍ରୀ ପଦରୁ ବିଦା କରାଯାଉ ବୋଲି ରବି କହିଥିଲେ।

କ୍ୟାଶ ଫର ଜବ ମାମଲାରେ ଗତବର୍ଷ ଜୁନ ୧୪ରେ ବାଲାଜୀଙ୍କୁ ଇଡି ଗିରଫ କରିଥିଲା। ଏହାପରେ ସେ ମେଡିକାଲରେ ଭର୍ତ୍ତି ହୋଇଥିଲେ। ତାଙ୍କର ହାର୍ଟ ସମସ୍ୟା ବାହାରିଥିଲା। ହେଲେ ସୁସ୍ଥ ହେବା ପରେ ସେ ପୁଣି ଜେଲ ଯାଇଛନ୍ତି।

Tamilnadu Supreme Court
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe