Advertisment

ଆପଣ ସାଧାରଣ ବ୍ୟକ୍ତି ନୁହନ୍ତି… କହି ମୁଖ୍ୟମନ୍ତ୍ରୀଙ୍କ ପୁଅ ଉପରେ ବର୍ଷିଲେ ସୁପ୍ରିମ କୋର୍ଟ

ସନାତନ ଧର୍ମ ଉପରେ ଦେଇଥିବା ଟିପ୍ପଣୀ ପାଇଁ ସୁପ୍ରିମକୋର୍ଟ ତାମିଲନାଡୁର ମନ୍ତ୍ରୀ ଉନୟନିଧି ଷ୍ଟାଲିନଙ୍କୁ କଡା ସମାଲୋଚନା କରିଛନ୍ତି।

SC on Udyanidhi Stalin

SC on Udyanidhi Stalin

Advertisment

ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌ କେ ଷ୍ଟାଲିନଙ୍କ ପୁଅଙ୍କ ଉପରେ ବର୍ଷିଲେ ସୁପ୍ରିମକୋର୍ଟ। ସନାତନ ଧର୍ମ ଉପରେ ଦେଇଥିବା ଟିପ୍ପଣୀ ପାଇଁ ସୁପ୍ରିମକୋର୍ଟ ତାମିଲନାଡୁର ମନ୍ତ୍ରୀ ଉନୟନିଧି ଷ୍ଟାଲିନଙ୍କୁ କଲେ କଡା ସମାଲୋଚନା। ନିଜ ଅଧିକାରର ଅପବ୍ୟବହାର କରିବା ପରେ ସେ କାହିଁକି ନିଜ ଆବେଦନକୁ ନେଇ ସର୍ବୋଚ୍ଚ ଅଦାଲତକୁ ଆସିଛନ୍ତି ବୋଲି ସୁପ୍ରିମକୋର୍ଟ ପ୍ରଶ୍ନ କରିଛନ୍ତି।

Advertisment

ସନାତନ ଧର୍ମ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇଥିବା ଉଦୟନିଧି ଷ୍ଟାଲିନଙ୍କ ଆବେଦନ ମାମଲାର ଶୁଣାଣି ସୋମବାର ସୁପ୍ରିମକୋର୍ଟରେ ଜଷ୍ଟିସ ସଞ୍ଜୀବ ଖାନ୍ନା ଏବଂ ଜଷ୍ଟିସ ଦୀପଙ୍କର ଦତ୍ତାଙ୍କ ବେଞ୍ଚ କରିଛନ୍ତି। ଦେଶର ବିଭିନ୍ନ ସ୍ଥାନରେ ତାଙ୍କ ବିରୋଧରେ ପଞ୍ଜୀକୃତ ହୋଇଥିବା ମାମଲାଗୁଡ଼ିକୁ କ୍ଲବ କରିବାକୁ ଉଦୟନିଧି ସୁପ୍ରିମକୋର୍ଟଙ୍କ ନିକଟରେ ଦାବି କରିଛନ୍ତି।

ଉଦୟନିଧିଙ୍କ ଆବେଦନ ଶୁଣାଣି ବେଳେ ଜଷ୍ଟିସ ଦତ୍ତା କଠୋର ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି, ବାକ୍‌ ସ୍ୱାଧୀନତା ଏବଂ ଧର୍ମର ପ୍ରଚାର ଅଧିକାରର ଆପଣ ଅପବ୍ୟବହାର କରିଛନ୍ତି। ବର୍ତ୍ତମାନ ଆପଣ ଧାରା ୩୨ ଅନୁଯାୟୀ ସୁପ୍ରିମକୋର୍ଟଙ୍କ ଠାରୁ ମୁକ୍ତି ଲୋଡ଼ିଛନ୍ତି।’

Advertisment

ଜଷ୍ଟିସ ଦତ୍ତ ଆହୁରି ମଧ୍ୟ କହିଛନ୍ତି, ଆପଣ ଜଣେ ସାଧାରଣ ବ୍ୟକ୍ତି ନୁହନ୍ତି, ଆପଣ ଜଣେ ରାଜନେତା। ଏହିପରି ମନ୍ତବ୍ୟର ପରିଣାମ କ’ଣ ହେବ ଆପଣ ଜାଣିବା ଉଚିତ।

ସୁପ୍ରିମକୋର୍ଟରେ ଷ୍ଟାଲିନଙ୍କ ତରଫରୁ ମାମଲା ଲଢ଼ୁଥିବା ବରିଷ୍ଠ ଓକିଲ ଅଭିଷେକ ମନୁ ସିଂଭି କହିଛନ୍ତି ଯେ ବେଙ୍ଗାଲୁରୁ, 'ଉତ୍ତରପ୍ରଦେଶ, ବିହାର ଏବଂ ଜମ୍ମୁରେ ମାମଲା ରୁଜୁ ହୋଇଛି ଯାହାକୁ ଏକାଠି ମିଶ୍ରଣ କରାଯିବା ଉଚିତ।' ଯୁକ୍ତି ଶୁଣିବା ପରେ ସୁପ୍ରିମକୋର୍ଟ ଆସନ୍ତା ମାର୍ଚ୍ଚ ୧୫ ତାରିଖ ଯାଏଁ ଏହି ମାମଲାର ଶୁଣାଣି ସ୍ଥଗିତ ରଖିଛନ୍ତି। 

କହିରଖୁ ଯେ, ତାମିଲନାଡୁ ରାଜ୍ୟ ସରକାରରେ ମନ୍ତ୍ରୀ ଥିବା ଉଦୟାନିଧି ଷ୍ଟାଲିନ 'ସନାତନ ଧର୍ମ'କୁ କରୋନା ଭାଇରସ, ମ୍ୟାଲେରିଆ ଏବଂ ଡେଙ୍ଗୁ ସହିତ ତୁଳନା କରିଥିଲେ। ଏଭଳି ଜିନିଷକୁ ବିରୋଧ କରାଯିବା ଉଚିତ ନୁହେଁ ବରଂ ଏହାକୁ ସମୂଳେ ନଷ୍ଟ କରାଯିବା ଉଚିତ ବୋଲି ସେ କହିଥିଲେ।

Supreme Court Remarks On Sanatan Dharma Tamil Nadu Minister Udhayanidhi Stalin
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe